Advertisment

India's Highest Paid Singer: ୧୭୦୦ କୋଟି ଟଙ୍କାର ମାଲିକ ଏହି ଗାୟକ, ତାଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଅଜଣା କଥା

ଏକଦା ଗୋଟିଏ ଗୀତ ପାଇଁ ଅଳ୍ପ କିଛି ଟଙ୍କା ନେଉଥିବା ଏହି ଗାୟକ ଓ ଗୀତିକାର ଜଣଙ୍କ କିଛି ମିନିଟର ଗୀତ ପାଇଁ ୩ କୋଟି ଟଙ୍କା ଦାବି କରନ୍ତି। ୫୮ ତମ ଜନ୍ମଦିନ ଉପଲକ୍ଷେ ଏହି ସିଙ୍ଗରଙ୍କ ସମ୍ପର୍କରେ କିଛି ଅଜଣା କଥା।

ଅଦ୍ୟତନ ହୋଇଛି
ଗୋଟିଏ ଗୀତକୁ ୩ କୋଟି..

ଗୋଟିଏ ଗୀତକୁ ୩ କୋଟି..

Advertisment

ଭାରତର ଲୋକପ୍ରିୟ ଗାୟକ ଏ.ଆର. ରେହମାନ। ସୋମବାର ରେହମାନ ୫୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏକଦା ଗୋଟିଏ ଗୀତ ପାଇଁ ଅଳ୍ପ କିଛି ଟଙ୍କା ନେଉଥିବା ଏହି ଗାୟକ ଓ ଗୀତିକାର ଜଣଙ୍କ କିଛି ମିନିଟର ଗୀତ ପାଇଁ ୩ କୋଟି ଟଙ୍କା ଦାବି କରନ୍ତି। ୫୮ ତମ ଜନ୍ମଦିନ ଉପଲକ୍ଷେ ରେହମାନଙ୍କ ସମ୍ପର୍କରେ କିଛି ଅଜଣା କଥା। ମାଡ୍ରାସରେ ଏକ ହିନ୍ଦୁ ପରିବାରରେ ରେହମାନଙ୍କ ଜନ୍ମ। ଆରମ୍ଭରୁ ତାଙ୍କ ନାମ ରହିଥିଲା ଦିଲୀପ କୁମାର।

Advertisment

ପିତା ଆର. କେ. ଶେଖର ତାମିଲ ଓ ମାଲାୟଲମ ଫିଲ୍ମରେ ଗୀତିକାର ଭାବରେ କାମ କରୁଥିଲେ। ତେଣୁ ଶୈଶବରୁ ହିଁ ରେହମାନ ମ୍ୟୁଜିକ ପ୍ରତି ଆଗ୍ରହୀ ଥିଲେ। ମାତ୍ର ୪ ବର୍ଷ ବୟସରେ ପିଆନୋ ବଜାଇବା ଶିଖି ଯାଇଥିଲେ ରେହମାନ। ମାତ୍ର ୯ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ ରେହମାନ। ପାଠପଢା ସହିତ ପରିବାରର ବୋଝ ପଡିଥିଲା ରେହମାନଙ୍କ କାନ୍ଧ ଉପରେ।

ବାପା କ୍ୟାନ୍ସରରେ ପୀଡିତ ଥିବା ବେଳେ ରେହମାନ ଜଣେ ସୁଫି ସନ୍ଥଙ୍କ ସଂସ୍ପର୍ଶରେ ଆସିଥିଲେ। ପିତାଙ୍କ ମୃତ୍ୟୁ ପରେ ଆଉ ଥରେ ଉକ୍ତ ସନ୍ଥଙ୍କୁ ଭେଟିଥିଲେ। ଆଧ୍ୟାତ୍ମିକତା ଆଡକୁ ଢଳିବା ସହ ଦିଲୀପ କୁମାର ନାମକୁ ସେ ଆଲା ରଖା ରେହମାନକୁ ବଦଳାଇ ଦେଇଥିଲେ। ୨୩ ବର୍ଷ ବୟସରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍‌’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ

୧୯୯୧ ମସିହାରେ ରେହମାନ ନିଜର ମ୍ୟୁଜିକ ରେକର୍ଡ କରିବା ଆରମ୍ଭ କରିଥିଲେ। ତେବେ ୧୯୯୩ ମସିହାରେ ରେହମାନଙ୍କୁ ପ୍ରକୃତ ସଫଳତା ମିଳିଥିଲା। ମଣିରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ ରୋଜାର ସଙ୍ଗୀତ କମ୍ପୋଜ କରିଥିଲେ। ଏହି ଫିଲ୍ମଟି ଏକ ମ୍ୟୁଜିକାଲ ହିଟ ହୋଇଥିବା ବେଳେ ରେହମାନଙ୍କୁ ମିଳିଥିଲା ୨୫ ହଜାର ଟଙ୍କା। ଏହା ପରେ ତାଙ୍କୁ ସମାନ ଫିଲ୍ମ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା। ଏହି ଫିଲ୍ମ ପରେ ରେହମାନଙ୍କ ଚାହିଦା କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ବରେ ବଢିବାରେ ଲାଗିଥିଲା। ଡାନି ବୋଏଲ୍ସଙ୍କ ଫିଲ୍ମ ସ୍ଲମଡଗ ମିଲିୟନାରୀର ଗୀତ ପାଇଁ ରେହମାନଙ୍କୁ ମିଳିଥିଲା ଓସ୍କାର

Advertisment

ପାରମ୍ପରିକ ଭାବେ ଗାୟକ ହୋଇ ନଥିଲେ ମଧ୍ୟ ନିଜ କମ୍ପୋଜରେ ଗାଇଥାନ୍ତି ରେହମାନ। ଅନ୍ୟ ଗୀତିକାରଙ୍କ ପାଇଁ ଗାଉଥିବା ବେଳେ ଅଧିକ ପଇସା ଚାର୍ଜ କରିଥାନ୍ତି ରେହମାନ। ଏକ ରିପୋର୍ଟ ଅନୁସାରେ ରେହମାନ କିଛି ମିନିଟ ଗାଇବା ପାଇଁ ୩ କୋଟି ଟଙ୍କା ଦାବି କରିଥାନ୍ତି। ଏହା ସହିତ ରେହମାନଙ୍କ ନାମରେ ୨ଟି ଗିନିଜ ବୁକ ରେକର୍ଡ ରହିଛି। ସର୍ବାଧିକ ଭାଷାରେ ବନ୍ଦେ ମାତରମ ଗାଇବା ସହ ଏକ ଅରିଜିନାଲ ଗୀତ କମ୍ପୋଜ କରିବାର ରେକର୍ଡ ପାଇଁ ତାଙ୍କ ନାମରେ ଗିନିଜ ବୁକ ରେକର୍ଡ ରହିଛି।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

AR Rahman Happy Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ