Advertisment

Sitaare Zameen Par Trailer: ଆଜି ରିଲିଜ୍ ହେବ ଆମିର ଖାନଙ୍କ 'ସିତାରେ ଜମିନ୍ ପର' ଟ୍ରେଲର୍; ଜାଣନ୍ତୁ କେତେବେଳେ

'ସିତାରେ ଜମିନ୍ ପର'ର ଟ୍ରେଲରକୁ ପ୍ରଶଂସକମାନେ ବହୁତ ଦିନ ଧରି ଅପେକ୍ଷା କରିଛନ୍ତି। ଏବେ ପ୍ରଶଂସକମାନଙ୍କୁ ଖୁସି କରିବା ପାଇଁ ନିର୍ମାତା ଫିଲ୍ମର ଟ୍ରେଲର ଘୋଷଣା କରିଛନ୍ତି। ଆମିର୍‌ ଖା୍‌ନ ପ୍ରଡକ୍ସନ୍ସ ତରଫରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି ଯେ ଫିଲ୍ମର ଟ୍ରେଲର ଆଜି ରାତିରେ ରିଲିଜ୍ ହେବ।

ଅଦ୍ୟତନ ହୋଇଛି
Sitaare Zameen Par Trailer

Sitaare Zameen Par Trailer

Advertisment

ଦର୍ଶକ ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସିତାରେ ଜମିନ୍ ପର' ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହେବା ପରେ ଦର୍ଶକଙ୍କ ଫିଲ୍ମକୁ ନେଇ ଉତ୍ସାହ ଆହୁରି ବଢ଼ିଯାଇଛି। ଏବେ ନିର୍ମାତା ଫିଲ୍ମର ଟ୍ରେଲର୍‌ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରିଛନ୍ତି। ଏହା ପରେ ପ୍ରଶଂସକମାନେ ଫିଲ୍ମକୁ ନେଇ ଆହୁରି ଉତ୍ସାହିତ ହୋଇଯାଇଛନ୍ତି।

Advertisment

'ସିତାରେ ଜମିନ୍ ପର'ର ଟ୍ରେଲରକୁ ପ୍ରଶଂସକମାନେ ବହୁତ ଦିନ ଧରି ଅପେକ୍ଷା କରିଛନ୍ତି। ଏବେ ପ୍ରଶଂସକମାନଙ୍କୁ ଖୁସି କରିବା ପାଇଁ ନିର୍ମାତା ଫିଲ୍ମର ଟ୍ରେଲର ଘୋଷଣା କରିଛନ୍ତି। ଆମିର୍‌ ଖା୍‌ନ ପ୍ରଡକ୍ସନ୍ସ ତରଫରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି ଯେ ଫିଲ୍ମର ଟ୍ରେଲର ଆଜି ରାତିରେ ରିଲିଜ୍ ହେବ।

ନିର୍ମାତାସୂଚନା ଦେଇଛନ୍ତି ଯେ ଟ୍ରେଲରଟି ଆଜି ରାତିରେ ଅର୍ଥାତ୍ ୧୩ ମେ’ରେ ଜୀ ନେଟ୍‌ୱାର୍କ ଚ୍ୟାନେଲରେ ସନ୍ଧ୍ୟା ୭:୫୦-୮:୧୦ ରେ ଏବଂ ଆମିର ଖାନ ପ୍ରଡକ୍ସନର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରାତି ୮:୨୦ ରେ ରିଲିଜ୍ ହେବ।

Advertisment

ଅଧିକ ପଢ଼ନ୍ତୁ:ପାକିସ୍ତାନ ଲୋକଙ୍କ ପ୍ରତି ମୋର କୌଣସି ଅଭିଯୋଗ ନାହିଁ; ଜାଭେଦ ଅଖତର

ଫିଲ୍ମର ପ୍ରଥମ ପୋଷ୍ଟର:

ପୂର୍ବରୁ ୫ ମେ’ରେ 'ସୀତାରେ ଜମିନ୍ ପର'ର ପ୍ରଥମ ପୋଷ୍ଟର୍‌ ରିଲିଜ୍ ହୋଇଥିଲା। ପୋଷ୍ଟରରେ ଆମିର ଖାନଙ୍କ ଏକ ସୁନ୍ଦର ଫଟୋ ସହିତ ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାର୍‌କାଷ୍ଟ୍‌ ଦେଖିବାକୁ ମିଳିଥିଲା। ପୋଷ୍ଟରରେ ଲେଖାଥିଲା 'ସୀତାରେ ଜମିନ୍ ପର'...।

ଆମିର ଖାନଙ୍କ ଫିଲ୍ମର ଟ୍ରେଲରକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିବା ଜଣାପଡୁଛି। ଏହା ପଛରେ କାରଣ ହେଉଛି CBFC ର ପ୍ରତିକ୍ରିୟା। ନିକଟରେ, ଫିଲ୍ମର ଟ୍ରେଲର୍‌କୁ ସବୁଜ ସଙ୍କେତ ମିଳିଛି। ଟ୍ରେଲରକୁ ବହୁତ ପ୍ରଶଂସା କରାଯାଇଛି। ଏହା ସହିତ, 'ଲାଲ ସିଂହ ଚଡ୍ଡା'ର ଫ୍ଲପ୍ ପରଠାରୁ ଆମିର ଖାନ ଫିଲ୍ମରୁ ଦୂରେଇ ଅଛନ୍ତି। ଏବେ ସେ ଦୀର୍ଘ ସମୟ ପରେ ଫେରିବା ପରେ, ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳେ।

Advertisment

'ସୀତାରେ ଜମିନ୍ ପର' ହେଉଛି ଆମିର ଖାନଙ୍କ ୨୦୦୭ରେ ଆସିଥିବା ସୁପରହିଟ୍ ଚଳଚ୍ଚିତ୍ର ‘ତାରେ ଜମିନ୍ ପର୍’ ର ସିକ୍ୱେଲ୍। ଏହି ଫିଲ୍ମରେ ବହୁତ ହସ ଏବଂ ମଜା ଦେଖିବାକୁ ମିଳିବ। ଏହା ବିଷୟରେ ସୂଚନା ଆମିର ଖାନ ବହୁତ ପୂର୍ବରୁ ଦେଇସାରିଛନ୍ତି। ଫିଲ୍ମରେ କୌଣସି ଭାବପ୍ରବଣ କାହାଣୀ ନାହିଁ। କିନ୍ତୁ ଏହା ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି। ସୈକ୍‌ନିଲ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମର ପ୍ରଥମ ଭାଗ ସାରା ବିଶ୍ୱରେ ୯୮.୫ କୋଟି ଟଙ୍କା ରୋଜଗାର କରିଥିଲା ​​ଏବଂ ଏହା ସୁପରହିଟ୍ ହୋଇଥିଲା।

କେବେ ମୁକ୍ତିଲାଭ:

ଏହି ଫିଲ୍ମଟି ୨୦ ଜୁନ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ଆମିର ଖାନଙ୍କ ସହ ଜେନେଲିଆ ଡିସୁଜା ମଧ୍ୟ ଏକ ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ତାଙ୍କୁ ଫିଲ୍ମର ପ୍ରଥମ ପୋଷ୍ଟରରେ ଦେଖିବାକୁ ମିଳି ନଥିଲା।

ଅଧିକ ପଢ଼ନ୍ତୁ:‘ଅପରେସନ୍ ସିନ୍ଦୂର’କୁ ନେଇ ଏମିତି କହିଲେ ଜାଭେଦ ଅଖତର; ଲୋକେ କଲେ ଟାର୍ଗେଟ୍

Bollywood Aamir Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ