Advertisment

ବାହାର ଚିକ୍କଣ, ଭିତର ଫମ୍ପା; କଲେଜରୁ ପ୍ରତିଦିନ ହେଉଛି ଚୋରି, ଅସୁରକ୍ଷିତ ମଣୁଛନ୍ତି ଛାତ୍ରଛାତ୍ରୀ

କଲେଜରେ ନାମୀଦାମୀ କମ୍ପାନୀର ଆକ୍ଵାଗାର୍ଡ ଲାଗିଛି କିନ୍ତୁ ପାଣି ଆସୁନି । ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ଟଏଲେଟ୍ ଅବସ୍ଥା ମଧ୍ୟ ଶୋଚନୀୟ।

ଅଦ୍ୟତନ ହୋଇଛି
NC College

NC College

Advertisment

ବାହାର ଚକ୍ ଚକ୍ ହେଲେ ଭିତର ଫମ୍ପା। ଯାଜପୁରର ପୁରାତନ କଲେଜ ନରସିଂହ ଚୌଧୁରୀ ମହାବିଦ୍ୟାଳୟ। କଲେଜରେ ନାମୀଦାମୀ କମ୍ପାନୀର ଆକ୍ଵାଗାର୍ଡ ଲାଗିଛି କିନ୍ତୁ ପାଣି ଆସୁନି । ଛାତ୍ର ଛାତ୍ରୀଙ୍କ ପାଇଁ ଥିବା ଟଏଲେଟ୍ ଅବସ୍ଥା ମଧ୍ୟ ଶୋଚନୀୟ। ଯେଉଁଥିପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବିଦ୍ୟାର୍ଥି। ଏମିତିକି ପିଇବା ପାଣିଟିକିଏ ପାଇଁ ଦୂରକୁ ଯିବାକୁ ପଡୁଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ପ୍ରତ୍ୟେକ ଦିନ କଲେଜରୁ ଚୋରି ହେଉଥିବା କାରଣରୁ ଅଧ୍ୟୟନ କରିବାକୁ ଆସୁଥିବା ଛାତ୍ର ଛାତ୍ରୀ ଅସୁରକ୍ଷିତ ମନେ କରିବା ସହ ନାନା ସମସ୍ୟା ଭୋଗୁଛନ୍ତି। 

Advertisment

ବିଜ୍ଞାନ ବିଭାଗର ପ୍ରାକ୍ଟିକାଲ ଲାଗି ପାଣି ସମସ୍ୟା କାରଣରୁ ପିଲା ନାନା ଅସୁବିଧା ଭୋଗୁଛନ୍ତି। କ୍ଲାସରୁମରେ ଏସି ଲାଗିଚି ହେଲେ ଚାଲୁନି। କାରଣ ଏସିର  କପର ତାର କାଟି ନିଆଯାଇଛି। କଲେଜ ପରିସରଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ବେଳେ ଗାଈ ଗୋରୁ ବି ଚରିବାର ଦେଖାଯାଉଛି। ଏହି ପରିବେଶ ପାଠପଢା ଲାଗି ବ୍ୟାଘାତ ସୃଷ୍ଟି କରୁଛି। ସରକାରୀ ସମ୍ପତି ଚୋରୀ ହେଉଥିବା ନେଇ କଲେଜ କର୍ତ୍ତୁପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ସମାଧାନର ବାଟ ବାହାରୁ ନାହିଁ । 

ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ ଚୋରୀ ନେଇ ଅବଗତ ଥିବା କଥା କହିଛନ୍ତି। ଏବଂ ଏନେଇ ଥାନାରେ ଅଭିଯୋଗ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି। 

Advertisment

ଯାଜପୁରର ସର୍ବପୁରାତନ କଲେଜ ଏନସି କଲେଜ। କୋଟି କୋଟି ଟଙ୍କା ବ୍ୟୟରେ ଏହାକୁ ନବୀକରଣ କରାଯାଇଛି। ହେଲେ ଜିନିଷ ଚୋରୀ ହୋଇ ନାନା ସମସ୍ୟା ଲାଗି ରହିଛି। ତେଣୁ ତୁରନ୍ତ କଲେଜର ଅତ୍ୟାବଶ୍ୟକ ମୌଳିକ ସମସ୍ୟା ପ୍ରତି ଗୁରୁତ୍ବ ଦେବାକୁ ଛାତ୍ର ଛାତ୍ରୀଙ୍କ ସହ  ଅଧ୍ୟାପକ ଦାବୀ ରଖିଛନ୍ତି। 

Students College Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ