Advertisment

NEET PG 2025: ସୁପ୍ରିମକୋର୍ଟ ଦେଲେ ମଞ୍ଜୁରୀ, ଅଗଷ୍ଟ ୩ରେ ହେବ NEET PG ପରୀକ୍ଷା

NBE କହିଥିଲେ ଯେ ପରୀକ୍ଷାକୁ ଗୋଟିଏ ସିଫ୍ଟରେ ପରିଚାଳନା କରିବା ପାଇଁ ସେମାନଙ୍କୁ ଅତିରିକ୍ତ ୪୫୦ ପରୀକ୍ଷା କେନ୍ଦ୍ର ଆବଶ୍ୟକ ହେବ । କାରଣ ପୂର୍ବରୁ 450 କେନ୍ଦ୍ରରେ ଦୁଇଟି ସିଫ୍ଟରେ ପରୀକ୍ଷା କରାଯାଉଥିଲା।

ଅଦ୍ୟତନ ହୋଇଛି
ଅଗଷ୍ଟ ୩ରେ, NEET PG ପରୀକ୍ଷା

ଅଗଷ୍ଟ ୩ରେ, NEET PG ପରୀକ୍ଷା

Advertisment

ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହେବ ନିଟ୍ PG ପରୀକ୍ଷା । ନୂଆ ତାରିଖରେ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ସହମତି । ସୁପ୍ରିମକୋର୍ଟ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ (NBE) ର ଆବେଦନକୁ ଅନୁମୋଦନ କରି NEET-PG ୨୦୨୫ ପରୀକ୍ଷାକୁ ୧୫ ଜୁନ୍ ପରିବର୍ତ୍ତେ ୩ ଅଗଷ୍ଟରେ କରିବାକୁ ଅନୁମତି ଦେଇଛନ୍ତି ।

Advertisment

ଶୁଣାଣି ସମୟରେ, NBE କହିଥିଲେ ଯେ ପରୀକ୍ଷାକୁ ଗୋଟିଏ ସିଫ୍ଟରେ ପରିଚାଳନା କରିବା ପାଇଁ ସେମାନଙ୍କୁ ଅତିରିକ୍ତ ୪୫୦ ପରୀକ୍ଷା କେନ୍ଦ୍ର ଆବଶ୍ୟକ ହେବ । କାରଣ ପୂର୍ବରୁ 450 କେନ୍ଦ୍ରରେ ଦୁଇଟି ସିଫ୍ଟରେ ପରୀକ୍ଷା କରାଯାଉଥିଲା। NBEର ଓକିଲ କହିଛନ୍ତି ଯେ ନୂତନ କେନ୍ଦ୍ର ଚିହ୍ନଟ କରିବା, ସେମାନଙ୍କର ସୁରକ୍ଷା, ବୈଷୟିକ ଆବଶ୍ୟକତା ଏବଂ କର୍ମଚାରୀ ବ୍ୟବସ୍ଥା ପାଇଁ ସମୟ ଲାଗିବ। ସେ କହିଛନ୍ତି ଯେ ସେମାନଙ୍କର ବୈଷୟିକ ଅଂଶୀଦାର TCSକୁ ଏହି ପ୍ରସ୍ତୁତି ପାଇଁ ସମୟ ଆବଶ୍ୟକ ।

ଅଧିକ ପଢ଼ନ୍ତୁ: ହକ୍‌ ପାଇଁ ଗର୍ଜୁଛନ୍ତି କନିଷ୍ଠ ଶିକ୍ଷକ, ଦାବି ଶୁଣିବେ କି ସରକାର ?

ସୂଚନା ଅନୁସାରେ ଏଣ୍ଟ୍ରାନ୍ସ ଏଗଜାମ୍‌ରେ ସ୍ବଚ୍ଛତା ଓ ପାରଦର୍ଶିତା ରଖିବାକୁ ୨ଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ କରିବାକୁ କହିଥିଲେ ସୁପ୍ରିମକୋର୍ଟ । ତେବେ ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ହେଲେ ଅଧିକ ପରୀକ୍ଷା କେନ୍ଦ୍ର ଦରକାର। ସାରା ଦେଶରେ ୯୦୦ଟି ଅତିରିକ୍ତ ସେଣ୍ଟର ଏବଂ ସେଥିରେ ପ୍ରସ୍ତୁତି କରିବାକୁ ପଡିବ । ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ସହ ସିଗନାଲ ଜାମର ଏବଂ ଅତ୍ୟାଧୁନିକ ସର୍ଭେଲାନ୍ସ ସିଷ୍ଟମର ଆବଶ୍ୟକତା ରହିଛି । ତେଣୁ ଜୁନ୍‌ ୧୫ରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ଏବଂ ଏନେଇ ପ୍ରସ୍ତୁତି କରି ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ ବୋଲି NBEMS ପକ୍ଷରୁ ସୂଚନା ଦିଆଯାଇଥିଲା ।

Advertisment
India Supreme Court NEET PG Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ