Advertisment

Training Odisha: ଘରୋଇ ଶିକ୍ଷାନୁଷ୍ଠାନକୁ ଚ୍ୟାଲେଞ୍ଜ୍ ଦେବେ ସରକାରୀ ଶିକ୍ଷାନୁଷ୍ଠାନ; ତାଲିମ ନେଲେଣି ୧୦୦ ପ୍ରିନସିପାଲ୍...

ସରକାରଙ୍କ ନୂଆ ପଦକ୍ଷେପ। ଡ୍ରପ୍ ଆଉଟ୍ ହାର ହ୍ରାସ ଓ ସ୍କୁଲଗୁଡ଼ିକର ସୁପରିଚାଳନା ପାଇଁ ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ଟପ୍ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ତାଲିମ ବ୍ୟବସ୍ଥା। ପାଠପଢା ସହିତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଲାଗି ପ୍ରାୟସ।

ଅଦ୍ୟତନ ହୋଇଛି
Government School

Government School

Advertisment

ଦେଶର ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ IIM ଅହମ୍ମଦାବାଦରେ ରାଜ୍ୟର ସରକାରୀ ହାଇସ୍କୁଲ ଓ ହାଏର୍ ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷମାନଙ୍କୁ ତାଲିମ୍। ଶିକ୍ଷାର ଗୁଣବତ୍ତା ବୃଦ୍ଧି ଓ ଶିକ୍ଷାନୁଷ୍ଠାନ ଗୁଡ଼ିକର ସୁପରିଚାଳନା ଉଦ୍ଦେଶ୍ୟରେ ପ୍ରଥମ ଥର ଲାଗି ଏଭଳି ଅଭିବନ ପ୍ରୟାସ ଆରମ୍ଭ କରିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ଯେଉଁଥିରେ ଦୁଇଟି ପର୍ଯାୟରେ ୧୦୦ ଜଣ ତାଲିମ ନେଇସାରିଥିବା ବେଳେ ଆସନ୍ତା ୯ ତାରିଖରେ ଆଉ ଏକ ବ୍ୟାଚ୍ ତାଲିମ ପାଇଁ ଯିବେ।

Advertisment

ଘରୋଇ ଶିକ୍ଷାନୁଷ୍ଠାନକୁ ଚ୍ୟାଲେଞ୍ଜ୍ ଦେବେ ସରକାରୀ ସ୍କୁଲ୍ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ। ଏସବୁରୁ ସୁପରିଚାଳନା ଓ ଶିକ୍ଷା ଗୁଣବତ୍ତା ବଢ଼ାଇବାକୁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ। ଡ୍ରପ୍ ଆଉଟ୍ ହାର ହ୍ରାସ ଓ ସ୍କୁଲଗୁଡ଼ିକର ସୁପରିଚାଳନା ପାଇଁ ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ଟପ୍ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ତାଲିମ ବ୍ୟବସ୍ଥା। ପାଠପଢା ସହିତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଲାଗି ପ୍ରାୟସ। ଚଳିତ ବର୍ଷ ପ୍ରଥମଥର ପାଇଁ ଏପରି ପଦକ୍ଷେପ ହାତକୁ ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଗତମାସ ୯ ଓ ୨୪ ତାରିଖ, ଦୁଇଟି ପର୍ଯ୍ୟାୟରେ ଶହେ ଶିକ୍ଷକଙ୍କୁ IIM-ଅହମ୍ମଦାବାଦ ପଠାଇଥିଲେ ରାଜ୍ୟ ସରକାର। ସେଠାରେ ୫ ଦିନିଆ ତାଲିମ  ନେଇ ଫେରିଛନ୍ତି ପ୍ରଧାନ ଶିକ୍ଷକ ଓ ପ୍ରିନିସିପାଲମାନେ। ତୃତୀୟ ପର୍ଯ୍ୟାୟରେ ଆସନ୍ତା ୯ ତାରିଖରେ ଆଉ ୫୦ ଜଣ ତାଲିମ ପାଇଁ IIM ଅହମ୍ମଦାବାଦ ଯିବେ। ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକ ପ୍ରତି ଆଗ୍ରହ କମିବା ସହ ଦିନକୁ ଦିନ ଡ୍ରପଆଉଟ୍ ସଂଖ୍ୟା ବଢୁଛି। ତେଣୁ ଘରୋଇ ସ୍କୁଲଗୁଡ଼ିକ ଭଳି ସରକାରୀ ସ୍କୁଲ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ବି ଶିକ୍ଷାଦାନର ପ୍ରଣାଳୀ ଏବଂ ଅଧ୍ୟକ୍ଷଙ୍କ ସୁପରିପରିଚାଳନା ଉପରେ ଗୁରୁତ୍ବ ଦେଇଛି ଗଣଶିକ୍ଷା ବିଭାଗ। ପିଲାଙ୍କ ଉପସ୍ଥାପନ ବୃଦ୍ଧି, ଗୁଣାତ୍ମକ ଶିକ୍ଷା, ଡିଜିଟାଲ୍ ଟିଚିଂ, ସ୍କୁଲର ଲାଇବ୍ରେରୀ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ଏହାର ମୂଳ ଲକ୍ଷ୍ୟ। IIM ଅହମଦାବାଦରୁ କିଛିଦିନ ତଳେ ଟ୍ରେନିଂ ନେଇ ଫେରିଥିବା ଜଣେ ପ୍ରଧାନ ଶିକ୍ଷକ କହିଛନ୍ତି, ଏଭଳି ବିଶ୍ବସ୍ତରୀୟ ମ୍ୟାନେଜମେଣ୍ଟ ଅନୁଷ୍ଠାନରେ ତାଲିମ ଶିକ୍ଷକଙ୍କ ପାଇଁ ବେଶ୍ ଉପାଦେୟ ଏବଂ ଜରୁରୀ। 

ଅଧିକ ପଢ଼ନ୍ତୁ: ରିପୋର୍ଟ କାର୍ଡ ମାଗିଥିଲେ ସମୀର, ହିସାବ ଦେଲେ ଉପମୁଖ୍ୟମନ୍ତ୍ରୀ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାପାଇଁ ସରକାର ଅଙ୍ଗିକାର ବଦ୍ଧ। ସରକାରୀ ସ୍କୁଲଗୁଡ଼ିକ ପ୍ରତି ପିଲା ଓ ଅଭିଭାବକଙ୍କୁ ଆକୃଷ୍ଟ କରିବା ସହ ସ୍କୁଲ୍  ସୁପରିଚାଳାନା ପାଇଁ ପ୍ରଥମ ଥର ଲାଗି ବିଭାଗ ପକ୍ଷରୁ ଏଭଳି ଦକ୍ଷତା ବିକାଶ ତାଲିମ୍ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ତାଲିମ ନେଇ ଆସିବେ ସେମାନେ ତାକୁ କିପରି କାର୍ଯ୍ୟକାରୀ କରିବେ ତାଉପରେ ଗୁରୁତ୍ବ ଦିଆଯିବ। ଗଣଶିକ୍ଷା ବିଭାଗର ଏପରି ପ୍ରୟାସକୁ ସ୍ବାଗତ କରିଛନ୍ତି ଶିକ୍ଷାବିତ୍।

Advertisment

ଚଳିତ ବର୍ଷ ଦଶମ ପରୀକ୍ଷାରେ ୪୩ ହଜାର ଏବଂ ଯୁକ୍ତ ଦୁଇରେ ପ୍ରାୟ ୧୧ ହଜାର ଛାତ୍ରଛାତ୍ରୀ ଫର୍ମ ଫିଲପ୍ ସତ୍ତ୍ବେ ପରୀକ୍ଷା ଦେଇନଥିବା ଖବର ସାମ୍ନାକୁ ଆସିଥିଲା । ଏବେ ଦେଖିବା କଥା IIM ଅହମଦାବାଦ ଭଳି ଏକ ପ୍ରମୁଖ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନରେ ଟ୍ରେନିଂ ପରେ ଏହା ଗ୍ରାଉଣ୍ଡ ଜିରୋରେ କିପରି କାର୍ଯ୍ୟକାରୀ ହେଉଛି।

Odisha Govt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ