Advertisment

ରାଗ ଶୁଝାଉଛି ଗୁଳୁଗୁଳି: ୧୦ ଜିଲ୍ଲାରେ ୨୦ ଯାଏଁ ସ୍କୁଲ ଛୁଟି...

ରାଜ୍ୟର ୧୦ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି । ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଗଜପତି ଓ ମୟୂରଭଂଜ , ଭଦ୍ରକ, ଗଞ୍ଜାମ, ବରଗଡ଼, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ୨୦ ଯାଏଁ ଛୁଟି ।

ଅଦ୍ୟତନ ହୋଇଛି
School Summer Holiday Declared In 10 Odisha Districts Till 20 June 20

School Holiday

Advertisment

ରାଜ୍ୟର ୧୦ ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି। ଅନ୍ୟସବୁ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଓ ଗୁଳୁଗୁଳିର ମାତ୍ରାକୁ ଦେଖି ଜିଲ୍ଲାପାଳମାନେ ନେଇଛନ୍ତି ଭିନ୍ନ ଭିନ୍ନ ନିଷ୍ପତ୍ତି। ୨୦ ଯାଏଁ ଛୁଟି ଘୋଷଣା ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, ଗଞ୍ଜାମ, ବରଗଡ, ନୂଆପଡ଼ା, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼, ଗଜପତି, ସୁବର୍ଣ୍ଣପୁର ଓ ମୟୂରଭଂଜ। ଏହି ସବୁ ଜିଲ୍ଲାରେ ଆସନ୍ତା ୩ ଦିନ ସ୍କୁଲ ଛୁଟି ରଖିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି।

Advertisment

ଅଧିକ ପଢ଼ନ୍ତୁ: ଜିଲ୍ଲାପାଳଙ୍କ ନିଷ୍ପତ୍ତି, ଗଞ୍ଜାମ-ଭଦ୍ରକ-ବରଗଡ଼ରେ ୨୦ ଯାଏଁ ସ୍କୁଲ ଛୁଟି

ନୟାଗଡ଼ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଅର୍ଥାତ୍ କେବଳ ୧୮ ଓ ୧୯ ତାରିଖକୁ ଛୁଟି ଘୋଷଣା କରାଯାଇଛି । ଏଥିସହ ୨୦ରୁ ୨୨ ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ। ସେପଟେ ଝାରସୁଗୁଡା, ବୌଦ୍ଧ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଦିନକ ପାଇଁ ସବୁ ସ୍କୁଲ ଛୁଟି ରହିବ। ୧୯ ତାରିଖରୁ ଝାରସୁଗୁଡ଼ା, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ସକାଳୁଆ ସ୍କୁଲ ଆରମ୍ଭ ହେବାକୁ ଥିବା ବେଳେ, ବୌଦ୍ଧରେ ଆଜି ନିଷ୍ପତ୍ତି ନିଆଯିବ।

Advertisment

ସେପଟେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କନ୍ଧମାଳ, ମାଲକାନଗିରି, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଆଜିଠୁ ସକାଳୁଆ ସ୍କୁଲ ପାଇଁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟରେ ଗତକାଲି ଖରାଛୁଟି ସରିଥିବା ବେଳେ, ଆଜିଠୁ ସମସ୍ତ ସ୍କୁଲ ଖୋଲିବାକୁ ପୂର୍ବରୁ ନିର୍ଦ୍ଦେଶ ଥିଲା। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସ୍ଥଳବିଶେଷରେ ଜିଲ୍ଲା ପ୍ରଶାସନକୁ ସ୍କୁଲ ଖୋଲିବା ନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଯେଉଁଠି ପାଗ ଅନୁକୂଳ ଥିବ, ସେଠାରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ସ୍କୁଲ ଖୋଲିବାକୁ ମନ୍ତ୍ରୀ କହିଥିଲେ।

Advertisment

Summer Vacations Schools Holiday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: