Advertisment

ଦୀପାବଳି ପରେ ଖୋଲିବ ଷଷ୍ଠ, ସପ୍ତମ !

ରାଜ୍ୟରେ ଏବେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଫଲାଇନ୍ ପାଠପଢ଼ା ଗତ ଦେଢ଼ ବର୍ଷ ଧରି ବନ୍ଦ ରହିଛି ।୨୫ ଅକ୍ଟୋବରରୁ ଆରମ୍ଭ ହୋଇଛି ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା।

ଅଦ୍ୟତନ ହୋଇଛି
School reopen

School reopen

Advertisment

ସମ୍ବଲପୁର: ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯାଉଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯିବ ବୋଲି ମନ୍ତ୍ରୀ ସମ୍ବଲପୁର ଗସ୍ତବେଳେ ସୂଚନା ଦେଇଛନ୍ତି।  ନୂଆବର୍ଷ ବେଳକୁ ସବୁ କ୍ଲାସ ଖୋଲିବ ସେ ଆଶାବାଦୀ ଥିବା କହିଛନ୍ତି।

Advertisment

ଏନେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ପିଲାମାନେ କିପରି ସୁରୁଖୁରୁରେ କ୍ଲାସ୍‌ କରିପାରିବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍କୁଲର ରୁପାନ୍ତିକରଣ କରାଯାଉଛି।  ପ୍ରଥମ ପର୍ଯ୍ୟାୟରେ ୧୧୦୦ ଓ ପର ପର୍ଯ୍ୟାୟରେ ୨୫୦୦ ସ୍କୁଲକୁ ରୂପାନ୍ତିକରଣ କରାଯାଇଛି। ଏହାଦ୍ୱାରା ପିଲାମାନେ ସ୍ମାର୍ଟ କ୍ଲାସ୍‌କୁ ଉପଭୋଗ କରିପାରିବେ। ଆଗକୁ ଶିକ୍ଷକ ଅଭାବ ରହିବ ନାହିଁ। ଡିସେମ୍ବର ପୂର୍ବରୁ ପ୍ରାୟ ୧୬ ହଜାର ଶିକ୍ଷକ ନିଯୁକ୍ତି ଦେବାର ଯୋଜନା ରହିଛି। 

Advertisment

ସ୍କୁଲ ଖୋଲିବା ନେଇ ସେ କହିଛନ୍ତି ଯେ, ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲାଯିବ। ମୁଁ ଏ ସମ୍ପର୍କରେ ଆଲୋଚନା କରିବୁ। ପ୍ରଥମ ପର୍ଯ୍ୟାୟରେ ଷଷ୍ଠ, ସପ୍ତମ ଖୋଲାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯିବ। ଯେଉଁ ଏସ୍‌ଓପି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କରାଯାଇଛି, ତାହାହିଁ ଅନୁସରଣ କରାଯିବ।

ରାଜ୍ୟରେ ଏବେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଫଲାଇନ୍ ପାଠପଢ଼ା ଗତ ଦେଢ଼ ବର୍ଷ ଧରି ବନ୍ଦ ରହିଛି ।୨୫ ଅକ୍ଟୋବରରୁ ଆରମ୍ଭ ହୋଇଛି ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା । କୋଭିଡ୍ ସଂକ୍ରମଣ ଯୋଗୁ ପ୍ରାୟ ୧୮ ମାସ ବନ୍ଦ ରହିବା ପରେ  ଅଫଲାଇନ୍‌ରେ ପାଠପଢ଼ା ଆରମ୍ଭ ହୋଇଥିଲା । 

Advertisment
Odisha School Reopen Minister Sameer Dash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ