Advertisment

କପିଲ୍‌ ଶର୍ମାଙ୍କୁ ଆମୀରଙ୍କ ପ୍ରଶ୍ନ, ମତେ କାହିଁକି ତୁମ ସୋ’ କୁ ଡାକିନ ?

ପଞ୍ଜାବୀ ଫିଲ୍ମ ‘କ୍ୟାରୀ ଅନ୍‌ ଜଟ୍ଟା ୩’ପ୍ରମୋସନ୍‌ ବେଳେ କପିଲ୍‌ଙ୍କୁ ଏହି ପ୍ରଶ୍ନ କରିଛନ୍ତି ଆମୀର ।

ଅଦ୍ୟତନ ହୋଇଛି
Aamir Khan On The Kapil Sharma Show

Aamir Khan

Advertisment

‘ଦି କପିଲ୍‌ ଶର୍ମା କେମଡି ସୋ’କୁ କାହିଁକି ଡାକିଲେନି ବୋଲି କପିଲ ଶର୍ମାଙ୍କୁ ପ୍ରଶ୍ନ କଲେ ଅଭିନେତା ଆମୀର୍‌ ଖାନ୍‌ । ନିକଟରେ ଏକ ପଞ୍ଜାବୀ ଫିଲ୍ମ ‘କ୍ୟାରୀ ଅନ୍‌ ଜଟ୍ଟା ୩’ପ୍ରମୋସନ୍‌ ବେଳେ କପିଲ୍‌ଙ୍କୁ ଏହି ପ୍ରଶ୍ନ କରିଛନ୍ତି ଆମୀର ।

Advertisment

ଫିଲ୍ମ ପ୍ରମୋସନ୍‌ ବେଳେ ଆମୀର କହିଛନ୍ତି ଯେ, "ମୁଁ ଆଜିକାଲି ମୋ ପରିବାର ସହିତ ଅଧିକ ସମୟ ଅତିବାହିତ କରୁଛି। ମୁଁ ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ କମେଡି ଭିଡିଓ ଦେଖିବାକୁ ପସନ୍ଦ କରେ। ମୁଁ କପିଲ ଶର୍ମା ସୋ’କୁ କିଛିଦିନ ଲଗାତାର ଦେଖିବା ପରେ ଏବେ ମୁଁ କପିଲ୍‌ଙ୍କ ପ୍ରଶଂସକ ହୋଇଯାଇଛି । ମୁଁ ତାଙ୍କ ଟ୍ୟାଲେଣ୍ଟକୁ ପ୍ରଶଂସା କରିବା ପାଇଁ କିଛିଦିନ ତଳେ ତାଙ୍କୁ କଲ୍‌ କରିଥିଲି ଏବଂ ତାଙ୍କୁ ପଚାରିଥିଲି ଯେ, ତମେ ମୋତେ ଆଜି ଯାଏଁ ତମ ସୋ'ରେ ଅତିଥି ଭାବେ କାହିଁକି ନିମନ୍ତ୍ରଣ କରିନାହଁ?"

ଅଧିକ ପଢ଼ନ୍ତୁ: ଦିନେ ମୋଟାପଣ ପାଇଁ କରାଯାଇଥିଲା ବାରଣ; ଏବେ ସବୁଠୁ ଲୋକପ୍ରିୟ କପିଲ୍ ଶର୍ମା

Advertisment

ଏହାର ଉତ୍ତର ଦେବାକୁ ଯାଇ କପିଲ୍‌ କହିଲେ ଯେ, ମୁଁ ୩ଥର ଆମୀରଙ୍କୁ ସୋ’ରେ ନିମନ୍ତ୍ରଣ କରିଛି । କିନ୍ତୁ ୩ ବର୍ଷ ମଧ୍ୟରେ ତାଙ୍କ ପାଖରେ ସମୟ ନଥିଲା ସୋ କୁ ଆସିବା ପାଇଁ । ସେ ଆହୁରି କହିଛନ୍ତି ଯେ, ଯଦି ଆମୀର ତାଙ୍କ ସୋ’କୁ ଆସନ୍ତି, ତେବେ ସେ ଏନେଇ ବେଶ୍‌ ଖୁସି ହେବେ । ଆମୀର ମଧ୍ୟ କହିଛନ୍ତି ଯେ, ‘ଆପଣ ମତେ ମୋ  ଫିଲ୍ମ ରିଲିଜ୍‌ ବେଳେ ନିମନ୍ତ୍ରଣ କରୁଛନ୍ତି । ମୁଁ ଫିଲ୍ମ ପ୍ରମୋସନ୍‌ ପାଇଁ ଆସିବାକୁ ଚାହୁଁନି । ମତେ ମଜାମସ୍ତି କରିବାକୁ ଆସିବା ପାଇଁ ଇଚ୍ଛା’

ପଞ୍ଜାବୀ ଫିଲ୍ମ ପ୍ରମୋସନ୍‌ ବେଳେ କପିଲ୍‌ ଓ ଆମୀର ପରସ୍ପରକୁ ଆଲିଙ୍ଘନ କରିବା ସହ ପରସ୍ପର ସହ କିଛି ସମୟ ବିତାଇଥିଲେ ।

Advertisment
Kapil Sharma & Aamir Khan(Kapil Sharma & Aamir Khan)
Kapil Sharma The Kapil Sharma Show Aamir Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ