Advertisment

ସ୍କୁଲ ଖୋଲିବାରେ ବାଧକ ସାଜିବନି ଟିକାକରଣ: ମନ୍ତ୍ରୀ

୨୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଦଶମ  ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ।

ସ୍କୁଲ ଖୋଲିବାରେ ବାଧକ ସାଜିବନି ଟିକାକରଣ: ମନ୍ତ୍ରୀ

Sameer Dash

Advertisment

ଭୁବନେଶ୍ୱର: ସ୍କୁଲ ଖୋଲିବାରେ ବାଧକ ଟିକାକରଣ ସାଜିବନି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ଦାଶ  କହିଛନ୍ତି, ପ୍ରାୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ଟିକା ନେଇଛନ୍ତି। ଯେଉଁମାନେ ନେଇ ନ ଥିବେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ କହିଛୁ। ସେହିପରି ସ୍କୁଲକୁ ଆସୁଥିବା ପିଲାଙ୍କ ଅଭିଭାବକଙ୍କ ସହମତି ଆବଶ୍ୟକ। ଏଥିପାଇଁ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଆସନ୍ତା ୨୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଦଶମ  ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ। ସାମାଜିକ ଦୂରତା ରଖି କ୍ଲାସ୍‌ରେ ବସିବେ ୨୦ ରୁ ୨୫ ପିଲା। ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ ମାସ୍କ। ନିୟମିତ ଭାବେ ପୁରା ସ୍କୁଲ୍‌କୁ ବିଶୋଧନ କରାଯିବ।

ସେହିପରି ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିବ। ତାସହିତ ସ୍କୁଲ୍‌ରେ ଆଇସୋଲେସନ ରୁମ ବି ରହିବ। ୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ। ସେହିପରି ୨୬ ତାରିଖରୁ ହଷ୍ଟେଲ ଖୋଲିବା ନେଇ ଗତକାଲି ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା।

Advertisment
Odisha News Odisha Government COVID-19 Vaccination Covid Appropriate Behaviour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ