Advertisment

ବିତିଲାଣି ଦେଢ ମାସ, ପ୍ଲସ୍-ଟୁ ଆଡମିଶନ ପାଇଁ ବିଜ୍ଞପ୍ତିକୁ ଅପେକ୍ଷାରେ ଛାତ୍ରଛାତ୍ରୀ

ଅପରପକ୍ଷେ ଯୁକ୍ତ ତିନି ଆଡମିଶନ୍ କ୍ଷେତ୍ରରେ ବି ପାଖାପାଖି ସମାନ ଅବସ୍ଥା। ୟା ଭିତରେ କଳା ଓ ଧନ୍ଦାମୂଳକ ଶିକ୍ଷାକୁ ଛାଡ଼ି ଦେଲେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇସାରିଲାଣି। ଏ ଦୁଇ ଷ୍ଟ୍ରିମ୍‌ରେ ବି ରେକର୍ଡ ସଂଖ୍ୟକ ପିଲା ପାସ୍ କରିଛନ୍ତି। ଏଥିସହ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ମଧ୍ୟ ପିଲା ଆସିବେ।

ବିତିଲାଣି ଦେଢ ମାସ, ପ୍ଲସ୍-ଟୁ ଆଡମିଶନ ପାଇଁ ବିଜ୍ଞପ୍ତିକୁ ଅପେକ୍ଷାରେ ଛାତ୍ରଛାତ୍ରୀ

Plus two Admission

Advertisment

ଭୁବନେଶ୍ୱର: ଜୁନ୍ ୨୫ରୁ ବାହାରିଲାଣି ମାଟ୍ରିକ୍ ରେଜଲ୍ଟ। ହେଲେ ଦେଢ ମାସ ବିତିବା ପରେ ବି ପ୍ଲସ୍-ଟୁ ଆଡମିଶନ ପାଇଁ ବିଜ୍ଞପ୍ତିକୁ ଅପେକ୍ଷାରେ ଛାତ୍ରଛାତ୍ରୀ। ବିନା ପରୀକ୍ଷାରେ ଏଥର ରେକର୍ଡ ସଂଖ୍ୟକ ୯୭.୮୯ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଥିବାରୁ ସମସ୍ତଙ୍କୁ ନିଜ ପସନ୍ଦର କଲେଜରେ ସିଟ୍ ମିଳିବ ନା ନାହିଁ ତାକୁ ନେଇ ଚିନ୍ତା ବଢୁଛି। ଏପଟେ ବିଭାଗୀୟ ମନ୍ତ୍ରୀଙ୍କ କହିବା କଥା ଏଯାଏଁ ସେମିତି କିଛି ବିଳମ୍ବ ହେଇନି ଗତବର୍ଷ ଅଗଷ୍ଟ ୨୧ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଏଥର ତାଠୁ ସପ୍ତାହେ ଆଗରୁ ପ୍ରକ୍ରିୟା ଆରମ୍ଭ ହେବ। ବିଭିନ୍ନ କଲେଜରୁ ପ୍ରାୟ ୫୫ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ପହଞ୍ଚିଛି। କଲେଜ ସବୁର ଭିତ୍ତିଭୂମି ଯାଞ୍ଚ ପରେ ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯିବ। ତେଣୁ ସିଟ୍ ପାଇବା କ୍ଷେତ୍ରରେ ସମସ୍ୟା ଉପୁଜିବନି ବୋଲି ଆଶ୍ୱାସନା ଦେଇଛନ୍ତି ମନ୍ତ୍ରୀ।

Advertisment

ଅପରପକ୍ଷେ ଯୁକ୍ତ ତିନି ଆଡମିଶନ୍ କ୍ଷେତ୍ରରେ ବି ପାଖାପାଖି ସମାନ ଅବସ୍ଥା। ୟା ଭିତରେ କଳା ଓ ଧନ୍ଦାମୂଳକ ଶିକ୍ଷାକୁ ଛାଡ଼ି ଦେଲେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇସାରିଲାଣି। ଏ ଦୁଇ ଷ୍ଟ୍ରିମ୍‌ରେ ବି ରେକର୍ଡ ସଂଖ୍ୟକ ପିଲା ପାସ୍ କରିଛନ୍ତି। ଏଥିସହ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ମଧ୍ୟ ପିଲା ଆସିବେ। ମୋଟାମୋଟି ଭାବେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ସାଢେ ତିନି ଲକ୍ଷ ପିଲା ଆବେଦନ କରିବାର ସମ୍ଭାବନା ଅଛି।

ହେଲେ ରାଜ୍ୟର ଏକ ହଜାର ୨୯ଟି କଲେଜର ସିଟ୍ ରହିଛି ପ୍ରାୟ ଅଢେଇ ଲକ୍ଷ। ବିଗତ ବର୍ଷ ଗୁଡିକରେ ଯୁକ୍ତ ଦୁଇରେ ପାସ୍ ହାର ୭୦ରୁ ୭୫ ପ୍ରତିଶତ ଭିତରେ ରହୁଥିବାବେଳେ ଚଳିତ ବର୍ଷ ଏହାଠୁ ୨୦ ପ୍ରତିଶତ ଅଧିକ ପିଲା ପାସ୍ କରିଥିବାରୁ ପିଲା ଚିନ୍ତାରେ ଶିକ୍ଷାବିତଙ୍କ ମତ, ଭିତ୍ତିଭୂମିକୁ ଦେଖି ଆଞ୍ଚଳିକ ଭିତ୍ତିରେ କଲେଜଗୁଡ଼ିକରେ ସିଟ୍ ବଢାଯିବା ସହ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ମଧ୍ୟ ଯଥାଶୀଘ୍ର ନିଷ୍ପତ୍ତି ନିଆଯିବା ଦରକାର। ଏଥର ବିକଳ୍ପ ମୂଲ୍ୟାୟନ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ଟେନସନ୍ ବଢାଇଛି। ଏଭଳି ସ୍ଥିତିରେ ଗଣଶିକ୍ଷା ବିଭାଗର ସିଟ୍ ବଢାଇବା ନିଷ୍ପତ୍ତି ରାସ୍ତାରେ ଉଚ୍ଚ ଶିକ୍ଷା ବିଭାଗ ଯାଉଛି ନା ଅନ୍ୟ କିଛି ବିକଳ୍ପ ଆପଣାଉଛି ତା ଉପରେ ନଜର।

Advertisment

ରିପୋର୍ଟ: ଜିତେନ୍ଦ୍ର ବେଉରା ଓ ଜଗଦୀଶ ଦାସ

Odisha News Plus Two Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ