Advertisment

ପରୀକ୍ଷାରେ ଅନିୟମିତତା ଅଭିଯୋଗ, ତାତିଲେ ପରୀକ୍ଷାର୍ଥୀ; OSSSC ଅଫିସ୍ ଆଗରେ ପ୍ରତିବାଦ

ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ତାତିଲେ ପରୀକ୍ଷାର୍ଥୀ। ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀଙ୍କ ଭୁବନେଶ୍ବରରେ ପ୍ରତିବାଦ ।

ଅଦ୍ୟତନ ହୋଇଛି
Protest in OSSSC Office

Protest in OSSSC Office

Advertisment

OSSSC ଦ୍ବାରା ପରିଚାଳିତ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ତାତିଲେ ପରୀକ୍ଷାର୍ଥୀ। ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀ ଭୁବନେଶ୍ବରରେ ପ୍ରତିବାଦ କରିଛନ୍ତି। 

Advertisment

ଓଡ଼ିଶା ଅଧସ୍ଥନସ୍ତ କର୍ମଚାରୀ ନିୟୋଜନ ବା OSSSC କାର୍ଯ୍ୟାଳୟ ଆଗରେ ସେମାନେ ବିକ୍ଷୋଭ ଓ ନାରାବାଜି କରିଛନ୍ତି। OSSSCର ଦାୟିତ୍ବହୀନତାକୁ ଦାୟୀ କରିଛନ୍ତି ଆଶାୟୀ। ପରୀକ୍ଷାକୁ ବାତିଲ କରିବା ସହ ପୁନଃ ଅଫଲାଇନ୍ ପରୀକ୍ଷା ପାଇଁ ଦାବି କରିଛନ୍ତି। 

Advertisment

ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଏଲ୍ଆଇ ପରୀକ୍ଷା ରେଜଲ୍ଟକୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି। ଗତବର୍ଷ ପଞ୍ଚାୟତ ଏକଜିକ୍ୟୁଟିଭ୍ ଅଫିସର, PEO ପରୀକ୍ଷାରେ ଅତି ଖରାପ କରିଥିବା ପ୍ରାର୍ଥୀ କେମିତି ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଏଲ୍ଆଇ ଲିଖିତ ପରୀକ୍ଷାରେ ଟପ୍ କଲେ ସେନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। 

Student Protests Recruitment Exam Student Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ