Advertisment

‘ଲାଲ୍‌ ସିଂହ ଚଡ୍‌ଢା’ ପାଇଁ ଏତେ ନେଇଥିଲେ ଆମିର ଖାନ

‘ଲାଲ୍‌ ସିଂହ ଚଡ୍‌ଢା’ ବକ୍ସ ଅଫିସ୍‌ରେ ଫ୍ଲପ୍ ହେଇଛି। ସୋସିଆଲ୍‌ ମିଡିଆ ‘ବୟକଟ୍’ ଟ୍ରେଣ୍ଡ୍ ଯୋଗୁଁ ସେମିତି ଭଲ ରୋଜଗାର କରିପାରିନି ଏହି ଫିଲ୍ମ। କିନ୍ତୁ ଏହି ଫିଲ୍ମ କରିବାକୁ ଆମିର୍ ଖାନ ଯେତିକି ଟଙ୍କା ନେଇଥିଲେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

ଅଦ୍ୟତନ ହୋଇଛି
Aamir Khan fees for laal singh chaddha

Aamir Khan fees for laal singh chaddha

Advertisment

ବକ୍ସ ଅଫିସ୍‌ରେ ଆମିର ଖାନଙ୍କ ‘ଲାଲ୍‌ ସିଂହ ଚଡ୍‌ଢା’ଙ୍କୁ ସମ୍ପୂର୍ଣ୍ଣ ଭାବେ ମାଡ ଖାଇଯାଇଛି। ଏହି ଫିଲ୍ମକୁ ନେଇ ଯାହା ଆଶା କରାଯାଉଥିଲା, ତାହା ପୂରଣ ହୋଇପାରିଲା ନାହିଁ। ଆମିର ଖାନଙ୍କ 'ଫରେଷ୍ଟ ଗମ୍ପ୍‌'ର ରିମେକକୁ ଦର୍ଶକ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ ନେଇ ବଲିଉଡ୍‌କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଏହାରି ଭିତରେ ଆମିର ଖାନଙ୍କ ଫିଲ୍ମ ବଜେଟ୍‌ ଏବଂ ତାଙ୍କ ଫିସ୍‌କୁ ନେଇ ଅନେକ ପ୍ରକାରର ଖବର ଆସୁଛି।

Advertisment

କୁହାଯାଉଛି ଯେ ଆମିର ଖାନ ଏହି ଫିଲ୍ମ ପାଇଁ ୫୦ କୋଟି ଟଙ୍କା ନେଇଛନ୍ତି। କିନ୍ତୁ ଆମିର ଖାନ ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ଆମିର ଦୀର୍ଘ ଦିନ ଧରି ଫିଲ୍ମର ଲାଭକୁ ବାଣ୍ଟିବା କାମ କରିଆସୁଛନ୍ତି। ସେ ଫିଲ୍ମ ପାଇଁ କିଛି ଚାର୍ଜ କରନ୍ତି ନାହିଁ।

ରିପୋର୍ଟ ଅନୁଯାୟୀ, ତାଙ୍କ ସହ ଜଡିତ ଏକ ସୂତ୍ରରୁ ଜଣାପଡିଛି ଯେ ଗତ କିଛି ବର୍ଷ ହେବ ଆମିର ଖାନ ତାଙ୍କର କୌଣସି ଫିଲ୍ମ ପାଇଁ ଫି ନେଉନାହାଁନ୍ତି। 'ଲାଲ୍‌ ସିଂହ ଚଡ୍‌ଢା' ମଧ୍ୟ ସେହି ଧାରାର ଏକ ଅଂଶ। ଏହିପରି ଭାବରେ ଆମିର ଖାନ ଲାଭ ବାଣ୍ଟିବା ଅନୁଯାୟୀ କାମ କରୁଛନ୍ତି। ଯଦି ଏମିତି ଦେଖାଯାଏ, ତେବେ ଫିଲ୍ମର ଫ୍ଲପ୍ ଯୋଗୁଁ ସେ ମଧ୍ୟ ବହୁତ କ୍ଷତି ସହିଛନ୍ତି।

Advertisment

କେବଳ ଏତିକି ନୁହେଁ, ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ‘ଲାଲ୍‌ ସିଂହ ଚଡ୍‌ଢା’କୁ ନେଟ୍‌ଫ୍ଲିକ୍ସ ୧୬୦କୋଟି ଟଙ୍କାରେ କିଣିଛି। ତେବେ ଏପର୍ଯ୍ୟନ୍ତ ଏହାର କୌଣସି ନିଶ୍ଚିତତା ହୋଇ ନାହିଁ। ଏଥିସହିତ ଫିଲ୍ମର ବଜେଟ୍ ପ୍ରାୟ ୧୮୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

Aamir Khan Lal Singh Chaddha Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ