Advertisment

ଶିକ୍ଷକ ନିଯୁକ୍ତି ଦାବି କରି ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଦେଲେ ଧାରଣା ।

ଅଦ୍ୟତନ ହୋଇଛି
Student Protest

Student Protest

Advertisment

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ପଣ୍ଡୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ସମ୍ମୁଖରେ ଆଜି ଛାତ୍ରଛାତ୍ରୀ ମାନେ ତାଲା ପକାଇ ଧାରଣା ଦେଇଥିଲେ। ବିଦ୍ୟାଳୟରେ ୧୯୩ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ମାତ୍ର ୩ ଜଣ ଶିକ୍ଷକ ଅଛିନ୍ତି । ଯାହା ଫଳରେ ଶିକ୍ଷାଦାନ ଠିକ୍ ସେ ହେଉପାରୁନି ବୋଲି ଛାତଛାତ୍ରୀ ଓ ଅଭିଭାବକ କହିଛନ୍ତି ।

Advertisment

ବାରମ୍ବାର ଏନେଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ କରିଛନ୍ତି । ତେଣୁ ଏଥିରେ ଅତିଷ୍ଠ ହୋଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି । ତେବେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଗତ ୨୦ ତାରିଖରେ ଭଦ୍ରକରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଥିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଲିପାରାଣୀ । ଚକାଚକ୍ କୋଠା, ଲ୍ୟାବ୍, ସାଇନ୍ସ ରୁମ, କମ୍ପ୍ୟୁଟର ଥିଲେ କଣ ହେବ। ଯଦି ଶିକ୍ଷକ ନଥିବେ । ପାଠ ପଢ଼ା ହେବ କେମିତି, କୋର୍ସ ସରିବ କେମିତି। ୧୯୭୬ ମସିହାରେ ଭଦ୍ରକ ଚାନ୍ଦବାଲି ବ୍ଲକରେ ପ୍ରତିଷ୍ଠା ହୋଇଥିବା ବାଂଶଡ଼ା ହାଇସ୍କୁଲ ଏବେ ୩୮ ଲକ୍ଷ ଟଙ୍କା ବ୍ୟୟରେ ଫାଇଭ-ଟି ଅଧୀନରେ ଏହି ସ୍କୁଲର ରୂପାନ୍ତରଣ ହୋଇଛି ।

Advertisment

ବିଲଡିଂ, ଟେବୁଲ ଚେୟାର ଦେଖିଲେ ଆଖି ଖୋସି ହୋଇଯିବ। କିନ୍ତୁ ଅଷ୍ଟମ, ନବମ, ଦଶମର ମୋଟ୍ ୨୦୯ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ସେ ପୁଣି ପ୍ରଧାନ ଶିକ୍ଷକ। ପାଠପଢାରୁ ଆରମ୍ଭ କରି ଅଫିସ କାମ, ଅନଲାଇନ କାମ ସବୁ ଦାୟିତ୍ୱ ତାଙ୍କର। ତିନିଟି କ୍ଲାସକୁ ଜଣେ ଶିକ୍ଷକ, ପାଠ ପଢ଼ାଇବେ କେମିତି। ବିଇଓ କହିଥିଲେ, ଏହି ସ୍କୁଲରେ ଜଣେ ଶିକ୍ଷକ ଥିବା ସେ ଜାଣି ନାହାନ୍ତି। ଯଦି ପ୍ରଧାନ ଶିକ୍ଷକ ଆନୁଷ୍ଠାନିକ ଭାବେ ଜଣାଇବେ, ସାତ ଦିନ ଭିତରେ ସମାଧାନ କରାଯିବ।

ବ୍ରହ୍ମପୁରର କେସି ଟାଉନ ହାଇସ୍କୁଲ। ମହାନଗର ନିଗମ ଅଫିସର ଠିକ୍ ପଛ ପଟେ ରହିଛି ସେମିତି ଏକ ସ୍କୁଲ। କିନ୍ତୁ ହାଇସ୍କୁଲର ଦୁରବସ୍ଥା ପ୍ରଶାସନକୁ ଦେଖାଯାଉନି। ଷଷ୍ଠରୁ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ୧୨୦ ପିଲା। ବିଡ଼ମ୍ବନା କୁହନ୍ତୁ ବା ଯାହା କିଛି- ଏହି ହାଇସ୍କୁଲରେ ଜଣେ ବି ନିୟମିତ ଶିକ୍ଷକ ନାହାନ୍ତି। ଡେପୁଟେସନ ଓ ଅତିଥି ଶିକ୍ଷକଙ୍କ ଭରସାରେ ଚାଲଛି ହାଇସ୍କୁଲ।

Advertisment

ଡେପୁଟେସନରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ସବୁଦିନ ଆସୁଥିବା ବେଳେ ବାକି ୨ ଜଣଙ୍କୁ ସପ୍ତାହକୁ ୩ ଦିନ ଆସିବାକୁ କୁହାଯାଇଛି । ଏଥିରୁ ଜାଣିପାରୁଥିବେ, ସ୍କୁଲରେ କେମିତି ଚାଲିଛି ପାଠ ପଢ଼ା । ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ଦଶମ ଶ୍ରେଣୀ ପିଲା ଅଧିକ ଚିନ୍ତାରେ।

Student School Protest 5T School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ