Advertisment

ଅଫଲାଇନ୍‌ରେ ୟୁଜି-ପିଜି ପରୀକ୍ଷା ନିଷ୍ପତ୍ତି ପରେ ଚିନ୍ତାରେ ଛାତ୍ରଛାତ୍ରୀ

ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଲକ୍ଷାଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଯଦି ଓମିକ୍ରନ କାରଣରୁ ସମ୍ଭାବ୍ୟ ତୃତୀୟ ଲହର ଆସେ ତେବେ ସରକାର କି ପଦକ୍ଷେପ ନେବେ?

ଅଦ୍ୟତନ ହୋଇଛି
UG PG Offline Exam

UG PG Offline Exam

Advertisment

ଭୁବନେଶ୍ୱର: ୟୁଜି-ପିଜିରେ ଆଉ ହେବନି ଅନ୍ ଲାଇନ୍ ଏଗଜାମ୍। ଅଫ୍ ଲାଇନ୍ ମୋଡ୍‌ରେ କରାଯିବ ସବୁ ପରୀକ୍ଷା। ସବୁ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କ ନିର୍ଦ୍ଦେଶ ପରେ ଆଶା ଆଶଙ୍କାରେ ଛାତ୍ରଛାତ୍ରୀ। ତାର କାରଣ ଦେଶରେ ବଢିଚାଲିଥିବା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। କିଛି ଛାତ୍ରଛାତ୍ରୀ ଏଥିପାଇଁ ଅଫଲାଇନ୍ ପରୀକ୍ଷା ସହ ଅନଲାଇନ୍ ବ୍ୟବସ୍ଥା ମଧ୍ୟ ଜାରି ରଖିବାକୁ ଉଚ୍ଚ ଶିକ୍ଷା ବିଭାଗ ନିକଟରେ ଦାବି ରଖିଛନ୍ତି। ସେପଟେ କରୋନା କଟକଣା ଭିତରେ ଅଫଲାଇନ୍ ପରୀକ୍ଷାକୁ ସ୍ୱାଗତ କରିଛନ୍ତି ଆଉ କିଛି ପିଲା। 

Advertisment

ରାଜ୍ୟରେ ବର୍ତ୍ତମାନ ପ୍ରାୟ ଏକ ହଜାର ଡିଗ୍ରୀ କଲେଜ ରହିଛି। ସେହିପରି ୧୪ଟି ବିଶ୍ୱବିଦ୍ୟାଳୟ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ରହିଛି। ଏସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଲକ୍ଷାଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଯଦି ଓମିକ୍ରନ କାରଣରୁ ସମ୍ଭାବ୍ୟ ତୃତୀୟ ଲହର ଆସେ ତେବେ ସରକାର କି ପଦକ୍ଷେପ ନେବେ? ତାହା ଏଯାଏଁ ଅସ୍ପଷ୍ଟ। ଏତେ ସଂଖ୍ୟକ ପିଲାଙ୍କୁ ନେଇ ସଂକ୍ରମଣମୁକ୍ତ ପରୀକ୍ଷା କରାଇବା ବଡ଼ ଚାଲେଞ୍ଜ ହୋଇପାରେ। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ହେଲା, ଅଫ୍ ଲାଇନ୍ କ୍ଲାସ୍ ଆରମ୍ଭ ହୋଇଯାଇଥିବାରୁ ଅଫଲାଇନ୍ ପରୀକ୍ଷାକୁ ନେଇ କୌଣସି ଅସୁବିଧା ହେବନି।

ୟୁଜିସି ତାର ଗାଇଡଲାଇନ୍‌ରେ ଉଲ୍ଲେଖ କରିଛି ଯେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ପରୀକ୍ଷା କିପରି କରିବେ, ତାର ନିଷ୍ପତ୍ତି ସେମାନେ ନେବେ। ତେବେ ଓମିକ୍ରନ ଭୂତାଣୁ ଏହାଭିତରେ ପଡୋଶୀ ପଶ୍ଟିମବଙ୍ଗ ଛୁଇଁସାରିଥିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ଶଙ୍କା ବଢିବା ସ୍ବାଭାବିକ। ଏଭଳି ସ୍ଥିତିରେ ସଂକ୍ରମଣ ବଢିଲେ ଉଚ୍ଚ ଶିକ୍ଷା ବିଭାଗ ବିକଳ୍ପ ଭାବେ କି ନିଷ୍ପତ୍ତି ନେବ ତାଉପରେ ନଜର।

Advertisment

ରିପୋର୍ଟ: ଘଟେଶ୍ୱର ମିଶ୍ର, ଜଗଦୀଶ ଦାସ 

Bhubaneswar UG PG Exam Offline Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ