Advertisment

ଗୋଟିଏ ଡିମ୍ପଲ ହସରେ ହୁଅନ୍ତି ଲକ୍ଷାଧିକ ବଶ

ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି ଯେଉଁମାନଙ୍କ ହସରେ ଲକ୍ଷ ଲକ୍ଷ ଲୋକ ହୃଦୟ ହରାନ୍ତି। ଏହି ହସରେ ଯଦି ଡିମ୍ପଲ୍ ଦେଖାଯାଏ ତେବେ କଥା ସରିଲା। ବଲିଉଡରେ ଏପରି ଅନେକ ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେତେବେଳେ ସେମାନେ ହସନ୍ତି ସେମାନଙ୍କ ଗାଲରେ ଦେଖାଯାଏ ଏକ ସୁନ୍ଦର ଡିମ୍ପଲ୍।

author-image
Pramod Behera
ଅଦ୍ୟତନ ହୋଇଛି
5 bollywood actresses with the cutest dimple

5 bollywood actresses with the cutest dimple

ମୁମ୍ବାଇ: ବଲିଉଡ୍‌ ଦୁନିଆ ସୁନ୍ଦରୀଙ୍କ ଖଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କ ହସରେ ଲକ୍ଷ ଲକ୍ଷ ଲୋକ ହୃଦୟ ହରାନ୍ତି। କିନ୍ତୁ ଯଦି ଏହି ହସରେ ଡିମ୍ପଲ୍ ଦେଖାଯାଏ ତେବେ ତ ସବୁ ସରିଲା। ବଲିଉଡରେ ଏପରି ଅନେକ ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେତେବେଳେ ସେମାନେ ହସନ୍ତି ସେମାନଙ୍କ ଗାଲରେ ଏକ ସୁନ୍ଦର ଗର୍ତ୍ତ ଦେଖାଯାଏ, ଯାହାକୁ ଆମେ ଡିମ୍ପଲ୍ ବୋଲି କହିଥାଉ।

Advertisment

ଡିମ୍ପଲ୍ ହେତୁ ଏହି ଅଭିନେତ୍ରୀମାନେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। ସେ ପ୍ରାୟ ସମୟରେ ସେମାନଙ୍କ ସ୍ମିତ ହସ ପାଇଁ ପ୍ରଶଂସା ପାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି କିଛି ବଲିଉଡ୍‌ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ହସରେ ଗାଲରେ ଆଙ୍କିହେଇଯାଏ ଏକ ସୁନ୍ଦର ଡିମ୍ପଲ୍ସ।

ପ୍ରୀତି ଜିଣ୍ଟା:

Advertisment

ପ୍ରୀତି ଜିଣ୍ଟା ବଲିଉଡ୍‌ ଡିମ୍ପଲ୍ କୁଇନ୍ ଭାବରେ ଜଣାଶୁଣା। ତାଙ୍କ ହାଲୁକା ହସ ଯେତିକି ନିରୀହ ସେତିକି ସୁନ୍ଦର ମଧ୍ୟ। ୧୯୯୮ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ଦିଲ୍ ସେ' ପରଦାକୁ ଆସିଥିଲା। ଏଥିରେ ତାଙ୍କ ଅଭିନୟର ପ୍ରଶଂସା ଅପେକ୍ଷା ତାଙ୍କ ଗାଲରେ ଥିବା ଡିମ୍ପଲ୍‌କୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା। ପ୍ରୀତି ନିଜ ହସର ଯାଦୁରେ ଲୋକଙ୍କ ହୃଦୟରେ ନିଜ ପାଇଁ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥା’ନ୍ତି।

ଶର୍ମିଲା ଟାଗୋର:


 
 
 
 
 
 
 
 
 
 
 
 
 
 

A post shared by Sharmila tagore ツ (@sharmilaxtagore)

ସତ୍ୟଜିତ୍ ରୟଙ୍କ ବଙ୍ଗାଳୀ ଫିଲ୍ମ 'ଅପୁର ସଂସାର୍' ଦ୍ୱାରା ଚଳଚ୍ଚିତ୍ରରେ କ୍ୟାରିଅର୍ ଆରମ୍ଭ କରିଥିବା ଶର୍ମିଲା ଟାଗୋରଙ୍କ ଡିମ୍ପଲ୍ ହସ ଦେଖିଲେ କିଏ ବା ପାଗଳ ନ ହେବ। ଫିଲ୍ମ 'କାଶ୍ମୀର କି କଲୀ'ରେ ବଲିଉଡ୍‌ରେ ଡେବ୍ୟୁ କରି ଶର୍ମିଲା ନିଜର ଅପୂର୍ବ ସୌନ୍ଦର୍ଯ୍ୟ ଓ ନିରୀହ ହସରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ।

ଦୀପିକା ପାଦୁକୋନ:

‘ଓମ୍‌ ଶାନ୍ତି ଓମ୍‌’ ଫିଲ୍ମରେ କାରରୁ ଓହ୍ଲାଇବା ପରେ ହାତ ହଲାଇବା ବେଳେ ଦୀପିକା ପାଦୁକୋନଙ୍କ ଡିମ୍ପଲ ହସ ସମସ୍ତଙ୍କ ଆଖିରେ ଆଜି ବି ଛବି ଭଳି ରହି ଯାଇଛି। ଦୀପିକାଙ୍କ ଉଭୟ ଗାଲରେ ସୃଷ୍ଟି ହେଉଥିବା ଡିମ୍ପଲ୍ସ ତାଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ। ଖ୍ୟାତିର ଉଚ୍ଚତାକୁ ସ୍ପର୍ଶ କରିଥିବା ଏହି ଅଭିନେତ୍ରୀଙ୍କ ସୁନ୍ଦର ହସ ବିଷୟରେ କମ୍ ଆଲୋଚନା କରାଯାଇ ନାହିଁ।

ଆଲିଆ ଭଟ୍ଟ:

ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଝିଅ ଆଲିଆ ଭଟ୍ଟଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ଦୃଢ ଅଭିନୟ ଯୋଗୁଁ ଆଲିଆ ଖୁବ କମ ବୟସରେ ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ନିଜର ନାମ ଲେଖି ଦେଇଛନ୍ତି। ଅବଶ୍ୟ, ଅଭିନୟ ବ୍ୟତୀତ ତାଙ୍କର ସୁନ୍ଦର ଡିମ୍ପଲ୍ ହସ ମଧ୍ୟ ତାଙ୍କର ପରିଚୟ। ତାଙ୍କର ଗୋଟିଏ ହସ ଲକ୍ଷ ଲକ୍ଷଙ୍କୁ ବଶ କରିନିଏ।

ବିପାଶା ବସୁ:

ଏହି ବଙ୍ଗାଳୀ ବାଲୀ ୨୦୦୧ ମସିହାରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଗ୍ଲାମରସ୍ ଷ୍ଟାଇଲ୍ ସହିତ ବିପାଶାଙ୍କ ଗାଲରେ ପଡ଼ିଯାଉଥିବା ସୁନ୍ଦର ଡିମ୍ପଲ୍ ପାଇଁ ମଧ୍ୟ ଜଣାଶୁଣା। ଫିଟ୍‌ନେସ୍ ଫ୍ରାକ୍ ବିପାଶାଙ୍କ ମୁହଁରେ ହସ ତା’ଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।

Bollywood
Advertisment
Advertisment