69th National Film Awards
୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଦକ୍ଷିଣର ସୁପରଷ୍ଟାର ଆଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୧ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି । ସେହିପରି ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହୋଇଛି ‘ପ୍ରତୀକ୍ଷା’।
ଅଧିକ ପଢ଼ନ୍ତୁ: ମିଶିଲା ମନ; ବଲିଉଡ୍ରେ ପୁଣି ଜମିବ ରବୀନା-ଅକ୍ଷୟ ଯୋଡ଼ି
ସର୍ଦ୍ଦାର ଉଦ୍ଦମକୁ ମିଳିଛି ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର । ସେହିପରି ପୁଷ୍ପା ସିନେମା ପାଇଁ ଦେବୀ ଶ୍ରୀପ୍ରସାଦ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଓ ଅଲ୍ଲୁ ଅର୍ଜୁନ ପାଇବେ ଶ୍ରେଷ୍ଠ ଅଭିନେତା ପୁରସ୍କାର । ଗଙ୍ଗୁବାଇ କାଥିଆୱାଡ଼ି ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ । ‘ମିମି’ ସିନେମା ପାଇଁ କ୍ରିତି ସାନୋନ୍ ବି ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି । ‘ମିମି’ ପାଇଁ ପଙ୍କଜ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପ୍ରଦାନ କରାଯିବ ।
ମରାଠି ଫିଲ୍ମ ଗୋଦାବରୀ ପାଇଁ ନିଖିଲ ମହାଜନ ଶ୍ରେଷ୍ଠ ନିର୍ଦ୍ଦେଶକ,‘କାଶ୍ମୀର ଫାଇଲ’ ପାଇଁ ପଲ୍ଲବୀ ଯୋଶୀଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ମିଳିଛି । ଶ୍ରେୟା ଘୋଷାଲ ଓ କାଳ ଭୈରବ ଶ୍ରେଷ୍ଠ କଣ୍ଠଶିଳ୍ପୀ ବିବେଚିତ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692881223.jpg)