Advertisment

OTET Date Rescheduled: ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET

ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET। ଦୁଇଟି ସିଟିଂରେ ସ୍ପେଶାଲ୍ OTET ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଗତମାସ ୨୦ ତାରିଖରେ ପରୀକ୍ଷା ବାତିଲ ହୋଇଥିଲା।

author-image
Debadatta Aryashrestha
Special OTET Rescheduled

Special OTET Rescheduled

ସ୍ପେଶାଲ୍ ଓଟିଇଟି ପରୀକ୍ଷା ପାଇଁ ଘୋଷଣା ହେଲା ନୂଆ ତାରିଖ। ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET। ଦୁଇଟି ସିଟିଂରେ ସ୍ପେଶାଲ୍ OTET ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୯ଟାରୁ ୧୧ଟା ୩୦ ଯାଏଁ ପେପର୍-୧ ଏବଂ ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍-୨ ପରୀକ୍ଷା ହେବ। ଅଗଷ୍ଟ ୨୨ରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ।

Advertisment

ତେବେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଗତମାସ ୨୦ ତାରିଖରେ ପରୀକ୍ଷା ବାତିଲ ହୋଇଥିଲା। ଏହାକୁ ନେଇ ରାଜ୍ୟବ୍ୟାପି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବାବେଳେ ପ୍ରଶ୍ନପତ୍ର ଲିକ୍ ମାମଲାର ତନାଘନା କରୁଛି କ୍ରାଇମବ୍ରାଞ୍ଚ। ବର୍ତ୍ତମାନ ସୁଦ୍ଧା ୫ ଶିକ୍ଷକଙ୍କ ସମେତ ୭ ଜଣଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ। ଏମାନଙ୍କ ମଧ୍ୟରେ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ତଥା ମାଷ୍ଟରମାଇଣ୍ଡ କୁହାଯାଉଥିବା ଜିତନ ମହାରଣା ମଧ୍ୟ ଅଛନ୍ତି।

ସେପଟେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାର ଅଡ଼ୁଆ ସୂତା ଯେତେ ଖୋଲୁଛି, ସେତେ ବଢ଼ି ବଢ଼ି ଚାଲିଛି ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଅଡ଼ୁଆ। ତାଙ୍କ ଲାପଟପକୁ କେମିତି ଆସିଲା ଓ ସେଠାରୁ କେମିତି ଲିକ୍ ହେଲା ପ୍ରଶ୍ନପତ୍ର, ତାକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଜୋରଦାର କରିଛି। ଏହାରି ଭିତରେ ପରବର୍ତ୍ତୀ ପରୀକ୍ଷା ମଧ୍ୟ ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ କି ନାହିଁ, ସେନେଇ ଆଶା ଆଶଙ୍କାରେ ପରୀକ୍ଷାର୍ଥୀ।

Advertisment
OTET Paper Leak Question Paper Leak OTET Exam BSE Odisha OTET School And Mass Education Department
Advertisment
Advertisment