Advertisment

ବାତ୍ୟା ପାଇଁ ଘୁଞ୍ଚିଲା UGC-NET, IIFT ପରୀକ୍ଷା

ବାତ୍ୟା ଜଓ୍ବାଦ ପାଇଁ ବିପିୟୁଟି ପରିଚାଳିତ Ph.D ପ୍ରୋଗ୍ରାମ ଏଣ୍ଟ୍ରାନ୍ସ ଘୁଞ୍ଚାଯାଇଛି। ଆସନ୍ତା ୫ ରବିବାର ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ରବିବାରକୁ ଘୁଞ୍ଚାଯାଇଛି।

Entrance Exam

Entrance Exam

Advertisment

ଭୁବନେଶ୍ୱର: ବାତ୍ୟା ଜୱାଦ ପାଇଁ ୫ ତାରିଖରେ ହେବାକୁ ଥିବା UGC-NET ଡିସେମ୍ବର ୨୦୨୦ ଓ UGC-NET ଜୁନ ୨୦୨୧ ପରୀକ୍ଷା ଘୁଞ୍ଚିଛି। ଡିସେମ୍ବର ୧୨ ତାରିଖରେ ଏହି ପରୀକ୍ଷା କରିବା ନେଇ NTA ପକ୍ଷରୁ ସୂଚନା ଦିଆଯାଇଛି। ୬ଟି ସହର(ଭୁବନେଶ୍ୱର, ଗୁଣୁପୁର, କଟକ, ବ୍ରହ୍ମପୁର, ପୁରୀ, ବିଶାଖାପାଟଣା) କେନ୍ଦ୍ରରେ UGC-NET ପରୀକ୍ଷା ଘୁଞ୍ଚିଛି।

Advertisment

ସେହିପରି ୭ଟି ସହରରେ ହେବାକୁ ଥିବା IIFTର ଏମ୍‌ବିଏ (IB) ୨୦୨୨-୨୪ ଏଣ୍ଟ୍ରାନ୍ସ ସ୍ଥଗିତ ରଖାଯାଇଛି। ଡିସେମ୍ବର ୫ରେ କଟକ, ସମ୍ବଲପୁର, ଭୁବନେଶ୍ୱର, ବିଜୟୱାଡା, ବିଶାଖାପାଟଣା, କୋଲକାତା, ଦୁର୍ଗାପୁରରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଛି। ସାନି ପରୀକ୍ଷା ତାରିଖ ପରେ ପ୍ରକାଶ କରାଯିବ ବୋଲି ପକ୍ଷରୁ ସୂଚନା ମିଳିଛି। 

ବାତ୍ୟା ଜଓ୍ବାଦ ପାଇଁ ବିପିୟୁଟି ପରିଚାଳିତ Ph.D ପ୍ରୋଗ୍ରାମ ଏଣ୍ଟ୍ରାନ୍ସ ଘୁଞ୍ଚାଯାଇଛି। ଆସନ୍ତା ୫ ରବିବାର ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ରବିବାରକୁ ଘୁଞ୍ଚାଯାଇଛି। ସେହିପରି ଶନିବାର ହେବାକୁ ଥିବା D.El.Ed (ପ୍ରଥମ ବର୍ଷ) ପରୀକ୍ଷାକୁ ଘୁଞ୍ଚାଯାଇଛି। ଶନିବାର ପରିବର୍ତ୍ତେ ଏହି ପରୀକ୍ଷା ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ ସୂଚନା ଦିଆଯାଇଛି। ୭, ୯ ତାରିଖରେ ହେବାକୁ ଥିବା ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇନି। 

Advertisment
UGC Odisha Weather Cyclone Warning IIFT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ