Advertisment

UPSC ପରୀକ୍ଷାରେ ଦ୍ୱିତୀୟଥର ସଫଳତା ପରେ ପରୀକ୍ଷାର୍ଥୀଙ୍କୁ ୩ ଟିପ୍ସ ଦେଲେ ଅନୁପ

୩୮ ନମ୍ବର ରାଙ୍କ ରଖି ସାରା ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଅନୁପ ଦାସ। ଅବଶ୍ୟ UPSC ପରୀକ୍ଷା ତାଙ୍କ ପାଇଁ ନୂଆ ନୁହେଁ। କିନ୍ତୁ ଭଲ ରାଙ୍କ ଆସିନଥିବାରୁ ଏଥର ପୁଣି ଥରେ UPSC  ପରୀକ୍ଷା ଦେଇ ୩୮ ନମ୍ବର ରାଙ୍କ ଆଣିଛନ୍ତି।

ଅଦ୍ୟତନ ହୋଇଛି
Civil Service Exam Result 2023

Anup Das

Advertisment

୩୮ ନମ୍ବର ରାଙ୍କ ରଖି ସାରା ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଅନୁପ ଦାସ। ଅବଶ୍ୟ UPSC ପରୀକ୍ଷା ତାଙ୍କ ପାଇଁ ନୂଆ ନୁହେଁ। ୨୦୨୦ରେ IRS ପାଇଥିବା ଅନୁପ ଏବେ ଦିଲ୍ଲୀରେ କାର୍ଯ୍ୟରତ। କିନ୍ତୁ ଭଲ ରାଙ୍କ ଆସିନଥିବାରୁ ଏଥର ପୁଣି ଥରେ UPSC  ପରୀକ୍ଷା ଦେଇ ୩୮ ନମ୍ବର ରାଙ୍କ ଆଣିଛନ୍ତି। ଭାଷା ଓ ଖାଦ୍ୟର ବିବିଧତା ସଂପର୍କରେ ଥିବା ପାର୍ଥକ୍ୟ ପ୍ରସଙ୍ଗରେ ଉତ୍ତର ଦେଇ ପାନେଲିଷ୍ଟଙ୍କ ସେ ଦୃଷ୍ଟି ଆକର୍ଷଣ କରିଥିଲେ। ଜଗତସିଂହପୁର ଜିଲ୍ଲା ନାଉଗାଁ କୋକିଡିହ ଗ୍ରାମର ସ୍ୱର୍ଗତଃ ନୃସିଂହ ଚରଣ ଦାସ ଓ ମଧୁସ୍ମିତା ଦାସଙ୍କ ପୁଅ ହେଉଛନ୍ତି ଅନୁପ।

Advertisment

ଅଧିକ ପଢ଼ନ୍ତୁ: ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତାର ଟିପ୍ସ ଦେଲେ ସୁଶ୍ରୀ ଶୁଭାଙ୍ଗୀ

ଏନେଇ ଅନୁପ କହିଛନ୍ତି ଯେ 'ଏହା ମୋର ସେକେଣ୍ଡ ଆଟେମ୍ପ୍ଟ ଏକଜାମ ଥିଲା। ମୁଁ ଏବେ ଇଣ୍ଡିଆନ୍‌ ରେଭିନ୍ୟୁ ସର୍ଭିସ୍‌ରେ କାର୍ଯ୍ୟଋତ। ମୋର ଫାଷ୍ଟ ଚଏସ୍‌ ଇଣ୍ଡିଆନ୍‌ ଫରେନ୍ସି ସର୍ଭିସ ରଖିଥିଲି। ଆଉ ସେହି ସୁଯୋଗ ଏବେ ମିଳିବ। ୨୦୧୯ରେ ମୁଁ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ମୋର ସବଜେକ୍ଟ ଥିଲା ZOOLOGY। ସେତେବେଳେ ସର୍ବଭାରତୀୟସ୍ତରରେ ୧୨୦ ରାଙ୍କ ରଖି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲି। ମୁଁ ମୋ ରାଙ୍କ୍‌କୁ ନେଇ ଏତେଟା ଖୁସିନଥିଲି।'

Advertisment

'ସେଥିପାଇଁ ତିନି ବର୍ଷ ପରେ ସେକେଣ୍ଡ ଆଟେମ୍ପ୍ଟ ପାଇଁ ମୁଁ ପୁଣି ଥରେ ପ୍ରସ୍ତୁତ ଆରମ୍ଭ କରିଦେଇଥିଲି। ଚାକିରି ମଧ୍ୟରେ ପାଠପଢା ପାଇଁ ବି ସମୟ ଦେଉଥିଲି। ଏପରିକି ମୋର ପାଠପଢା ପ୍ରସ୍ତୁତ ଓ ପରୀକ୍ଷା ପାଇଁ ବିଭାଗ ପକ୍ଷରୁ ମୋତେ ସପୋର୍ଟ ମିଳୁଥିଲା। ସେମାନେ ମୋତେ ଛୁଟି ବି ଦେଉଥିଲେ। ଆଉ ଏ ସଫଳତା ମୋତେ ବହୁତ ଖୁସି ଦେଇଛି।' 

ସେ ଆହୁରି କହିଛନ୍ତି ଯେ, ପରୀକ୍ଷାର୍ଥୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଦ୍ୱିତୀୟତଃ ପରୀକ୍ଷାର୍ଥୀଙ୍କୁ ସିଲାବସ୍‌ ଦେଖି ଷ୍ଟ୍ରାଟେଜି କରିବାକୁ ପଡ଼ିବ। ସାକ୍ଷାତକାରରେ ମୋତେ ହବି, ଖାଦ୍ୟ ମୋତେ ପଚରାଯାଇଥିଲା। ତୃତୀୟତଃ ପାଠପଢାରେ କେବେ ଲାଜ କରନ୍ତୁନି। ଯଦି କେଉଁ କ୍ଷେତ୍ରରେ ଆପଣ ଦୁର୍ବଳ ଅଛନ୍ତି, ତେବେ ଲାଜ ନକରି ଅନ୍ୟମାନଙ୍କ ଠାରୁ ବୁଝିନେବା ଉଚିତ୍। ଏହା ଆପଣଙ୍କୁ ସଫଳତା ନିକଟରେ ପହଞ୍ଚାଇବ।' 

Advertisment

ଅଧିକ ପଢ଼ନ୍ତୁ: ସିଭିଲ ସର୍ଭିସରେ ସଫଳତା ପରେବି ପୁଣି ଥରେ ଟ୍ରାଏ କରିବେ ତେଜସ୍ୱିନୀ, ଜାଣନ୍ତୁ କାହିଁକି

ପ୍ରକାଶ ପାଇଛି ୟୁପିଏସସି ପରୀକ୍ଷା ଫଳ। ୟୁପିଏସସି ସିଭିଲ ସର୍ଭିସ ଏଗଜାମରେ ଏଥର ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଯେଉଁଥିରେ ୬୧୩ ପୁରୁଷ ଏବଂ ୩୨୦ ମହିଳା ରହିଛନ୍ତି। ୧୮୦ ଜଣ ଆଇଏଏସ୍, ୩୮ ଜଣ ଆଇଏଫଏସ, ୨୦୦ ଆଇପିଏସଙ୍କୁ ନିଯୁକ୍ତି ମିଳିବ। ୧୭୮ ଜଣ ପରୀକ୍ଷାର୍ଥୀଙ୍କୁ ରିଜର୍ଭ ଲିଷ୍ଟରେ ରଖାଯାଇଛି। ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପ୍ରିଲିମିନାରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୩ ହଜାର ୯୦ ପରୀକ୍ଷାର୍ଥୀ ମେନ୍‌ରେ ସାମିଲ ହୋଇଥିଲେ। ୨ହଜାର ୫୨୯ ପରୀକ୍ଷାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା। 

UPSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ