Ignou Course In Odia
IGNOU ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ ପାଇଁ ପ୍ରସ୍ତାବ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ପ୍ରସ୍ତାବ ଦେଲେ IGNOU କୁଳପତି ଉମା କାଞ୍ଜିଲାଲ୍ ।
ଆଜି ମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ IGNOU କୁଳପତି । ଏହି ଅବସରରେ ପ୍ରଫେସର ଉମା କାଞ୍ଜିଲାଲ୍ ରାଜ୍ୟରେ IGNOU ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ କରିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।
ଅଧିକ ପଢ଼ନ୍ତୁ: ବିନା ବହିରେ ପାଠ ପଢ଼ୁଛନ୍ତି CBSE ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ
ନିକଟ ଅତୀତରେ IGNOU ପକ୍ଷରୁ MBA ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳିତ କରାଯାଇଛି । ଆଗକୁ ବିଏ, ବିକମ୍ ଆଦିକୁ ଓଡ଼ିଆ ଭାଷାରେ ଉପଲବ୍ଧ କରାଇବା ପ୍ରସ୍ତାବ ଉପରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କୁଳପତି ଉମା କାଞ୍ଜିଲାଲ୍ । ଏହି ଅବସରରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, IGNOUର ବିଭିନ୍ନ ପ୍ରଫେସର ଉପସ୍ଥିତ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744819350.jpg)