୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର, କୋଲକତା-ରାଞ୍ଚି-ପାଟନାରେ ବି ପିଲା ଦେବେ ପରୀକ୍ଷା

ଚଳିତବର୍ଷ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଦୈନିକ ୪ଟି ସିଫ୍ଟରେ ପରୀକ୍ଷା  ।

Special OJEE

ଆଜିଠାରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ । ଚଳିତବର୍ଷ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଏଥିପାଇଁ ୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ରାଜ୍ୟ ବାହାରେ କୋଲକତା, ରାଞ୍ଚି ଓ ପାଟନାରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଛି । ବିଟେକ୍, ବିଫାର୍ମା, ଏମବିଏ, ବିଟେକ୍ ଲାଟେରାଲ ଏଣ୍ଟ୍ରି, ଏମସିଏ, ଏମ୍‌ଟେକ୍, ଏମ୍‌ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ପରୀକ୍ଷା ହେବ । ଆଜି ଓ ଆସନ୍ତାକାଲି ସହ ୭ ତାରିଖରେ ହେବ ସ୍ପେଶାଲ ଓଜେଇଇ । କମ୍ପୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।