Abhishek Bachchan
ଶାହରୁଖ କି ସଲମାନ ନୁହଁନ୍ତି ଅଭିଷେକ ବଚ୍ଚନଙ୍କ ନାଁରେ ରହିଛି ଏକ ରେକର୍ଡ । ଯେଉଁ ରେକର୍ଡ ନିଜ ନାଁରେ କରିବା ପାଇଁ ବିଟାଉନ ସେଲିବ୍ରିଟି କେତେ କଣ କରନ୍ତି । ଅଭିଷେକ ବଚ୍ଚନ ବଲିଉଡକୁ ଦେଇଥିଲେ ପ୍ରଥମ ୫୦୦ କେ।ଟିର ହିଟ୍ । ଏହି ଫିଲ୍ମର ବଜେଟ ଥିଲା ପାଖାପାଖି ଦେଢ ଶହ କେ।ଟି । ବିଟାଉନରେ ଏହି ଫିଲ୍ମର ବଜେଟ ତାଠୁ ବି ଅଧିକ ବେ।ଲି ବି କୁହାଯାଏ ।
୨୦୧୩ ବଲିଉଡ ପାଇଁ ଏକ ଉଲ୍ଲେଖନୀୟ ବର୍ଷ ଥିଲା । କାରଣ ୨୦୧୩ରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ୧୦୦ବର୍ଷ ପୁରି ଥିଲା । ଆଉ ସେହି ବର୍ଷ ୨୦୧୩ରେ ରିଲିଜ ହେ।ଇଥିଲା ବହୁ ପ୍ରତୀକ୍ଷିତ ଫିଲ୍ମ ଧୂମ୍ ଥ୍ରୀ । ରିଲିଜ ହେବା ମାତ୍ରେ ଅନେକ ରେକର୍ଡ କରିଥିଲା।
ଅଧିକ ପଢ଼ନ୍ତୁ: ଆମିର ଖାନଙ୍କ ସହ ରେଖା; ସିନ୍ଥିରେ ସିନ୍ଦୂର, ମଥାରେ ଓଢଣୀ
ସେହିବର୍ଷ ସର୍ବାଧିକ ଆୟକାରୀ ଫିଲ୍ମ ହେ।ଇଥିଲା ଧୂମ୍ ଥ୍ରୀ । ବିଜୟ ଆଚାର୍ଯ୍ୟଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ୟଶ ରାଜ ଫିଲ୍ମସ୍ ବ୍ୟାନର ତଳେ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ପ୍ରଯୋଜିତ ଧୂମ ଥ୍ରୀରେ ଆମିର ଖାନ, କ୍ୟାଟ୍ରିନା କୈଫ, ଅଭିଷେକ ବଚ୍ଚନ, ଉଦୟ ଚୋପ୍ରା ଭଳି ଷ୍ଟାର ଅଭିନୟ କରିଥିଲେ ।
ଫିଲ୍ମଟି କେବଳ ନିଜର ଷ୍ଟାରକାଷ୍ଟ ନୁହେଁ ବଜେଟ ପାଇଁ ବି ଚର୍ଚ୍ଚ।ରେ ଥିଲା । ବକ୍ସଅଫିସରେ ୫୦୦ କେ।ଟିରୁ ଅଧିକ ଆୟ କରି ସୁପର ଡୁପର ହିଟ୍ ହେ।ଇଥିଲା ଫିଲ୍ମ । ଏହା ବ୍ୟତୀତ ୫୦୦ କୋଟି ଟଙ୍କା ମାଇଲଖୁଣ୍ଟ ଅତିକ୍ରମ କରି ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପ୍ରଥମ ଭାରତୀୟ ଫିଲ୍ମ ହୋଇଥିଲା।
ଧୂମ୍ ଥ୍ରୀ ହେଉଛି ଧୂମ୍ ଫ୍ରାଞ୍ଚାଇଜ୍ର ତୃତୀୟ ଫିଲ୍ମ । ଏହା ଏକ ବ୍ଲକବଷ୍ଟର ଫିଲ୍ମ ଥିଲା । ଫିଲ୍ଟର କାହାଣୀ, ଆକ୍ସନ ଓ ଗୀତ ସବୁକିଛି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା।
ଧୂମ୍ ଏବଂ ଧୂମ୍ ଟୁରେ ଜନ୍ ଆବ୍ରାହମ୍ ଏବଂ ହ୍ରିତିକ୍ ରୋଶନଙ୍କ ସହ ଅଭିନୟ କରିଥିଲେ ଅଭିଷେକ ବଚ୍ଚନ । ଧୂମ୍ ଥ୍ରୀରେ ଆମିର ଖାନ ଚେ।ର ଭୂମିକାରେ ଓ ଅଭିଷେକ ପେ।ଲିସ ଭୂମିକାରେ ଥିଲେ । ଚେ।ର ପେ।ଲିସର କାହାଣୀରେ ଅଭିଷେକଙ୍କ ସାଥ ଦେଇଥିଲେ ଉଦୟ ଚୋପ୍ରା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750438056.jpg)