Advertisment

ଇଚ୍ଛାଶକ୍ତିକୁ ଅଟକାଇ ପାରିଲାନି ଅକ୍ଷମତା: ପ୍ରଥମ ଆଟେମ୍ପ୍ଟରେ ସିଭିଲ ସର୍ଭିସ କ୍ଲିଅର କଲେ ସୂରଜ

ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିଲେ, ହେଲେ ସବୁଦିନ ପାଇଁ ସେ ଦୁଇ ହାତ ଓ ଦୁଇ ଗୋଡ଼ ହରାଇ ବସିଲେ।

ଅଦ୍ୟତନ ହୋଇଛି
UPSC Civil Service Exam Result 2022

Suraj Tiwari

Advertisment

ଦୁଇ ଗୋଡ଼, ଗୋଟିଏ ହାତ ହରାଇବି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କଲେ ସୂରଜ। ପ୍ରମାଣିତ ହେଲଲା ଆପ୍ତବାଣୀ 'ପଙ୍ଗୁ ଲଂଘୟତେ ଗିରି'। ସଂର୍ଘଷ ଜଣେ ଛାତ୍ରର ଜୀବନକୁ ଅଧିକ ଉଜ୍ଜିବୀତ କରେ। ଏକ ନୂଆ ଆଶା ଦେଖାଏ। ସମସ୍ୟା ତ ଆସିବ, କିନ୍ତୁ ପଛଘୁଞ୍ଚା ନଦେଇ ସମାଧାନର ବାଟ ଖୋଜି ସଫଳତାର ଶିଖରକୁ ଛୁଇଁବା ହିଁ ଜଣେ ମେଧାବୀ ଛାତ୍ରର ପରିଚୟ ହୋଇଥାଏ।

Advertisment

ଠିକ୍‌ ସେଭଳି ପରିସ୍ଥିତିକୁ ଏଡାଇ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ୨୭ ବର୍ଷିୟ ସୂରଜ ତିୱାରୀ। ଯିଏ ଜଣେ ଦିବ୍ୟାଙ୍ଗ ହୋଇବି ଦେଶର ସମ୍ମାନଜନକ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଦୁଇ ହାତ ଓ ଦୁଇ ଗୋଡ଼ ହରାଇବା ପରେ ବି ସେ ଏହି ପରୀକ୍ଷାରେ ୯୧୭ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଜୀବନର କାହାଣୀ।

ଅଧିକ ପଢ଼ନ୍ତୁ: ଦୃଢ଼ ଇଚ୍ଛାଶକ୍ତିର ଉଦାହରଣ, ଦୃଷ୍ଟିବାଧିତ ଆୟୁସୀ UPSCରେ ଉତ୍ତୀର୍ଣ୍ଣ

Advertisment

ସୂରଜଙ୍କ ଘର ଉତ୍ତରପ୍ରଦେଶର ମଣିପୁରି ଜିଲ୍ଲା କସବା କୁରାଭିଲ ଗ୍ରାମରେ। ଗତ ୨୦୧୭ ମସିହା ଜାନୁଆରୀ ୨୯ରେ ସେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦିଲ୍ଲୀରେ କଲେଜ ପାଠପଢା ସାରି ଘରକୁ ଫେରୁଥିବାବେଳେ ଟ୍ରେନ୍‌ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ସୌଭାଗ୍ୟବଶତଃ ଜୀବନ ସିନା ବଞ୍ଚିଯାଇଥିଲା, ହେଲେ ସବୁଦିନ ପାଇଁ ସେ ଦୁଇ ହାତ ଓ ଦୁଇ ଗୋଡ଼ ହରାଇ ବସିଲେ। ତାଙ୍କର ଅପରେସନ୍‌ ପରେ କହୁଣୀ ତଳକୁ ଗୋଟିଏ ହାତ ଓ ଆଣ୍ଠୁ ତଳକୁ ଗୋଡ଼ କଟାଯାଇଥିଲା। 

ଏହି ଘଟଣା ପରେ ସେ ଅନ୍ୟତ୍ର ଯିବା ପାଠ ପଢିବା ମୁସ୍କିଲ ହୋଇପଡ଼ିଲା। ସେ ଅନେକ ଦିନ ଧରି ଡିପ୍ରେସନକୁ ଚାଲିଯାଇଥିଲେ। ଏହି ସମୟ ତାଙ୍କ ପାଇଁ କଳା ଦିନ ଥିଲା ବୋଲି ସୂରଜଙ୍କ ପରିବାର ଲୋକ କହିଛନ୍ତି। 

Advertisment

କିନ୍ତୁ କଠିନ ପରିଶ୍ରମ ଓ ଏକାଗ୍ରତା ହିଁ ସବୁ ସଫଳତାର ମୂଳ କାରଣ ବୋଲି ସୂରଜ ଜାଣିଥିଲେ। ଏହି ଦୁଇ ଶବ୍ଦକୁ ପାଥେୟ କରି ସେ ତାଙ୍କ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଲେ। ସୂରଜ ତାଙ୍କ ଗ୍ରାଜୁଏସନ୍‌ କରିବା ପରେ ସ୍ନାତକୋତ୍ତର JNUରେ କରୁଛନ୍ତି। କୋଭିଡ ସମୟରେ ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ଆରମ୍ଭ କଲେ। ଆଉ ଶେଷରେ ତାଙ୍କୁ ସଫଳତା ମିଳିଛି। ତାଙ୍କର ସଫଳତାକୁ ନେଇ ପରିବାର ଲୋକ ଓ ବନ୍ଧୁମାନେ ଖୁସିରେ ସେଲିବ୍ରେସନ କରୁଛନ୍ତି।

UPSC Civil Services Exam Civil Services UPSC Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ