Advertisment

ବଲିଉଡ୍‌ର ଭାଗ୍ୟକୁ ସଜାଡିପାରେ ଏହି ୩ ଆକ୍ସନ ଫିଲ୍ମ

୨୦୨୩ ବଲିଉଡ୍ର ଭାଗ୍ୟ ପରିବର୍ତ୍ତନ କରିପାରେ। ସବୁଠାରୁ ବଡ ତିନୋଟି ଆକ୍ସନ୍ ଚଳଚ୍ଚିତ୍ର ଟ୍ରିପଲ୍ ଏସ୍(S) ଙ୍କ କାନ୍ଧରେ ଅଛି। ଏହି ଟ୍ରିପଲ୍ S କିଏ ଓ କ’ଣ ତାଙ୍କର ଫିଲ୍ମ ଆସନ୍ତୁ ଜାଣିନେବା।

author-image
Pramod Behera
Action films of triple s can change the fate of the bollywood

Action films of triple s can change the fate of the bollywood

୨୦୨୨ ବଲିଉଡ୍‌ ପାଇଁ ବହୁତ ଖରାପ ଥିଲା। ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ଆମୀର ଖାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍ ହୋଇଥିଲା। କିନ୍ତୁ ୨୦୨୩ ବଲିଉଡ୍‌ର ଭାଗ୍ୟ ପରିବର୍ତ୍ତନ କରିପାରେ। ବଲିଉଡ୍ ପାଇଁ ଏକ ଖୁସି ଖବର ଆଣିପାରେ। ।

Advertisment

ବଲିଉଡ୍‌କୁ ନିଜ ସ୍ଥିତି ଫେରେଇ ଆଣିବା ନେଇ ଚଳିତ ବର୍ଷ ବଲିଉଡ୍‌ର ସମସ୍ତ ବଡ ବଡ ତାରକା ନିଜ ନିଜ ଚଳଚ୍ଚିତ୍ର କରିବାରେ ହୃଦୟରୁ ଲାଗି ପଡିଛନ୍ତି। କିନ୍ତୁ ଚଳିତ ବର୍ଷ ଏହିପରି ୩ଟି ଆକ୍ସନ୍ ଫିଲ୍ମ ଉପରେ ନଜର ରହିଛି ଯାହା ବକ୍ସ ଅଫିସ୍‌ର ଭାଗ୍ୟ ବଦଳାଇ ଦେଇପାରେ।

୨୦୨୩ର ସବୁଠାରୁ ବଡ ତିନୋଟି ଆକ୍ସନ୍ ଚଳଚ୍ଚିତ୍ର ଟ୍ରିପଲ୍ ଏସ୍(S) ଙ୍କ କାନ୍ଧରେ ଅଛି। ଟ୍ରିପଲ୍ s ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଏହି ଟ୍ରିପଲ୍ ଏସ୍ ଅନ୍ୟ କେହି ନୁହଁନ୍ତି ସଲମାନ୍ ଖାନ୍, ଶାହରୁଖ ଖାନ୍ ଏବଂ ସନି ଦେଓଲ୍। ଆସନ୍ତୁ ସେମାନଙ୍କ ଆଗାମୀ ଚଳଚ୍ଚିତ୍ରଗୁଡ଼ିକ ଉପରେ ନଜର ପକାଇବା, ଯାହାକୁ ନେଇ ବଲିଉଡ୍‌ର ଭରସା ରହିଛି।

Advertisment

ଶାହାରୁଖ ଖାନଙ୍କ 'ଜୱାନ':

୨୦୨୩ ମସିହାରେ ଶାହରୁଖ ଖାନଙ୍କ 'ପଠାନ' ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ୨୫୦କୋଟି ଟଙ୍କାର ଚଳଚ୍ଚିତ୍ର ବକ୍ସ ଅଫିସରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରି ଭାରତରେ ୫୦୦ କୋଟି ଟଙ୍କାର ସୀମା ଅତିକ୍ରମ କରିଛି। ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି 'ଜୱାନ'। ଏହାକୁ ଏଟଲୀ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଚଳଚ୍ଚିତ୍ରରେ ଦକ୍ଷିଣର ସୁପରଷ୍ଟାର ବିଜୟ ସେତୁପତି ଏବଂ ନୟନତାରା ମଧ୍ୟ ନଜର ଆସିବେ। ଫିଲ୍ମର ପ୍ରମୋ ପୂର୍ବରୁ ମଧ୍ୟ ଧୂମ ମଚେଇ ସାରିଛି। ‘ପଠାନ’ର ସଫଳତାକୁ ଦୃଷ୍ଟିରେ ରଖି ଏହି ଚଳଚ୍ଚିତ୍ରରୁ ପ୍ରଶଂସକଙ୍କ ଆଶା ଆକାଶଛୁଆଁ ରହିଛି।

ସଲମାନ ଖାନଙ୍କ 'ଟାଇଗର ୩':

ସଲମାନ ଖାନଙ୍କ 'ଟାଇଗର' ସିରିଜର ପରବର୍ତ୍ତୀ ଚଳଚ୍ଚିତ୍ର ଚଳିତ ବର୍ଷ ରିଲିଜ୍‌ ହେବ। ଫିଲ୍ମରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ସୁପର୍‌ହିଟ୍‌ ଯୋଡି ନଜର ଆସିବେ। ଉଲ୍ଲେଖଥାଉ କି, ଶାହରୁଖ ଖାନଙ୍କ ‘ପଠାନ’ରେ ଟାଇଗରଙ୍କ ଯାଦୁ ମଧ୍ୟ ଦେଖିବାକୁ ମିଳେ। ସଲମାନ ଖାନ ଶାହାରୁଖ ଖାନଙ୍କ ଏହି ଫିଲ୍ମରେ ଏକ କେମିୟୋ କରିଥିଲେ ଏବଂ ଏହା ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା।

ସନି ଦେଓଲ୍‌ଙ୍କ 'ଗଦର ୨: ଏକ ପ୍ରେମ୍‌ କଥା':

ସନି ଦେଓଲଙ୍କ 'ଗଦର' ୨୦୦୧ରେ ଆସିଥିଲା ​​ଏବଂ ଏହା ବକ୍ସ ଅଫିସ୍‌ରେ ହଙ୍ଗାମା କରିଥିଲା।​| ଅନିଲ ଶର୍ମାଙ୍କ ଏହି ଆକ୍ସନ୍ ଫିଲ୍ମ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା ଏବଂ ଫିଲ୍ମର ସିକ୍ୱେଲ୍‌କୁ ଦୀର୍ଘ ଦିନ ଧରି ଅପେକ୍ଷା କରାଯାଇଥିଲା। କିନ୍ତୁ ୨୨ ବର୍ଷ ପରେ ସନି ଦେଓଲ ପୁଣି ଫେରିଆସୁଛନ୍ତି ଏବଂ ଅମିଷା ପଟେଲ ମଧ୍ୟ ତାଙ୍କ ସହିତ ଅଛନ୍ତି। ଫିଲ୍ମର ପୋଷ୍ଟର୍‌ ରିଲିଜ୍‌ ହୋଇଛି ଏବଂ ସନି ଦେଓଲ ପୁଣି ଥରେ ଧମାକା କରିବାକୁ ଯାଉଛନ୍ତି। ଏହି ଫିଲ୍ମ ଅଗଷ୍ଟ ୧୧ରେ ରିଲିଜ୍‌ ହେବାକୁ ଯାଉଛି।

Salman Khan Sunny Deol Shahrukh Khan Bollywood
Advertisment
Advertisment