Advertisment

ବର୍ବରତାର କାହାଣୀ କହୁଛି ‘କାଶ୍ମୀର ଫାଇଲ୍ସ’

ଆଖି ସାମ୍ନାରେ ହତ୍ୟା, ଆଖି ସାମ୍ନାରେ ବର୍ବରତା... ଓଃ ବୟାନ କରିବା କଷ୍ଟକର। ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ୍ସ’ ଦେଖିଲା ପରେ ଅନେକ ପ୍ରଶ୍ନ ବି ଆପଣଙ୍କ ସମ୍ମୁଖରେ ଉଙ୍କି ମାରିବ।

ଅଦ୍ୟତନ ହୋଇଛି
'Kashmir Files' The Story of Cruelty

'Kashmir Files' The Story of Cruelty

Advertisment

କାଶ୍ମୀର ଫାଇଲ୍ସ କେବଳ ଫିଲ୍ମ ନୁହଁ, ପଣ୍ଡିତଙ୍କ ଉପରେ ଘଟିଥିବା ଅତ୍ୟାଚାର ଆଉ ବର୍ବରତାର କାହାଣୀ। ବଡ଼ ପରଦାରେ ରିଲିଜ୍ ହେଇଥିବା ଏହି ଫିଲ୍ମକୁ ଏବେ ଚାରି ଆଡୁ ମିଳିଛି ପ୍ରଶଂସା ଆଉ ଭଲ ପାଇବା। ରିଲିଜ୍‌ର ମାତ୍ର ଗୋଟିଏ ଦିନରେ ସାରା ଦେଶରେ ଏହା ଚହଳ ପକାଇଛି। ଲୋକେ ଖୋଜି ଖୋଜି ସିନେମା ହଲ୍‌କୁ ଯାଉଛନ୍ତି। #KashmirFiles ଦେଖିବାକୁ ଆପଣଙ୍କୁ ସାହାସ ଦରକାର। ହଁ... ସାହାସ, କାରଣ ଏଥିରେ ଏପରି କିଛି ସତ ଘଟଣାକୁ ଦର୍ଶାଯାଇଛି ଯାହା ବୋଧେ ଆପଣ କେବେ କଳନା ବି କରି ନ ଥିବେ।

Advertisment

ଆଖି ସାମ୍ନାରେ ହତ୍ୟା, ଆଖି ସାମ୍ନାରେ ବର୍ବରତା... ଓଃ ବୟାନ କରିବା କଷ୍ଟକର। ଅନେକ ପ୍ରଶ୍ନ ବି ଆପଣଙ୍କ ସମ୍ମୁଖରେ ଉଙ୍କି ମାରିବ। ଭାରତ, ଆମ ଦେଶ ଯେଉଁଠି ଆମେ ୪୭'ରୁ ସ୍ଵାଧୀନ ହେଇଛୁ ବୋଲି କହୁ। କାଶ୍ମୀରକୁ ସ୍ୱର୍ଗର ମାନ୍ୟତା ଦେଇଛୁ, ସେଠି କିପରି ଏସବୁ ହେଇଗଲା! ଆଉ ତାକୁ ଏତେ ବର୍ଷ ଯାଏଁ ନ୍ୟାୟ ତ ଦୂରର କଥା, ଏ ସଂପର୍କରେ ଲୋକଙ୍କୁ ଅବଗତ ବି କରାଗଲାନି ! ଅତି ନିଖୁଣ ଆଉ ଧୈର୍ଯ୍ୟର ସହ ସିନେମାକୁ ନିର୍ମାଣ କରାଯାଇଛି। ବିନା କୌଣସି ରାଜନୀତି କିମ୍ବା ଦଳକୁ ସମର୍ଥନ କରି; ପ୍ରତିଟି ବସ୍ତୁ, ସ୍ଥାନ, କାଳ, ପାତ୍ରକୁ ଏକଜୁଟ କରି; କିଛି ଘଟଣାକୁ ତ ଅବିକଳ ପ୍ରସ୍ତୁତ କରାଯାଇଛି।

ଅନୁପମ ଖେର୍‌ ଜଣେ ପୋଖତ ଅଭିନେତା। ଏଥିରେ ସେ ନିଜ ଅନ୍ତର ଆତ୍ମାରୁ ଅଭିନୟ କଲା ଭଳି ମନେ ହେଉଛି। ପଲ୍ଲବୀ ଯୋଶୀଙ୍କୁ ବେଶ କିଛି ଦିନ ପରେ ବଡ଼ ସ୍କ୍ରିନ୍‌ରେ ଦେଖିବାକୁ ମିଳିଲା। କାହାଣୀ ଯେପରି ଚାହୁଁଥିଲା ସେପରି ଚରିତ୍ରକୁ ଅତି ପାଖରେ ଆଣି ରଖି ପାରିଛନ୍ତି। ତାହା ହିଁ ଜଣେ ବଡ଼ ଅଭିନେତାର ପରିଚୟ।

Advertisment

ମିଥୁନ ଚକ୍ରବର୍ତ୍ତୀ ସିନେମା ଆଉ କାହାଣୀର ମେରୁଦଣ୍ଡ। ଅନ୍ୟ ଅଭିନେତାମାନେ ଫିଲ୍ମକୁ ଆଶାରୁ ଅଧିକ ଜଷ୍ଟିସ ଦେଇଛନ୍ତି। ଉମଙ୍ଗ କୁମାର ପୁଣି ନିଜକୁ ଅନ୍ୟଠୁ ଭିନ୍ନ ଭାବେ ପ୍ରମାଣିତ କରିଛନ୍ତି।

କାହାଣୀ:

ପିଲ୍ମରର କାହାଣୀକୁ ଦେଖିଲେ ଏହା କାଶ୍ମୀରରୁ ବିତାଡିତ ଲକ୍ଷାଧିକ ପଣ୍ଡିତଙ୍କ ଉପରେ ଆଧାରିତ। କିପରି ନିଜ ପରିବାର ଆଉ ସର୍ବସ୍ୱ ହରାଇଥିଲେ ଏମାନେ। ଆତଙ୍କ ଆଉ କ୍ରୁର ରାଜନୀତି କିପରି ପଣ୍ଡିତଙ୍କ ପରିବାରର ସବୁ କିଛି ଗିଳି ଦେଇଥିଲା ତାହାର ନିଚ୍ଛକ ଚିତ୍ର ଏହି ସିନେମାରେ ଦେଖିବାକୁ ମିଳିଛି। ସିନେମା ଦେଖିବାକୁ ଯେତେ କଷ୍ଟ ଲାଗିବ...ଏହାକୁ ନିର୍ମାଣ କରିବାକୁ ବି ସେତେ କଷ୍ଟ ଲାଗିଛି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ।

Advertisment

ପୂର୍ବରୁ ତାସ୍‌କେଣ୍ଡ ଫାଇଲ୍ସ ଜରିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସେ ସାମ୍ନାକୁ ଆଣିଥିଲେ। ଆଉ ଏବେ କାଶ୍ମୀର ଫାଇଲ୍ସକୁ ସାମାଙ୍କୁ ଆଣିବାରେ ସଫଳ ହୋଇଛନ୍ତି ଅଭିଜ୍ଞ ଆଉ ଦକ୍ଷତା ସମ୍ପନ୍ନ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରି।

Bollywood Review KashmirFiles
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ