Advertisment

ଆସିଲା ଅପ୍‌ଡେଟ୍; ଏହିଦିନ ରିଲିଜ୍ ହେବ ସନ୍ନିଙ୍କ 'ଲାହୋର ୧୯୪୭'

'ଗଦର ୨'ର ଅପାର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର 'ଲାହୋର ୧୯୪୭'ସହିତ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିବାକୁ ଯାଉଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ଆକ୍ସନ୍ ଡ୍ରାମା ଫିଲ୍ମ ହେବ। ଏହି ଚଳଚ୍ଚିତ୍ରରେ VFX ବହୁତ କମ୍ ବ୍ୟବହୃତ ହେବ।

ଅଦ୍ୟତନ ହୋଇଛି
Aamir khan sunny deol rajkumar santoshi film set to hit the theatre in 26 january

Aamir khan sunny deol rajkumar santoshi film set to hit the theatre in 26 january

Advertisment

'ଗଦର ୨'ର ଅପାର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର 'ଲାହୋର ୧୯୪୭'ସହିତ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିବାକୁ ଯାଉଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ଆକ୍ସନ୍ ଡ୍ରାମା ଫିଲ୍ମ ହେବ। ଏହି ଚଳଚ୍ଚିତ୍ରରେ VFX ବହୁତ କମ୍ ବ୍ୟବହୃତ ହେବ।

Advertisment

ଏଥିରେ ସନ୍ନି ଦେଓଲଙ୍କ ସହ ପ୍ରୀତି ଜିଣ୍ଟାଙ୍କ ଜବରଦସ୍ତ ଯୋଡି ଦେଖିବାକୁ ମିଳିବ। ଦୀର୍ଘ ଦିନ ପରେ ପ୍ରୀତି ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଆମୀର ଖାନ ଏବଂ ରାଜକୁମାର ସନ୍ତିଷୀଙ୍କ ଫିଲ୍ମ 'ଲାହୋର ୧୯୪୭' ରିଲିଜ୍‌କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ: ସାଜିଦ୍‌ ନାଡିୟାଡ୍‌ୱାଲା କରିବେ ରଜନୀକାନ୍ତଙ୍କ ବାୟୋପିକ୍; ଏହି ସାଉଥ୍ ଅଭିନେତା ହେବେ ଥାଲାଇଭା

Advertisment

ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଗଣତନ୍ତ୍ର ଦିବସ ଅବସରରେ ଆମୀର ଖାନ, ରାଜକୁମାର ସନ୍ତୋଷୀ ଏବଂ ସନ୍ନି ଦେଓଲଙ୍କ ଫିଲ୍ମ 'ଲାହୋର ୧୯୪୭' ରିଲିଜ୍‌ ହେବ। ତେବେ ଚଳିତ ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଚଳଚ୍ଚିତ୍ର ନିର୍ମାତା ଚଳିତ ବର୍ଷ ଜୁନ୍ ସୁଦ୍ଧା ଫିଲ୍ମର ସୁଟିଂ ଶେଷ କରିବେ। ଏହି ଚଳଚ୍ଚିତ୍ରରେ ପ୍ରକୃତ ଡ୍ରାମା ସହିତ ଭରପୂର ଆକ୍ସନ ଦେଖିବାକୁ ମିଳିବ।

ଆମୀର ଖାନ କହିଛନ୍ତି ଯେ ରିପବ୍ଲିକ୍ ଡେ’ ୱିକେଣ୍ଡରେ ଏହି ଫିଲ୍ମ ରିଲିଜ୍ କରିବା ଠିକ ହେବ। ଏହାର ଅର୍ଥ ହେଉଛି ଜାନୁଆରୀ ୨୬ ପାଖାପାଖି ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯୋଜନା ଚାଲିଛି।

Advertisment

ଏହି ଚଳଚ୍ଚିତ୍ରରେ ସନ୍ନି ଦେଓଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଏବଂ ଆମୀର ଖାନଙ୍କୁ ଏକ କେମିଓ ଭୂମିକାରେ ଦେଖିବାକୁ ମିଳିବ। ବହୁତ ଦିନ ପରେ ପ୍ରୀତି ଜିଣ୍ଟା ଏହି ଚଳଚ୍ଚିତ୍ର ସହିତ ବଡ ପରଦାରେ ନଜର ଆସିବେ। ପ୍ରୀତିଙ୍କ ବ୍ୟତୀତ ଶବାନା ଆଜ୍‌ମୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଅଭିମନ୍ୟୁ ସିଂହ ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଅଲି ଫଜଲଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

ଅଧିକ ପଢ଼ନ୍ତୁ: ସୁଟିଂ ସେଟ୍‌ରୁ ଭାଇରାଲ୍ ହେଉଛନ୍ତି ‘ରାମ-ସୀତା’; ଜଣା ନାହିଁ କେଉଁଠି ହେଉଛି ସୁଟିଂ

ଏହି ଚଳଚ୍ଚିତ୍ରକୁ ରାଜକୁମାର ସନ୍ତୋଷୀ ନିର୍ଦ୍ଦେଶନା ଦେଉଥିବାବେଳେ ଫିଲ୍ମର ନିର୍ମାତା ହେଉଛନ୍ତି ଆମୀର ଖାନ। ଫିଲ୍ମରେ ସନ୍ନି ଦେଓଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ରାଜକୁମାର ସନ୍ତୋଷୀ ଏହାପୂର୍ବରୁ ସନ୍ନି ଦେଓଲଙ୍କ ସହ 'ଘାୟଲ' ଏବଂ 'ଘାତକ' ଭଳି ହିଟ୍ ଫିଲ୍ମ ଦେଇଛନ୍ତି। ଆଶା କରାଯାଏ ଯେ ଏହି ଯୋଡିର ଯାଦୁ ଫିଲ୍ମ 'ଲାହୋର ୧୯୪୭' ରେ ମଧ୍ୟ ଦେଖାଯିବ।

Bollywood Aamir Khan Sunny Deol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ