Advertisment

କାହିଁକି ବିଳମ୍ବ ହେଉଛି ମାଟ୍ରିକ ରେଜଲ୍ଟ ? ଦ୍ୱନ୍ଦ୍ୱରେ ଅଭିଭାବକ ଓ ପରୀକ୍ଷାର୍ଥୀ

ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ରେ ସରିଥିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୪ରୁ ମାର୍ଚ୍ଚ ୨୮ ଭିତରେ ଖାତା ଦେଖା ଯାଇଥିଲା।

ଅଦ୍ୟତନ ହୋଇଛି
undefined

Matric Results

Advertisment

ନିର୍ବାଚନ ପାଇଁ ବନ୍ଧା ପଡ଼ିଛି କି ରାଜ୍ୟର ଲକ୍ଷ ଲକ୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭାଗ୍ୟ ? ମେ’ ସରିବାକୁ ମଝିରେ ଆଉ ମାତ୍ର ୯ ଦିନ ଥିଲେ ବି କାହିଁକି ବାହାରୁନି ମାଟ୍ରିକ ରେଜଲ୍ଟ ? ସିବିଏସ୍ଇ ଏବଂ ଆଇସିଏସ୍ଇ ବୋର୍ଡର ଦଶମ ରେଜଲ୍ଟ ବାହାରି ସପ୍ତାହେ ହୋଇଗଲାଣି। କେଉଁ କାରଣ ପାଇଁ ରେଜଲ୍ଟକୁ ଚାପି ଧରିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ? ଚିନ୍ତାରେ ଅଭିଭାବକ, ଅକଳରେ ପରୀକ୍ଷାର୍ଥୀ । ଉମରକୋଟର ଜି.ମୋହନରାଓ ଆଚାରୀ । ମାଟ୍ରିକ ପରୀକ୍ଷା ଦେଇଥିବା ପୁଅ ରମ୍ୟରଂଜନର ରେଜଲ୍ଟ ଦେଖି ଉଚ୍ଚଶିକ୍ଷା ପାଇଁ ପରବର୍ତ୍ତୀ ପଦକ୍ଷେପ ନେଇଥାନ୍ତେ । କିନ୍ତୁ, ନା ରେଜଲ୍ଟ ବାହାରୁଛି ନା କେବେ ବାହାରିବ ଘୋଷଣା କରାଯାଉଛି। ଫଳରେ ଦ୍ୱନ୍ଦ୍ୱରେ ଉଭୟ ବାପପୁଅ ।

Advertisment

ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ରେ ସରିଥିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୪ରୁ ମାର୍ଚ୍ଚ ୨୮ ଭିତରେ ଖାତା ଦେଖା ଯାଇଥିଲା। ନିର୍ବାଚନ ଥିବା ସତ୍ତ୍ୱେ ନିର୍ଦ୍ଧାରିତ ସମୟ ଭିତରେ ରେଜଲ୍ଟ ଏବଂ ତା’ର ସପ୍ତାହେ ଭିତରେ ଡିଜିଟାଲ୍ ସାର୍ଟିଫିକେଟ୍ ଯୋଗାଇବାର ଦମ୍ଭୋକ୍ତି ବି ଦେଖାଇଥିଲେ ।

ଅଧିକ ପଢ଼ନ୍ତୁ: ଗୁପ୍‌ଚୁପ୍‌ ବିକାଳିଙ୍କ ଝିଅ ବୋର୍ଡ ପରୀକ୍ଷାରେ ରଖିଲେ ୯୯.୭୨ ପର୍ସେଣ୍ଟାଇଲ୍ ମାର୍କ

Advertisment

ଖାତାଦେଖାର ୪୫ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବା କଥା । କିନ୍ତୁ ଏହା ଭିତରେ ଖାତାଦେଖା ସରି ପାଖାପାଖି ୨ ମାସ ପୂରିବାକୁ ବସିଲାଣି । ତା’ହେଲେ କାହିଁକି ପ୍ରକାଶ ପାଇପାରୁନି ମାଟ୍ରିକ ରେଜଲ୍ଟ ? ବିଳମ୍ବ ପଛରେ ପରିଚାଳନାଗତ ତ୍ରୁଟି ନା ରହିଛି ଅନ୍ୟ କୌଣସି କାରଣ ? ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡର ରେଜଲ୍ଟ ବାହାରି ସାରିଥିବାବେଳେ ମାଧ୍ୟମିକ ଶିକ୍ଷା ବୋର୍ଡ କାହିଁକି ପଛରେ ?

ଚଳିତ ବର୍ଷ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବାବେଳେ ରେଜଲ୍ଟ ପ୍ରକାଶନର ତାରିଖ ଏବଂ ତ୍ରୁଟିଶୂନ୍ୟ ଫଳାଫଳକୁ ନେଇ ଉତ୍କଣ୍ଠାରେ ସମସ୍ତେ।

Advertisment
Rephrase with Ginger (Ctrl+Alt+E)
BSE Class 10 Exam Matrci Results BSE Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ