Advertisment

ପୂଜା ଛୁଟି ପରେ ଖୋଲିପାରେ ପ୍ରାଇମେରୀ ସ୍କୁଲ

ବିଦ୍ୟାଳୟର ଅନ୍ୟ କ୍ଲାସ ଖୋଲାଯିବା ନେଇ ସମ୍ଭାବନା ରହିଛି। ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି। ସେଯାଏ ଅନଲାଇନରେ କ୍ଲାସ ଚାଲିବ।

School May open in odisha

School May open in odisha

Advertisment

ଭୁବନେଶ୍ୱର: ପୂଜା ଛୁଟି ପରେ ଖୋଲିବ କି ବିଦ୍ୟାଳୟର ଅନ୍ୟ କ୍ଲାସ? ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଏନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଶଙ୍କା କରିଛନ୍ତି, ପୂଜା ଛୁଟି ପରେ ନିଶ୍ଚିତ ଭାବେ ପରିସ୍ଥିତି ସ୍ୱାଭାବିକ ହୋଇଯିବ। ତେଣୁ ବିଦ୍ୟାଳୟର ଅନ୍ୟ କ୍ଲାସ ଖୋଲାଯିବା ନେଇ ସମ୍ଭାବନା ରହିଛି। 

Advertisment

ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି। ସେଯାଏ ଅନଲାଇନରେ କ୍ଲାସ ଚାଲିବ।ଛାତ୍ରଛାତ୍ରୀମାନେ ଯେପରି ମୋବାଇଲ ଫୋନ ବ୍ୟବହାର କେବଳ ପାଠପଢା ପାଇଁ କରିବେ ଏବଂ ଦୁରୂପଯୋଗ ନ କରିବେ ସେଥିପ୍ରତି ଅଭିଭାବକମାନେ ଦେଖିବା କଥା ବୋଲି କହିଛନ୍ତି ସମୀର ଦାସ।

କୋଭିଡ୍‌ ଯୋଗୁଁ ରାଜ୍ୟରେ ରାଜ୍ୟରେ ଅନେକ ଦିନ ଧରି ଲକଡାଉନ୍‌ ଓ ସଟଡାଉନ୍‌ ଲାଗୁ ହୋଇଥିଲା। ପାଖାପାଖି ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ରହିଛି। ପିଲାମାନେ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳରେ ନେଟ୍‌ୱର୍କ ନଥିବାରୁ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିବା ସହଜ ହେଉନାହିଁ।ଯାହାଫଳରେ ପିଲାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ସ୍କୁଲ ଖୋଲିବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରୁଛନ୍ତି।

Advertisment

ଏବେ କରୋନାର କୋପ କମିବା ପରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଦଶମ, ଦ୍ୱାଦଶ, ନବମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଛନ୍ତି। ଦୀର୍ଘ ଦିନ ପରେ ବିଦ୍ୟାଳୟରେ ବସି ପିଲାମାନେ ପାଠ ପଢ଼ୁଛନ୍ତି। କିନ୍ତୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଖୋଲିନାହିଁ। ଯେଉଁଥିପାଇଁ ପିଲାମାନେ ଅନ୍‌ଲାଇନ୍‌ରେ କ୍ଲାସ କରୁଛନ୍ତି। ହେଲେ ଏମିତି ଅନେକ ଅଞ୍ଚଳ ଅଛି ଯେଉଁଛି ଇଣ୍ଟରନେଟ୍ ଅପହଞ୍ଚ, ସେଥିପାଇଁ ସେଠାରେ ଅନଲାଇନ୍‌ରେ ପାଠ ପଢିବା କଷ୍ଟକର ହୋଇଛି। 

Sameer Dash Primary School School In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ