2 Youth Breaking Into Shah Rukh Khan's Bungalow Mannat
ବଲିଉଡ୍ କିଙ୍ଗଖାନ୍ ଶାହରୁଖ ଖାନ (Shahrukh Khan)ଙ୍କ ସୁରକ୍ଷାରେ ତ୍ରୁଟି ନେଇ ଏକ ବଡ଼ ମାମଲା ସାମ୍ନାକୁ ଆସିଛି। ଗୁରୁବାର ରାତିରେ ୨ ଜଣ ଅଜଣା ଯୁବକ ସୁପରଷ୍ଟାର ଶାହରୁଖଙ୍କ ଘର ‘ମନ୍ନତ (Mannat)’ରେ ବେଆଇନ୍ ଭାବେ ପଶିଥିଲେ। ଏହାଦେଖି ସେଠାରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଯୁବକ ଦ୍ୱୟଙ୍କୁ ଅଟକାଇବା ସହ କାବୁ କରି ବାନ୍ଦ୍ରା ପୋଲିସ୍ ଜିମା ଦେଇଥିଲେ। ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ଯୁବକ ଦ୍ୱୟ ଗୁଜରାଟରେ ହୋଇଥିବା ବେଳେ ସେମାନେ ଶାହରୁଖଙ୍କ ଫ୍ୟାନ୍ସ ବୋଲି ଜଣାପଡ଼ିଛି। ଉଭୟଙ୍କୁ ପୋଲିସ୍ ପଚରାଉଚରା ଚଳାଇଛି। ଘଟଣା ପରେ ଶାହରୁଖ ଖାନ୍ଙ୍କ ଘରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି। ପୋଲିସ୍ ସୂଚନା ଅନୁସାରେ, ୨ ଜଣ ଯୁବକ ବିନା ଅନୁମତିରେ ‘ମନ୍ନତ’ ଭିତରକୁ ପଶିବା ନେଇ ସିକ୍ୟୁରିଟି ଗାର୍ଡ ଦେଖିଥିଲେ। ଏହାପରେ ସେଠାରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ତୁରନ୍ତ ସେମାନଙ୍କୁ କାବୁ କରି ପୋଲିସ୍ ଜିମା ଦେଇଥିଲେ। ଯୁବକ ଦ୍ୱୟଙ୍କ ବୟସ ୨୦ ଓ ୨୨ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ‘ପଠାନ’ ଷ୍ଟାରଙ୍କୁ ଭେଟିବା ପାଇଁ ସେମାନେ ଗୁଜରାଟରୁ ଆସିଥିବା କଥା ପୋଲିସ୍ ଜେରା ବେଳେ କହିଛନ୍ତି।
ଅଧିକ ପଢ଼ନ୍ତୁ: ନେମ୍ ପ୍ଲେଟ୍ ବଦଳାଇଲେ ଶାହରୁଖ ଖାନ୍, ଟ୍ରେଣ୍ଡିଂରେ ମନ୍ନତ
ବାନ୍ଦ୍ରା ପୋଲିସ୍ ସୂଚନା ଅନୁସାରେ, ଉଭୟ ଯୁବକ ଶାହରୁଖଙ୍କ ଫ୍ୟାନ୍ସ ଓ ସେମାନେ ଶାହରୁଖଙ୍କ କେବଳ ଗୋଟିଏ ଝଲକ୍ ଦେଖିବାକୁ ଚାହୁଁଥିଲେ। ଏହା ପଛରେ ସେମାନଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ଥିବା କଥା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୋଲିସ୍ ଯୁବକଙ୍କ ପରିବାର ସହ ଯୋଗାଯୋଗ କରିଥିବା ବେଳେ ସେମାନଙ୍କର କୌଣସି ଅପରାଧିକ ରେକର୍ଡ ଅଛି କି ନାହିଁ ସେସମ୍ପର୍କରେ ମଧ୍ୟ ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1677816784.jpg)