Advertisment

ସ୍ମାର୍ଟସ୍କୁଲର ଅସଲ ଚିତ୍ର : ପିଲାଙ୍କ ପାଇଁ ଆଲମିରା ପାଲଟିଛି କଳାପଟା

ଆଲମିରାକୁ କଳାପଟା ପରି ବ୍ୟବହାର କରି ପାଠ ପଢ଼ାଉଛନ୍ତି ଶିକ୍ଷୟିତ୍ରୀ

ଅଦ୍ୟତନ ହୋଇଛି
Smart School

smart school

Advertisment

ସ୍କୁଲରେ କଳାପଟା ନାହିଁ । ଆଲମିରା ସାମ୍ନା ପଟକୁ କଳାପଟା ଭାବେ ବ୍ୟବହାର କରାଯାଇ ପାଠ ପଢାଉଛନ୍ତି ଶିକ୍ଷୟିତ୍ରୀ । ରାଜ୍ୟ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସ୍ମାର୍ଟ ସ୍କୁଲର ଏହା ହେଉଛି ଅସଲ ଚିତ୍ର । ଏ ଦୃଶ୍ୟ ସ୍ମାର୍ଟ ସ୍କୁଲର ପ୍ରକୃତ ହାଲ୍ ବଖାଣୁଛି । 

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବାଳକ ବିଦ୍ୟାଳୟର ପିଲାମାନେ ତଳେ ବସି  ପାଠ ପଢୁଥିବା ବେଳେ ଶ୍ରେଣୀରେ କଳାପଟା ଟିଏ ନାହିଁ ।  ତେଣୁ ଶିକ୍ଷୟିତ୍ରୀ ବାଧ୍ୟ ହୋଇ ଆଲମିରାକୁ କଳାପଟା ଭାବେ ବ୍ୟବହାର କରୁଛନ୍ତି । ଆଶ୍ଚର୍ଯ୍ୟର କଥା ଏହି ସ୍କୁଲରେ ୪୫ ଲକ୍ଷ ଟଙ୍କା ବ୍ୟୟରେ ୫ଟି ପ୍ରୟୋଗଶାଳା ତିଆରି କରାଯାଇଛି । କାମ ସରିବା ଆଗରୁ ଉଦଘାଟନ ବି ହୋଇଛି । କିନ୍ତୁ ସ୍କୁଲରେ କଳାପଟାଟେ ବି ନାହିଁ  । ଏହି ଦୃଶ୍ୟ ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ ଅଭିଯାନକୁ ଉପହାସ କରୁଛି କହିଲେ କିଛି ଭୁଲ୍ ହେବ ନାହିଁ  ।

Advertisment

ପିଲାମାନଙ୍କୁ ରାଜ୍ୟ ସରକାର କେମିତି ସ୍ମାର୍ଟ କରୁଛନ୍ତି ଏଇ ଦୃଶ୍ୟକୁ ଦେଖିଲେ ଠିକ୍ ଜଣାପଡୁଛି । ଦିନେ କିମ୍ବା ଦୁଇଦିନ ନୁହଁ ମାସମାସ ଧରି ଏଠାରେ ଏମିତି ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । 

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ