Advertisment

କେରଳରେ ଏକାଦଶ ପରୀକ୍ଷା ଅଫଲାଇନ୍‌ରେ କରିବା ପାଇଁ ସୁପ୍ରିମକୋର୍ଟ ଦେଲେ ଅନୁମତି

ରୋନା ମହାମାରୀ ସହ ଲଢୁଛି ସାରା ଦେଶ। ବିଶେଷକରି କେରଳର ସ୍ଥିତି ବେଶି ଖରାପ। ଏବେ ଦେଶରେ ସର୍ବାଧିକ କରୋନା ମାମଲା କେରଳରୁ ହିଁ ଆସୁଥିବା ଲକ୍ଷ୍ୟ କରାଯାଉଛି। ଇତି ମଧ୍ୟରେ କେରଳରେ ଏକାଦଶ ଶ୍ରେଣୀ ପରୀକ୍ଷା ଅଫ୍‌ଲାଇନ୍‌ରେ କରିବାକୁ ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଛନ୍ତି।

ଅଦ୍ୟତନ ହୋଇଛି
undefined

Supreme Court

Advertisment

ନୂଆଦିଲ୍ଲୀ:କରୋନା ମହାମାରୀ ସହ ଲଢୁଛି ସାରା ଦେଶ। ବିଶେଷକରି କେରଳର ସ୍ଥିତି ବେଶି ଖରାପ। ଏବେ ଦେଶରେ ସର୍ବାଧିକ କରୋନା ମାମଲା କେରଳରୁ ହିଁ ଆସୁଥିବା ଲକ୍ଷ୍ୟ କରାଯାଉଛି। ଇତି ମଧ୍ୟରେ କେରଳରେ ଏକାଦଶ ଶ୍ରେଣୀ ପରୀକ୍ଷା ଅଫ୍‌ଲାଇନ୍‌ରେ କରିବାକୁ ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଛନ୍ତି। ତେବେ ପରୀକ୍ଷା ସମୟରେ କୋଭିଡ କଟକଣା କଡାକଡ଼ି ପାଳନ କରାଯିବ ବୋଲି ସୁପ୍ରିମ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କେରଳ ସରକାର।

Advertisment

ସୁପ୍ରିମ କୋର୍ଟ କହିଛନ୍ତି, ପିଲାଙ୍କ କ୍ଷେତ୍ରରେ କୌଣସି ପ୍ରକାର ରିସ୍କ ନେଇ ହେବନି। ତେଣୁ ଆମର ଆଶା, ଅଧିକାରୀମାନେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରିବେ। କୋଭିଡ ନିୟମ କଡାକଡ଼ି ପାଳନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଶ୍ଚୟ ନେବେ। କୋର୍ଟ ଆହୁରି କହିଛନ୍ତି, ପ୍ରଥମେ ଆମେ ଏହି ମାମଲାରେ ହସ୍ତକ୍ଷେପ କରୁଥିଲୁ। କାରଣ ସେପ୍ଟେମ୍ବରରେ ତୃତୀୟ ଲହର ଆସିବାର ଆଶଙ୍କା ଥିଲା। ହେଲେ ରିପୋର୍ଟ ଅନୁଯାୟୀ, ଏବେ ସେପରି କିଛି ହେବାର ଦିଶୁ ନାହିଁ। 

Advertisment

ସୂଚନାଥାଉ କି,  ଭାରତରେ ଗତ କିଛିଦିନ ତଳେ କୋଭିଡ ମାମଲା ହ୍ରାସ ପାଉଥିବା ଦେଖାଯାଉଥିଲା। ଦେଶରେ କରୋନା ମାମଲା ୩୦ ହଜାର ତଳକୁ ଖସିଥିଲା। ହେଲେ ଏବେ ପୁଣି ଏହା ବୃଦ୍ଧି ପାଇଁ ୩୦ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ ୩୪ ହଜାର ପାର କରିଛି। ଗତକାଲି କରୋନା ସଂକ୍ରମଣ ହାର ୧୨.୫ ପ୍ରତିଶତ ବୃଦ୍ଧି ପାଇଥିଲା। ତେବେ ରିକଭରି ହାର କମୁଥିବାରୁ ଆକ୍ଟିଭ ସଂଖ୍ୟା ହ୍ରାସ ପାଉଛି। କିନ୍ତୁ ସଂକ୍ରମଣ ହାର ବୃଦ୍ଧି ଚିନ୍ତା ବଢଉଛି। 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଭାରତରେ ୨୪ ଘଣ୍ଟା ମଧ୍ୟରେ ୩୪, ୪୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୩୩, ୮୧, ୭୨୮ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୩୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ କୋଭିଡ ମୃତ୍ୟୁ ସଂଖ୍ୟା ୪,୪୪,୨୪୮ ଛୁଇଁଛି। ତେବେ ଆଜି କେରଳରେ ସବୁଠାରୁ ଅଧିକ ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ଏହି ରାଜ୍ୟରେ ୧୭୮ ଜଣଙ୍କର ମୃତ୍ୟୁ ଘଟିଛି। 

Advertisment
Supreme Court Off Line Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ