Advertisment

ଓଡ଼ିଶାର ଏହି ୨ ଜିଲ୍ଲାରେ ବଢ଼ିଲା ଖରା ଛୁଟି, ଜାଣନ୍ତୁ କେବେ ଖୋଲିବ ସ୍କୁଲ୍‌...

୨ ଜିଲ୍ଲାରେ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖ ସ୍କୁଲ୍‌ ଖୋଲିବା ନେଇ ନୋଟିସ୍‌ ଜାରି ହୋଇଛି। ଏହାସହ ସ୍କୁଲ୍‌ ଟାଇମିଂରେ ମଧ୍ୟ ପରିବର୍ତ୍ତନ ହୋଇଛି।

ଅଦ୍ୟତନ ହୋଇଛି
Odisha School Summer Holiday Extended

School summer holiday extended two districts of odisha

Advertisment

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜୁନ୍ ୧୯ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ସ୍କୁଲ୍‌ ଖୋଲିବା ନେଇ ନିକଟରେ ଘୋଷଣା ହୋଇଥିଲା। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

Advertisment

ତେବେ ୨ ଜିଲ୍ଲାରେ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖ ସ୍କୁଲ୍‌ ଖୋଲିବା ନେଇ ନୋଟିସ୍‌ ଜାରି ହୋଇଛି। ଏହାସହ ସ୍କୁଲ୍‌ ଟାଇମିଂରେ ମଧ୍ୟ ପରିବର୍ତ୍ତନ ହୋଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। 

ଝାରସୁଗୁଡ଼ା ଜିଲ୍ଲାର ସବୁ ସ୍କୁଲ୍‌ ୨୨ ତାରିଖରେ ଖୋଲିବ। ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା ଜିଲ୍ଲାର ସବୁ ସ୍କୁଲ୍‌ ସକାଳୁଆ ଚାଲିବ। ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ସ୍କୁଲ୍‌ ଚାଲିବ।

Advertisment

ସେହିପରି  ସମ୍ବଲପୁର ଜିଲ୍ଲାରେ ୨୨ ତାରିଖରୁ ମଧ୍ୟ ସ୍କୁଲ୍‌ ଖୋଲିବ। ଗ୍ରୀଷ୍ମପ୍ରବାହ ପାଇଁ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ସ୍କୁଲ୍‌ ଖୋଲିବ। ୨୪ ତାରିଖ ଯାଏ ସକାଳ ସାଢ଼େ ୬ରୁ ୧୦ଟା ଯାଏ ସ୍କୁଲ୍‌ ଚାଲିବ। ସକାଳ ୯ଟା ୩୦ରୁ ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ। ତେବେ ୨୬ ତାରିଖ ଠାରୁ ନିୟମିତ ସମାୟାନୁସାରେ ସ୍କୁଲ୍‌ ଚାଲିବ।

Summer Vacations Schools
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ