Advertisment

ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍

ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସହ  ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ଏସ୍ଓପି କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି।

ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍

School

Advertisment

ଭୁବନେଶ୍ୱର: କଟକଣା ଆଉ ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍। ସାମାଜିକ ଦୂରତା ରଖି କ୍ଲାସ୍‌ରେ ବସିବେ ୨୦ ରୁ ୨୫ ପିଲା। ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ରହିବ ମାସ୍କ। ନିୟମିତ ଭାବେ ପୁରା ସ୍କୁଲ୍‌କୁ ବିଶୋଧନ କରାଯିବ। ପ୍ରବେଶ ପଥରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିବ। ତାସହିତ ସ୍କୁଲ୍‌ରେ ଆଇସୋଲେସନ ରୁମ ବି ରହିବ। ତେବେ ହଷ୍ଟେଲ୍ ଖୋଲିବ ନାହିଁ। ୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ।

Advertisment

ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସହ  ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ଏସ୍ଓପି କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଜିଲ୍ଲାର ନୋଡାଲ ଅଫିସର ସ୍କୁଲ୍‌କୁ ଯାଇ ନିୟମିତ ତଦାରଖ କରିବେ। ଏଣେ ଏତେ ଦିନ ପରେ ସ୍କୁଲ୍ ଖୋଲିବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ୱାଗତ ତ କରିଛନ୍ତି ତେବେ ସଂପୂର୍ଣ୍ଣ ଟିକାକରଣ ହୋଇନଥିବାରୁୁ ମନରେ ଆଶଙ୍କା ବି ରହିଛି।

Advertisment

ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଦ୍ୱନ୍ଦ୍ୱରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ୟୁଜି-ପିଜି ଲାଗି କେବେଠୁ କ୍ଲାସ୍ ହେବ। ତାହା ସରକାର ସ୍ପଷ୍ଟ କରିନଥିବାରୁ ବଢିଛି କଳ୍ପନାଜଳ୍ପନା। ତେବେ କ୍ଲାସ ଆରମ୍ଭ ପରିବର୍ତ୍ତେ ଫାଇନାଲ୍ ସେମିଷ୍ଟର ପରୀକ୍ଷା ସାରିବାକୁ  ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଉଥିବା ଜଣାପଡିଛି। ପରୀକ୍ଷା ପରେ ଅକ୍ଟୋବରରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରାଯିବା ସମ୍ଭାବନା ରହିଛି। ତେବେ ଶିକ୍ଷାବର୍ଷ ଯେପରି ପ୍ରଭାବିତ ନହେବ ସେଥିପ୍ରତି ବିଭାଗ ଦୃଷ୍ଟି ଦେଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

ମୋବାଇଲ ନେଟଓ୍ୱର୍କ ସମସ୍ୟା ଓ ସ୍ମାର୍ଟ ଫୋନ ଅଭାବ ଭଳି କାରଣକୁ ନେଇ ସମସ୍ତଙ୍କ ପାଖରେ ପହଞ୍ଚିପାରୁନି ଅନଲାଇନ ଶିକ୍ଷା। ସ୍କୁଲ ପିଲାଙ୍କ କ୍ଷେତ୍ରରେ ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ତେଣୁ ସତର୍କତା ମଧ୍ୟରେ ଦଶମ ଓ ଦ୍ୱାଦାଶ କ୍ଲାସ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ।

Advertisment

ରିପୋର୍ଟ: ଆର୍ତ୍ତତ୍ରାଣ ପ୍ରଧାନ ଓ ଜଗଦୀଶ ଦାସ

Odisha News COVID-19 Odisha Government Schools
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ