Advertisment

ପ୍ରାଥମିକ ଶିକ୍ଷାର ବିଚିତ୍ର ଗତି ! ହକ୍ ପାଇଁ ଧାରଣାରେ ଶିକ୍ଷକ, ସ୍କୁଲରେ ତାଲା

୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ନେଇ ସରକାରଙ୍କ ବିଜ୍ଞାପନ ।

undefined

Teacher Protest

Advertisment

ଆନ୍ଦୋଳନରେ ଶିକ୍ଷକ। ସ୍କୁଲରେ ତାଲା। ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରିଲେ ପିଲା। ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ତିନି ଦଫା ଦାବିରେ ପ୍ରାଥମିକ ଶିକ୍ଷକମାନେ ଶୁକ୍ରବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ରାଜ୍ୟର ସବୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ନାରାବାଜି ଦେଇ ଧାରଣାରେ ବସିଛନ୍ତି। କିନ୍ତୁ ସରକାର ଏଯାଏ କୌଣସି ଆଲୋଚନା କରିନଥିବାରୁ ଧୀରେ ଧୀରେ ପ୍ରତିବାଦ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି।

Advertisment

ଆମେ କହୁଛୁ ରାୟଗଡାର ଭୁଜବଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ୫ରୁ ୫ ଶିକ୍ଷକ ଆନ୍ଦୋଳନକୁ ଯାଇଛନ୍ତି। ପ୍ରଥମରୁ ଅଷ୍ଟମ ଯାଏ ୧୪୭ ପିଲାଙ୍କୁ ସମ୍ଭାଳୁଛନ୍ତି ଦୁଇ ରୋଷେୟା। ପାଠ ପଢା ଠପ୍ ହୋଇଥିବାବେଳେ କେବଳ ମଧ୍ୟାହ୍ନ ଭୋଜନ ଖୁଆଇ ପିଲାଙ୍କୁ ଛାଡିଛନ୍ତି। ରାୟଗଡା ଭଳି ସ୍ଥିତି ସବୁଠି। ଉପାନ୍ତରୁ ଉପକୂଳ ସବୁ ପ୍ରାଥମିକ ସ୍କୁଲରେ ଏବେ ପାଠ ପଢା ବାଧାପ୍ରାପ୍ତ।

ଅନ୍ୟପଟେ ରାଜ୍ୟ ସରକାର ୨୦ ହଜାର ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ କରିଛନ୍ତି। ତେବେ ଏଠି ବି ସମାନ ଚୁକ୍ତି ଭିତ୍ତିକ ବ୍ୟବସ୍ଥା, ଯାହାକୁ ନେଇ ପ୍ରାଥମିକ ଶିକ୍ଷକ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଓଡିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି, ଓସେପା କହିଛି ଏହାଦ୍ୱାରା ଶିକ୍ଷକ ଅଭାବ ଦୂର ହେବ। ସେପଟେ ଶିକ୍ଷକ ଆନ୍ଦୋଳନ ନେଇ ଜିଲ୍ଲା ସ୍ତରରେ ଆଲୋଚନା କରାଯାଉଛି।

Advertisment

ଓସେପାର କନିଷ୍ଠ ଶିକ୍ଷକ ନିଯୁକ୍ତି ବିଜ୍ଞାପନକୁ ନେଇ ପୁଣି ଘନେଇଛି ରାଜନୀତି। ବିରୋଧୀ ବିଜେପି ଓ କଂଗ୍ରେସ ସିଧାସଳଖ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି। ବିଜେପି କହିଛି ମୁଖ୍ୟମନ୍ତ୍ରୀ ନିଜ ଜନ୍ମ ଦିନରେ ଘୋଷଣା କଲେ ଯେ ରାଜ୍ୟରୁ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ହେବ। ମାତ୍ର ଏବେ ପୁଣି ଏହି ଠିକା ନିଯୁକ୍ତି କାହିଁକି ? ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ । କଂଗ୍ରେସ କହିଛି ଆଗକୁ ନିର୍ବାଚନ ଅଛି, ଏଣେ ଶିକ୍ଷକ ଅସନ୍ତୋଷ ପ୍ରବଳ ମାତ୍ରାରେ ତେଜୁଛି। ଏହାକୁ ପ୍ରଶମିତ କରିବା ଲାଗି ସରକାର ଏଭଳି ନିଯୁକ୍ତି ଭେଳିକି କାଢି ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବିଜେଡି କହିଛି ସରକାର ଶିକ୍ଷକଙ୍କ ଦାବି ସମ୍ପର୍କରେ ଅବଗତ ଅଛନ୍ତି।

ଠିକା ନିଯୁକ୍ତି ଉଚ୍ଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିବା ହେଉଛି ଶିକ୍ଷକମାନଙ୍କ ଦାବି। ତେବେ ସରକାର ଏଦିଗରେ କେତେ ଶୀଘ୍ର ସମାଧାନର ବାଟ ଖୋଜୁଛନ୍ତି ଓ କେତେଶୀଘ୍ର ଶିକ୍ଷକ କ୍ଲାସ୍ ରୁମ୍ କୁ ଫେରୁଛନ୍ତି ତାଉପରେ ନଜର।

Advertisment

Teachers Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ