Advertisment

ତୃପ୍ତିଙ୍କ ସହ ମୁମ୍ବାଇ ଗଲେ ବାବୁସାନ

ତୃପ୍ତିଙ୍କ ସହ ମୁମ୍ବାଇ ଗଲେ ବାବୁସାନ

ଅଦ୍ୟତନ ହୋଇଛି
Babushan Mohanty Wife Trupti Satapathy

actor Babushaan and trupti sathpathy

Advertisment

ତୃପ୍ତିଙ୍କ ସହ ମୁମ୍ବାଇ ଗଲେ ବାବୁସାନ। ଦମନ ଫିଲ୍ମ ଡବିଂ ପାଇଁ ବାବୁସାନ ମୁମ୍ବାଇ ଯାଉଥିବା ଜଣାପଡ଼ିଛି। ତାଙ୍କ ସହ ପତ୍ନୀ ତୃପ୍ତି ଅଛନ୍ତି।ବାବୁସାନ ଓ ତୃପ୍ତିଙ୍କ ଦାଂପତ୍ୟ ଜୀବନରେ କିଛି ଦିନ ତଳେ ଉଠିଥିଲା ପ୍ରକୃତି ଝଡ଼ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା ।

Advertisment

ବାବୁସାନଙ୍କ ଅସୁସ୍ଥତା ସମୟରେ ପତ୍ନୀ ତୃପ୍ତିଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏବେ ଏହି ଝଡ଼ ଧିରେ ଧିରେ ପ୍ରଶମିତ ହେଉଥିବା ଭଳି ମନେ ହେଉଥିଲା । କାରଣ ତୃପ୍ତି ନିଜେ ହସ୍ପିଟାଲ ଆସି ବାବୁସାନ ଡିସ୍‌ଚାର୍ଜ ହେବା ପରେ ସାଥିରେ ଧରି ଘରକୁ ଫେରିଥିଲେ । ତୃପ୍ତି ବାବୁସାନଙ୍କୁ ଧରି ନିଜ ଆପାର୍ଟମେଣ୍ଟ ନୁହେଁ, ବରଂ ଶାଶୁ-ଶ୍ୱଶୁର ଅର୍ଥାତ୍ ଅପରାଜିତା-ଉତ୍ତମ ମହାନ୍ତିଙ୍କ ଘରକୁ ଯାଇଥିଲେ। 

ଜଣେ ଡାକ୍ତରଙ୍କ କାହାଣୀକୁ ନେଇ ହୋଇଥିବା ଫିଲ୍ମ ଦମନ ଓଡ଼ିଶା ରେ ଚହଳ ପକାଇଛି। ଫିଲ୍ମର ଲୋକପ୍ରିୟତା ପରେ ଏହି ହିନ୍ଦୀ ଭାଷାରେ ରିଲିଜ ହେବ। ଏହାର ଡବିଂ ପାଇଁ ନିଜେ ବାବୁସାନ ପତ୍ନୀ ତୃପ୍ତିଙ୍କୁ ସଥୀରେ ଧରି ଯାଇଛନ୍ତି ମୁମ୍ବାଇ। 

Advertisment

ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବାବୁସାନ୍‌ଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲେ ପ୍ରକୃତି। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା।  

Babushan Mohanty Trupti Satapathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ