Advertisment

ରାଜ୍ୟରେ ସାଂଘାତିକ ଶିକ୍ଷକ ମରୁଡ଼ି ! ହାଇସ୍କୁଲରେ ଅଷ୍ଟମରୁ ଦଶମ ଯାଏଁ ଜଣେ ସାର୍

ଅତିଥି ଶିକ୍ଷକଙ୍କ ଭରସାରେ ବ୍ରହ୍ମପୁର କେ.ସି. ଟାଉନ୍ ହାଇସ୍କୁଲ । ରାଜ୍ୟରେ ଖାଲି ପଡ଼ିଛି ୨୪ ହଜାର ଶିକ୍ଷକ ପଦବୀ ।

undefined

5T School

Advertisment

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ରୀ ଲିପାରାଣୀ । ଚକାଚକ୍ କୋଠା, ଲ୍ୟାବ୍, ସାଇନ୍ସ ରୁମ, କମ୍ପ୍ୟୁଟର ଥିଲେ କଣ ହେବ। ଶିକ୍ଷକ ନାହାନ୍ତି। ପାଠ ପଢ଼ା ହେବ କେମିତି, କୋର୍ସ ସରିବ କେମିତି। ୧୯୭୬ ମସିହାରେ ଭଦ୍ରକ ଚାନ୍ଦବାଲି ବ୍ଲକରେ ପ୍ରତିଷ୍ଠା ହୋଇଛି ବାଂଶଡ଼ା ହାଇସ୍କୁଲ। ୩୮ ଲକ୍ଷ ଟଙ୍କା ବ୍ୟୟରେ ଫାଇଭ-ଟି ଅଧୀନରେ ଏହି ସ୍କୁଲର ରୂପାନ୍ତରଣ ହୋଇଛି। ପୁରା ଚକାଚକ୍।

Advertisment

ବିଲଡିଂ, ଟେବୁଲ ଚେୟାର ଦେଖିଲେ ଆଖି ଖୋସି ହୋଇଯିବ। କିନ୍ତୁ ଅଷ୍ଟମ, ନବମ, ଦଶମର ମୋଟ୍ ୨୦୯ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ସେ ପୁଣି ପ୍ରଧାନ ଶିକ୍ଷକ। ପାଠପଢାରୁ ଆରମ୍ଭ କରି ଅଫିସ କାମ, ଅନଲାଇନ କାମ ସବୁ ଦାୟିତ୍ବ ତାଙ୍କର। ତିନିଟି କ୍ଲାସକୁ ଜଣେ ଶିକ୍ଷକ ବା ପାଠ ପଢ଼ାଇବେ କେମିତି। ବିଇଓ କହିଛନ୍ତି, ଏହି ସ୍କୁଲରେ ଜଣେ ଶିକ୍ଷକ ଥିବା ସେ ଜାଣି ନାହାନ୍ତି। ଯଦି ପ୍ରଧାନ ଶିକ୍ଷକ ଆନୁଷ୍ଠାନିକ ଭାବେ ଜଣାଇବେ, ସାତ ଦିନ ଭିତରେ ସମାଧାନ କରାଯିବ।

ବ୍ରହ୍ମପୁରର କେସି ଟାଉନ ହାଇସ୍କୁଲ। ମହାନଗର ନିଗମ ଅଫିସର ଠିକ୍ ପଛ ପଟେ ରହିଛି ଏହି ସ୍କୁଲ। କିନ୍ତୁ ହାଇସ୍କୁଲର ଦୁରବସ୍ଥା ପ୍ରଶାସନକୁ ଦେଖାଯାଉନି। ଷଷ୍ଠରୁ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ୧୨୦ ପିଲା। ବିଡ଼ମ୍ବନା କୁହନ୍ତୁ ବା ଯାହା କିଛି- ଏହି ହାଇସ୍କୁଲରେ ଜଣେ ବି ନିୟମିତ ଶିକ୍ଷକ ନାହାନ୍ତି। ଡେପୁଟେସନ ଓ ଅତିଥି ଶିକ୍ଷକଙ୍କ ଭରସାରେ ଚାଲଛି ହାଇସ୍କୁଲ।

Advertisment

ଡେପୁଟେସନରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ସବୁଦିନ ଆସୁଥିବା ବେଳେ ବାକି ୨ ଜଣଙ୍କୁ ସପ୍ତାହକୁ ୩ ଦିନ ଆସିବାକୁ କୁହାଯାଇଛି। ଏଥିରୁ ଜାଣିପାରୁଥିବେ, ସ୍କୁଲରେ କେମିତି ଚାଲିଚି ପାଠ ପଢ଼ା। ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ଦଶମ ଶ୍ରେଣୀ ପିଲା ଅଧିକ ଚିନ୍ତାରେ। 

ଠିକରେ ପାଠ ପଢ଼ା ପାଇଁ ଗୋଟିଏ ସଂପୂର୍ଣ୍ଣ ସ୍କୁଲର ୩ଟି ମୁଖ୍ୟ ଉପାଦାନ ହେଲା ଶ୍ରେଣୀ କୋଠରୀ, ଛାତ୍ରଛାତ୍ରୀ, ଶିକ୍ଷକ ଓ ବହିପତ୍ର। ତଥ୍ୟ କହୁଛି, ରାଜ୍ୟରେ ୫୬ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସରକାରୀ ସ୍କୁଲ୍ ରହିଛି। କିନ୍ତୁ, ଖାଲିପଡ଼ିଛି ୨୪ ହଜାର ଶିକ୍ଷକ ପଦବୀ। ସରକାରୀ ହାଇସ୍କୁଲ ସଂଖ୍ୟା ୭ ହଜାର ଥିବା ବେଳେ ୧୫ ହଜାର ଶିକ୍ଷକ ପଦବି ଖାଲି। ଏଭଳି ଉତ୍କଟ ସ୍ଥିତି ଭିତରେ ପିଲାଏ ପଢ଼ିବେ କେମିତି, ବଢ଼ିବେ କେମିତି ।

Advertisment

5T School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ