୪ର୍ଥ ଥର ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କଲେ ସଞ୍ଜୟ ଦତ୍ତ ! ଭାଇରାଲ ହେଉଛି ଭିଡିଓ...

ଉଭୟ ଅଗ୍ନିକୁ ସାକ୍ଷୀ ରଖି ଚାରିପଟେ ସାତ ଘେରା ବୁଲି ବିବାହ କରିଛନ୍ତି । ଅଗ୍ନି ଚାରିପଟେ ସଞ୍ଜୟ ଦତ୍ତଙ୍କୁ ସାତ ଘେରା ବୁଲୁଥିବା ଦେଖି କିଛି ସମୟ ପାଇଁ ଫ୍ୟାନ୍ସ ବି ସନ୍ଦେହରେ ପଡ଼ିଗଲେ । ଆଉ କହିଲେ ପୁଣି ବିବାହ କଲେ ଖଳନାୟକ ।

Sanjay Dutt

୬୫ ବର୍ଷ ବୟସରେ ପୁଣି ବିବାହ କଲେ ସଞ୍ଜୟ ଦତ୍ତ । ଏହା ଥିଲା ତାଙ୍କର ଚତୁର୍ଥ ବିବାହ । ଗେରୁଆ ରଙ୍ଗର ଧୋତି ପିନ୍ଧି ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲିଛନ୍ତି । ତାଙ୍କଠାରୁ ୧୯ ବର୍ଷ ସାନ ତାଙ୍କ ପତ୍ନୀ । 

ବଲିଉଡର ଖଳନାୟକ ସଞ୍ଜୟ ଦତ୍ତ ସବୁବେଳେ ନିଜ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ଥାନ୍ତି, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏମିତିକି ତାଙ୍କ ଲୁକ୍ ଆଉ ଗେଟ୍‌ଅପ୍‌ ବି ଖୁବ୍‌ ଆକର୍ଷଣୀୟ ଓ ଭୟଙ୍କର ଥାଏ । ସେଥିପାଇଁ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତାକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୁଏ ।

ତେବେ ଅନେକ ଚର୍ଚ୍ଚା ଭିତରେ ଏବେ ପୁଣି ଏକ ନୂଆ ବିଷୟ ସାମ୍ନାକୁ ଆସିଛି । ଆଉ ତାହା ହେଲା ସଞ୍ଜୟଙ୍କ ଚତୁର୍ଥ ଥର ବିବାହ ! ବାସ୍ତବରେ ସଞ୍ଜୟ ଦତ୍ତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ପତ୍ନୀ ମାନ୍ୟତାଙ୍କ ସହ ସେ ପୁଣି ବିବାହ କରୁଥିବା ନଜର ଆସିଛନ୍ତି । ଏହା ତାଙ୍କ ଜୀବନର ଚତୁର୍ଥ ବିବାହ ବୋଲି କୁହାଯାଉଛି ।

ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମାନ୍ୟତାଙ୍କ ସହ ସଞ୍ଜୟ ଦତ୍ତ ପୂରା ନୀତି ନିୟମ ମାନି ପରମ୍ପରା ଅନୁସାରେ ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲି ବିବାହ କରିଛନ୍ତି । ସଞ୍ଜୟ ଦତ୍ତ ଗେରୁଆ ରଙ୍ଗର ଧୋତି କୁର୍ତ୍ତା ପିନ୍ଧିଛନ୍ତି ଆଉ ମଥାରେ ତିଳକ ମାରିଛନ୍ତି । କିନ୍ତୁ ପତ୍ନୀ ମାନ୍ୟତା, ସିମ୍ପଲ ଲୁକ୍‌ରେ ସାଧାରଣ ଧଳା ସାଲୱାର ସୁଟ୍‌ରେ ନଜର ଆସିଛନ୍ତି । ତାହା ପୁଣି ବିନା ମେକ୍‌ଅପ୍‌ରେ । ଆଉ ସେ ମଧ୍ୟ ମଥାରେ ତିଳକ ମାରିଛନ୍ତି ।

ଉଭୟ ଅଗ୍ନିକୁ ସାକ୍ଷୀ ରଖି ଚାରିପଟେ ସାତ ଘେରା ବୁଲି ବିବାହ କରିଛନ୍ତି । ଅଗ୍ନି ଚାରିପଟେ ସଞ୍ଜୟ ଦତ୍ତଙ୍କୁ ସାତ ଘେରା ବୁଲୁଥିବା ଦେଖି କିଛି ସମୟ ପାଇଁ ଫ୍ୟାନ୍ସ ବି ସନ୍ଦେହରେ ପଡ଼ିଗଲେ । ଆଉ କହିଲେ ପୁଣି ବିବାହ କଲେ ଖଳନାୟକ ।

ତେବେ ରିପୋର୍ଟରୁ ଜଣାପଡ଼ିଛି ଯେ ସଞ୍ଜୟଙ୍କ ଘରେ ନିକଟ ଅତୀତରେ ରେନୋଭେସନ୍‌ ବା ମରାମତି କାର୍ଯ୍ୟ ସରିଛି । ଘର କାମ ସରିବା ପରେ ଏକ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଥିଲା । ଏହି ଅବସରରେ ସଞ୍ଜୟ ତୃତୀୟ ପତ୍ନୀ ମାନ୍ୟତାଙ୍କ ସହ ପୁଣି ବିବାହ କରିଥିଲେ ।

ସଞ୍ଜୟ ଦତ୍ତଙ୍କ ବୈବାହିକ ଜୀବନ ବିଷୟରେ ଯଦି ଆଲୋଚନା କରିବା ତେବେ ୧୯୮୭ରେ ସେ ରିଚା ଶର୍ମାଙ୍କ ସହ ପ୍ରଥମ ବିବାହ କରିଥିଲେ । କିଛି ବର୍ଷ ପରେ ବ୍ରେନ୍‌ ଟ୍ୟୁମର କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ବିବାହରୁ ସଞ୍ଜୟ ଦତ୍ତଙ୍କ ଏକ କନ୍ୟା ସନ୍ତାନ ରହିଛି । ଯାହାଙ୍କ ନାମ ତ୍ରିଶାଲା ।

୧୯୯୮ରେ ସଞ୍ଜୟ ଦତ୍ତ ଦ୍ୱିତୀୟ ବିବାହ କରି ରିୟା ପିଲ୍ଲାଇଙ୍କ ହାତ ଧରିଥିଲେ । ଯାହାକି ବେଶି ଦିନ ଚାଲିନଥିଲା । ୧୯୯୮ରୁ ୨୦୦୫ ପର୍ଯ୍ୟନ୍ତ ଉଭୟ ଏକାଠି ରହିଥିଲେ । ତାପରେ ଅଲଗା ହୋଇଥିଲେ । ସଞ୍ଜୟଙ୍କୁ ଛାଡ଼ି ରିୟା, ଟେନିସ ଖେଳାଳି ଲିଏଣ୍ଡର ପେସ୍‌ଙ୍କୁ ବିବାହ କରିଥିଲେ । ରିୟାଙ୍କ ସହ ଛାଡ଼ପତ୍ର ହେବା ପରେ ସଞ୍ଜୟ ୨୦୦୮ରେ ମାନ୍ୟତାଙ୍କ ସହ ତୃତୀୟ ବିବାହ କରିଥିଲେ । ଏବେ ମାନ୍ୟତା ଏବଂ ସଞ୍ଜଙ୍କର ଦୁଇ ଜଣ ସନ୍ତାନ ରହିଛନ୍ତି । ମାନ୍ୟତା ସଞ୍ଜୟ ଦତ୍ତଙ୍କଠାରୁ ୧୯ ବର୍ଷ ସାନ ।