/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667714993.jpg)
Special story
କିଲୋ ଭାଉରେ ବିକ୍ରି ହେଲା ବହି । ସ୍କୁଲର ବସ୍ତା ବସ୍ତା ବହିପତ୍ର କବାଡିଆକୁ ବିକି ଦେଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ପିଲାଙ୍କ ଭବିଷ୍ୟତ ଗଢିବାକୁ ସରକାର ମାଗଣାରେ ଯୋଗାଇ ଦେଉଥିବା ବହି ତାଙ୍କ ପାଇଁ ରଦ୍ଦି କାଗଜ ହୋଇଗଲା । ପ୍ରଧାନଶିକ୍ଷୟିତ୍ରୀଙ୍କ ସହିତ ଆଉ ୪/୫ ଜଣ ସହକାରୀ ଶିକ୍ଷୟତ୍ରୀ ଏବଂ ସିଆରସିସି ମିଳିମିଶି କବାଡିଆକୁ ଡାକି ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ 'ଉତ୍ଥାନ' ଏବଂ ' ଉଜ୍ଵଳ' ବହି ବିକି ପକେଟ ଗରମ କରିଛନ୍ତି । ୭୨ କିଲୋ ବହି ବିକି ୪ ଶହ ଟଙ୍କା ରୋଜଗାର କରିଛନ୍ତି । ପାରାଦୀପରେ ଥିବା ସଞ୍ଜୟ ଗାନ୍ଧି ହାଇସ୍କୁଲର ।
ସତରେ ପିଲାଙ୍କ ଭବିଷ୍ୟତ ଗଢ଼ା ହେଉଥିବା ବହି ଗୁଡ଼ିକର କ’ଣ କୌଣସି ମୂଲ୍ୟ ନାହିଁ । ଦୁଃଖ ଓ ପରିତାପର ବିଷୟ ଯେ, ଏତେ ପରିମାଣର ପୁସ୍ତକକୁ ବିକ୍ରି କରି ଦେଇଛନ୍ତି ଖୋଦ୍ ସରକାରୀ ସ୍କୁଲର ଶିକ୍ଷକ ଓ କର୍ମଚାରୀ । ଏସମ୍ପର୍କରେ ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସିଆରସିସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଏପରିକି କୁଜଙ୍ଗ BEO ଫୋନ ଉଠାଇନଥିଲେ । ଜଗତସିଂହପୁର DEOଙ୍କୁ ଘଟଣା ସମ୍ପର୍କରେ ଜଣାଇ ପ୍ରତିକ୍ରିୟା ମାଗିବା ସତ୍ଵେ ସେ କିଛି ଜାଣି ନଥିବା କହିଛନ୍ତି ।
ସୂଚନା ଅନୁସାରେ ସରକାର ଯୋଗାଇ ଦେଉଥିବା ବହି ଗୁଡିକ କେବଳ ସରକାରୀ ସ୍କୁଲରେ ପିଲାଙ୍କୁ ମାଗଣାରେ ଦିଆଯାଏ । ଏବେ କିନ୍ତୁ ରଦ୍ଦି ମାଲ୍ ଭାବି ବିକ୍ରି କରିଦେଇଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ପଚାରିଲେ କିନ୍ତୁ ପ୍ରତିକ୍ରିୟା ଦେବାକୁ ଏଡ଼ାଇ ଯାଉଛନ୍ତି ।
ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)