Advertisment

ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ପୁଅ ନିଖୋଜ, ଥାନାରେ FIR ଦେଲେ ବାପା

ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ଆସିଛି।

ଅଦ୍ୟତନ ହୋଇଛି
Missing Case

Student Goes Missing Before Matric Results Announced Today

Advertisment

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ପୁଅ ନିଖୋଜ। ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ଆସିଛି। ଝାରପଡ଼ାରେ ରହୁଥିବା ଅରୁପ ପଣ୍ଡାଙ୍କ ପୁଅ ସାଇ ପ୍ରସାଦ ପଣ୍ଡା(୧୬) ଗତ ସନ୍ଧ୍ୟାରୁ ନିଖୋଜ ହୋଇଯାଇଛନ୍ତି।

Advertisment

ସୂଚନା ଅନୁସାରେ, ସାଇ ପ୍ରସାଦ ଗତ ସନ୍ଧ୍ୟାରେ ସହିଦ ନଗର ସ୍ଥିତ ଏକ କୋଚିଙ୍ଗ ସେଣ୍ଟରକୁ ଯାଇଥିଲେ। କ୍ଲାସ୍‌ ସରିବା ପରେ ସେ ଘରକୁ ଫେରିବା କଥା। ଦୀର୍ଘ ସମୟ ଧରି ପୁଅ ଘରକୁ ନଫେରିବାରୁ ପରିବାର ଲୋକ ସାଇ ପ୍ରସାଦଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିପାରନଥିଲା। ଶେଷରେ ଉପାୟଶୂନ୍ୟ ହୋଇ ସାଇ ପ୍ରସାଦଙ୍କ ବାପା ସହିଦ ନଗର ଥାନାରେ FIR ଦେଇଛନ୍ତି।

ମାଟ୍ରିକ ପରୀକ୍ଷାରେ ୯୦% ମାର୍କ ରଖିବେ ବୋଲି ସାଇ ପ୍ରସାଦ କହୁଥିଲେ। ଯୁକ୍ତ ଦୁଇ ବାଣିଜ୍ୟ ପଢ଼ିବେ ବୋଲି ସହିଦ ନଗର ସ୍ଥିତ ଏକ କୋଚିଙ୍ଗ ସେଣ୍ଟରକୁ ସେ ଯାଉଥିଲେ। ହେଲେ ରେଜଲ୍ଟ ବାହାରିବା ପୂର୍ବରୁ ସେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ସାଇ ପ୍ରସାଦ କାହାସହ ଝଗଡ଼ା କରନ୍ତି ନାହିଁ କି ତାଙ୍କର କାହା ସହ ଶତ୍ରୁତା ନାହିଁ ବୋଲି ତାଙ୍କ ବାପା କହିଛନ୍ତି। 

Advertisment

ସେପଟେ ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ମାଟ୍ରିକ ରେଜଲ୍ଟ ଘୋଷଣା କରାଯିବ। ଅପରାହ୍ଣ ୧୨ଟା ସୁଦ୍ଧା ବୋର୍ଡ ୱେବ୍ ସାଇଟରେ ରେଜଲ୍ଟ ଉପଲବ୍ଧ ହେବ। www. bseodisha.ac.in ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀ ରେଜଲ୍ଟ ଚେକ୍‌ କରିପାରିବେ। SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ।

Matric Results BSE Odisha Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ