Advertisment

ଖୋଲିବ କି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ?

ଗତ ଜୁଲାଇ ୨୬ରୁ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ମଧ୍ୟ ଖୋଲାଯିବ। ସେପଟେ ଏକାଦଶ ଶ୍ରେଣୀରେ ତ ନାମଲେଖା ହୋଇନାହିଁ।

ଖୋଲିବ କି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ?

Primary School

Advertisment

ଭୁବନେଶ୍ୱର: କରୋନା କଟକଣା ନେଇ ଅଗଷ୍ଟ ମାସର ଗାଇଡଲାଇନ ଆସିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ଉପରେ ଏବେ ଚର୍ଚ୍ଚା ଜୋର ଧରିଛି। ସ୍କୁଲ ଖୋଲିବା ଲାଗି ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରିବ ବୋଲି ଏସ୍ଆରସି କହିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, କାଲି ଗାଇଡଲାଇନ ଆସିଛି। ତେବେ ଏହା ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲି ସାରିଛି।

Advertisment

ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ମଧ୍ୟ ଖୋଲାଯିବ। ସେପଟେ ଏକାଦଶ ଶ୍ରେଣୀରେ ତ ନାମଲେଖା ହୋଇନାହିଁ। ଏଣୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ଲାଗି ବିଭାଗରେ ଆଲୋଚନା ଜାରି ରହିଛି। ଏସ୍‌ଆର୍‌ସିଙ୍କର ଯାହା ପରାମର୍ଶ ବା ନିଷ୍ପତ୍ତି ରହିଛି, ତାକୁ ତର୍ଜମା କରି ବିଭାଗ ନିଷ୍ପତ୍ତି ନେବ। ସେ କହିଛନ୍ତି, ପିଲାମାନେ ସ୍କୁଲ୍ ଯିବାକୁ ଆଗ୍ରହୀ ଅଛନ୍ତି। ସେଥିପାଇଁ ତ ସେହି ଦୃଷ୍ଟିକୋଣକୁ ବିଚାରକୁ ନେଇ ଏସ୍‌ଆର୍‌ସି ଏମିତି ପରାମର୍ଶ ଦେଇଛନ୍ତି।

ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। କରୋନା ଯୋଗୁଁ ଲକଡାଉନ୍ ପାଇଁ ଅନେକ ଦିନ ହେଲାଣି ସ୍କୁଲ ଦୁଆର ମାଡିନାହାନ୍ତି ପିଲା। ଏଭଳି ସ୍ଥିତିରେ କେବଳ ଅନଲାଇନ୍ ପାଠାପଢା ସାହାରା ପାଲଟିଛି। କରୋନା ସଂକ୍ରମଣ କମୁଥିବାରୁ ରାଜ୍ୟରେ ସ୍ଥିତି ସ୍ୱାଭାବିକ ଆଡକୁ ଯାଉଛି।

Advertisment

ଗତ ଜୁଲାଇ ୨୬ରୁ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏହା ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ଏହା ପ୍ରଯୁଜ୍ୟ। ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିଛି। ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲକୁ ପିଲା ଆସିପାରିବେ। ଦଶମ, ଦ୍ୱାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ଚାଲୁ ରହିବ ବୋଲି ସରକାର କହିଥିଲେ।

Advertisment
Odisha News Odisha Government Sameer Dash Primary Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ