Advertisment

ବାହାନଗା ହାଇସ୍କୁଲରେ ହୋମଯଜ୍ଞ, ନୂଆ ଶ୍ରେଣୀଗୃହରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

ଆଜି ପ୍ରଥମ ଦିନରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ, ତୃତୀୟରୁ ଦଶମ ପିଲା ବି ଖୁବ୍ କମ୍ ସଂଖ୍ୟାରେ ଆସିଥିଲେ। ୫୬୫ ପିଲାରୁ ଉପସ୍ଥିତ ଥିଲେ ମାତ୍ର ୧୧୨ ଜଣ। ପ୍ରାର୍ଥନା ପରେ ହୋଇଥିଲା ଶୋକସଭା।

Schools reopen after summer vacation in Odisha

Schools reopen after summer vacation in Odisha

Advertisment

୨ ମାସର ଖରାଛୁଟି ପରେ ଖୋଲିଲା ସ୍କୁଲ । ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କେବଳ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ି ରାଜ୍ୟର ବାକି ସମସ୍ତ ସ୍କୁଲରେ ଆଜିଠୁ ପାଠପଢ଼ା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଖୁବ୍ କମ୍ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ପାଠପଢ଼ା ଆରମ୍ଭ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ତେଣେ ଟ୍ରେନ୍ ଆକ୍ସିଡେଣ୍ଟ ସ୍ପଟ୍ ବାଲେଶ୍ବର ଜିଲ୍ଲା ବାହାନଗା ହାଇସ୍କୁଲରେ ଆଜି ଥିଲା ଭିନ୍ନ ପରିବେଶ।

Advertisment

କେଉଁଠି ଉତ୍ସାହପୂର୍ଣ୍ଣ ପରିବେଶ, ତ ଆଉ କେଉଁଠି ହାତଗଣତି ଛାତ୍ରଛାତ୍ରୀଙ୍କୁ ନେଇ ଖାଁ ଖାଁ ସ୍କୁଲ ପରିସର। କେଉଁଠି ସଫାସୁତୁରା କାମ ଚାଲିଛି, ତ ଆଉ କେଉଁଠି ଚାରାରୋପଣ । ଖରାଛୁଟି ସରିବା ପରେ ଆଜି କିଛି ଏମିତି ଥିଲା ଅଧିକାଂଶ ସ୍କୁଲର ଦୃଶ୍ୟ। ହେଲେ ରେଳ ଦୁର୍ଘଟଣା ପାଇଁ ବହୁଚର୍ଚ୍ଚିତ ବାହାନଗା ହାଇସ୍କୁଲରେ ପୂଜାପାଠ ଓ ହୋମଯଜ୍ଞ ପରେ ଆରମ୍ଭ ହୋଇଥିଲା ପାଠପଢ଼ା। ଇଏ ସେଇ ସ୍କୁଲ, ଯେଉଁଠି ରଖାଯାଇଥିଲା ଶତାଧିକ ମୃତଯାତ୍ରୀଙ୍କ ଶବ। ପିଲାଙ୍କ ଡରକୁ ଦେଖି ମୃତଦେହ ରଖାଯାଇଥିବା ପୁରୁଣା ସ୍କୁଲଘରକୁ ଭାଙ୍ଗି ଦିଆଯାଇଛି।

ପୂର୍ବରୁ ନିର୍ମାଣାଧୀନ ନୂଆ ଶ୍ରେଣୀଗୃହ କାମ ଯୁଦ୍ଧକାଳୀନ ଭିତ୍ତିରେ ସାରି, ସେଠାରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ପାଠପଢ଼ା। ଆଜି ପ୍ରଥମ ଦିନରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ, ତୃତୀୟରୁ ଦଶମ ପିଲା ବି ଖୁବ୍ କମ୍ ସଂଖ୍ୟାରେ ଆସିଥିଲେ। ୫୬୫ ପିଲାରୁ ଉପସ୍ଥିତ ଥିଲେ ମାତ୍ର ୧୧୨ ଜଣ। ପ୍ରାର୍ଥନା ପରେ ହୋଇଥିଲା ଶୋକସଭା।

Advertisment

ପାଞ୍ଚଟି ଶ୍ରେଣୀଗୃହରେ ୮ଟି କ୍ଲାସର ପିଲା ପାଠପଢ଼ା ଆରମ୍ଭ କରିଥିବା ବେଳେ, ଆଜି ମଧ୍ୟ କିଛି ସ୍ଥାନରେ ରଙ୍ଗକାମ ଚାଲିଥିବା ଦେଖିବାକୁ ମିଳିଥିଲା। ତେଣେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ରେଳଧାରଣା ପାର୍ କରାଇବା ପାଇଁ ପ୍ରତିଦିନ ୯ଟା ୨୦ରୁ ୯ଟା ୪୦ ଯାଏଁ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସେଠାରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। 

ପ୍ରାୟ ୨ ମାସ ହେଲା ପଡ଼ିଥିଲା ଖରାଛୁଟି। ଆଜି ସ୍କୁଲ ଖୋଲିବା ପରେ ରାଜ୍ୟର ବିଭିନ୍ନ ସ୍କୁଲ୍ ରେ ସୁସଜ୍ଜିତ ପରିବେଶ ଭିତରେ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଛି । ତେବେ ପ୍ରଥମ ଦିନରେ ଅଧିକାଂଶ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖୁବ୍ କମ୍ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ମଧ୍ୟ କିଛି ସ୍ଥାନରେ ଗୁଳୁଗୁଳି କମିନଥିବାରୁ, ଆଉ କିଛିଦିନ ସ୍କୁଲ ଛୁଟି ଘୋଷଣା କରିବାକୁ ଦାବି ହୋଇଛି। 

Advertisment

ତେଣେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଦିନେ ଦୁଇଦିନ ବିଳମ୍ବରେ ସରିବ ଖରାଛୁଟି। ଗ୍ରୀଷ୍ମ ପ୍ରବାହ ସ୍ଥିତିରେ ସେତେଟା ସୁଧାର ଆସିନଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ସମ୍ପୃକ୍ତ ଜିଲ୍ଲା ପ୍ରଶାସନ।  ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗିରରେ ୨୨ ତାରିଖରେ ସ୍କୁଲ ଖୋଲି ପ୍ରଥମ ୩ ଦିନ ସକାଳୁଆ ସ୍କୁଲ ହେବ। ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଆଉ ଦିନେ ବିଳମ୍ବରେ ଅର୍ଥାତ୍ ୨୩ ତାରିଖରେ ସ୍କୁଲ ଖୋଲିବ। ତେବେ ୨୬ ତାରିଖ ସୋମବାରଠୁ ସବୁଠି ନିୟମିତ ସମୟାନୁସାରେ ସ୍କୁଲ ଚାଲିବ।

High School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ