Kamal haasan on hindi controversy
ନିକଟରେ 'ଠଗ୍ ଲାଇଫ୍' ଅଭିନେତା କମଲ ହାସନ ତାମିଲ ଏବଂ କନ୍ନଡ ବିବାଦରେ ଫସି ଯାଇଥିଲେ, ଯାହା ଫଳରେ ତାଙ୍କ ଫିଲ୍ମ ଜୁନ୍ ୫ ତାରିଖରେ କର୍ଣ୍ଣାଟକରେ ରିଲିଜ୍ ହୋଇପାରି ନଥିଲା। କନ୍ନଡ ଭାଷା ବିବାଦରେ ଫସିବା ପରେ, ସେ ଏବେ ଦକ୍ଷିଣରେ ହିନ୍ଦୀ ଜବରଦସ୍ତୀ କରାଯିବା ପ୍ରସଙ୍ଗରେ ନିଜର ମତାମତ ପ୍ରକାଶ କରିଛନ୍ତି। ଅଭିନେତା ତାଙ୍କ ନୂତନ ଫିଲ୍ମ 'ଠଗ୍ ଲାଇଫ୍'ର ପ୍ରମୋସନ୍ ସମୟରେ ହିନ୍ଦୀ ଭାଷା ବାଧ୍ୟ କରାଯିବା ବିଷୟରେ କହିଛନ୍ତି।
ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ 'ଠଗ୍ ଲାଇଫ୍' ଏହି ସପ୍ତାହରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ଏକ ବୟାନ ଦେଇଥିଲେ ଯେ କନ୍ନଡ ଭାଷା ତାମିଲରୁ ଜନ୍ମ ହୋଇଛି। ଏହା ପରେ ବହୁତ ବିବାଦ ହୋଇଥିଲା।
ଏହି ବିଷୟରେ ତାଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା କିନ୍ତୁ ସେ କ୍ଷମା ମାଗିବାକୁ ମନା କରିଦେଇଥିଲେ। ଏହି କାରଣରୁ କର୍ଣ୍ଣାଟକରେ ଫିଲ୍ମଟି ରିଲିଜ୍ ହୋଇ ନଥିଲା। ଏବେ କମଲ ହାସନ ହିନ୍ଦୀ ଉପରେ ନିଜର ମତ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ:ଦୀପିକା ପାଦୁକୋନ୍ଙ୍କ ନୂଆ ଫିଲ୍ମର ଟିଜର୍; ଆକ୍ସନ ମୁଡ୍ରେ ବଲିଉଡ୍ କ୍ୱିନ୍
କମଲ ହାସନ ତାଙ୍କ ୧୯୮୧ ମସିହାର ହିଟ୍ ହିନ୍ଦୀ ଫିଲ୍ମର ଉଦାହରଣ ଦେଇ କହିଥିଲେ ଯେ "ମୁଁ 'ଏକ ଦୁଜେ କେ ଲିୟେ'ର ଅଭିନେତା।" "ଆମେ (ହିନ୍ଦୀ) ବାଧ୍ୟ ନ ହୋଇ ଶିଖିବୁ କାରଣ ଏହା ସର୍ବୋପରି ଏକ ଶିକ୍ଷା ଏବଂ ଆମକୁ ଶିକ୍ଷା ପାଇଁ ଏକ ଭଲ ପଥ ଗ୍ରହଣ କରିବା ଉଚିତ... ଏବଂ ଏଥିରେ ବାଧା ସୃଷ୍ଟି କରିବା ଉଚିତ ନୁହେଁ। ମୁଁ ପଞ୍ଜାବ ସହିତ ଠିଆ ହୋଇଛି। ମୁଁ କର୍ଣ୍ଣାଟକ ସହିତ ଠିଆ ହୋଇଛି। ମୁଁ ଆନ୍ଧ୍ର ସହିତ ଠିଆ ହୋଇଛି। ଏହା ଏକମାତ୍ର ସ୍ଥାନ ନୁହେଁ ଯେଉଁଠାରେ ହିନ୍ଦୀ ଲାଗୁ କରିବା ବିରୋଧରେ ପ୍ରତିବାଦ କରାଯାଉଛି।" କମଳ ହାସନଙ୍କ କହିବା କଥା, କାହାରିକୁ ଭାଷା ଶିଖିବା ପାଇଁ ବାଧ୍ୟ କରାନଯାଉ । ଯାହାର ଦରକାର ସେ ଆପେ ଆପେ ଶିଖିଯିବେ ।
କମଲ ହାସନ ଇଂରାଜୀ ଉପରେ ଗୁରୁତ୍ୱ ଦେଇ କହିଛନ୍ତି “ଯଦି ଆପଣ ପ୍ରକୃତରେ ଆନ୍ତର୍ଜାତୀୟ ସ୍ତରରେ ସଫଳତା ଖୋଜୁଛନ୍ତି, ତେବେ ଆପଣଙ୍କୁ ଏକ ଭାଷା ଶିଖିବାକୁ ପଡିବ। ଆମକୁ ଇଂରାଜୀ ବହୁତ ଠିକ୍ ଲାଗୁଛି। ଆପଣ ସ୍ପାନିସ୍ କିମ୍ବା ଚାଇନିଜ୍ ମଧ୍ୟ ଶିଖିପାରିବେ କିନ୍ତୁ ମତେ ଲାଗୁଛି ସବୁଠାରୁ ବ୍ୟାବହାରିକ କଥା ହେଉଛି ଆମ ପାଖରେ ୩୫୦ ବର୍ଷର ଇଂରାଜୀ ଶିକ୍ଷା ଅଛି, ଯାହା ଧୀରେ ଧୀରେ କିନ୍ତୁ ଲଗାତର ଆଗକୁ ବଢ଼ୁଛି।”
ତେଣୁ ଯେତେବେଳେ ଆପଣ ହଠାତ୍ ଏହାକୁ ପରିବର୍ତ୍ତନ କରିଦିଅନ୍ତି, ଏହା ପୁଣି ଥରେ ଆରମ୍ଭ ହୁଏ। ଆପଣ ଅନାବଶ୍ୟକ ଭାବରେ ବହୁତ ଲୋକଙ୍କୁ ନିରକ୍ଷର କରୁଛନ୍ତି, ବିଶେଷକରି ତାମିଲନାଡୁରେ। ଆପଣ ହଠାତ୍ ସମସ୍ତଙ୍କୁ ହିନ୍ଦୀରେ କହିବାକୁ ବାଧ୍ୟ କରୁଛନ୍ତି ଏବଂ ସେମାନଙ୍କୁ କହୁଛନ୍ତି ଯେ ତୁମକୁ ବିନ୍ଧ୍ୟ ବ୍ୟତୀତ ଆଉ ଚାକିରି ମିଳିବ ନାହିଁ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749373102.jpg)