ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ୍ ବୁକ୍

ଗଣଶିକ୍ଷାମନ୍ତ୍ରୀଙ୍କ କହିବା ଅନୁସାରେ ମୋ ସ୍କୁଲ ଯୋଜନା ଅନୁଯାୟୀ ଏଥିପାଇଁ ସ୍ୱତନ୍ତ୍ର ଫୋକସ୍‌ କରାଯାଉଛି । ଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।

ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ୍ ବୁକ୍

ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ୍ ଦିଆଯିବ । ଯେଉଁଥିରେ ପିଲାଙ୍କୁ ହୋମ ୱର୍କ ଓ ଶିକ୍ଷକ ମାନେ କ’ଣ ପାଠ ପଢାଉଛନ୍ତି ସେ ନେଇ ଉଲ୍ଲେଖ ରହିବ । ପିଲାଙ୍କୁ ନୋଟ୍‌ ବୁକ୍‌ ଦିଆଯିବା ଫଳରେ ଅଭିଭାବକ ମାନେ ପିଲାମାନଙ୍କ ପାଠ ପଢ଼ା ସମ୍ପର୍କରେ ସମସ୍ତ କଥା ଜାଣିପାରିବେ । ସ୍କୁଲରେ କ’ଣ ପାଠ ପଢ଼ାଯାଉଛି ଏବଂ ଘରକୁ କ’ଣ ପାଠ ଦିଆଯାଉଛି ବୋଲି ଜାଣିପାରିବେ ଅଭିଭାବକ ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଗଣଶିକ୍ଷାମନ୍ତ୍ରୀଙ୍କ କହିବା ଅନୁସାରେ ମୋ ସ୍କୁଲ ଯୋଜନା ଅନୁଯାୟୀ ଏଥିପାଇଁ ସ୍ୱତନ୍ତ୍ର ଫୋକସ୍‌ କରାଯାଉଛି । ଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।

ସେପଟେ ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଉଥିବାରୁ ଏଥିପାଇଁ ପ୍ରସ୍ତୁତି କରାଯାଇଛି । କିଛି ଅଧ୍ୟାପକ ପରୀକ୍ଷା ବର୍ଜନ କରିବା ପାଇଁ ଚେତାବନୀ ଦେଇଥିବାରୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।