Advertisment

ବଂଶୀଧର ଓ ଇଲା ଫାଉଣ୍ଡେସନ ପକ୍ଷରୁ ୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି

ଇମ୍ଫାର ବଂଶୀଧର ଓ ଇଲା ଫାଉଣ୍ଡେସନ ପକ୍ଷରୁ ୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଦିଆଯାଇଛି । ଉଚ୍ଚତର ଶିକ୍ଷାପାଇଁ ପ୍ରଫେସର ଘନଶ୍ୟାମ ଦାଶ ମେଧାବୃତ୍ତି ନାମରେ ନାମିତ ଏହି ଛାତ୍ରବୃତ୍ତିକୁ ଭର୍ଚୁଆଲ ମୋଡରେ ପ୍ରଦାନ କରାଯାଇଥିଲା  ।

ବଂଶୀଧର ଓ ଇଲା ଫାଉଣ୍ଡେସନ ପକ୍ଷରୁ ୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି

Ghanashya Das Award

Advertisment

 ଭୁବନେଶ୍ୱର: ଇମ୍ଫାର ବଂଶୀଧର ଓ ଇଲା ଫାଉଣ୍ଡେସନ ପକ୍ଷରୁ ୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଦିଆଯାଇଛି । ଉଚ୍ଚତର ଶିକ୍ଷାପାଇଁ ପ୍ରଫେସର ଘନଶ୍ୟାମ ଦାଶ ମେଧାବୃତ୍ତି ନାମରେ ନାମିତ ଏହି ଛାତ୍ରବୃତ୍ତିକୁ ଭର୍ଚୁଆଲ ମୋଡରେ ପ୍ରଦାନ କରାଯାଇଥିଲା  । ଏହି ଛାତ୍ରବୃତ୍ତି ମନୋନୀତ ମେଧାବୀ ଛାତ୍ରଛାତ୍ରୀଙ୍କ ପୁରା କୋର୍ସ ବାବଦ ଶିକ୍ଷା ଓ ଆନୁସଙ୍ଗିକ ଖର୍ଚ୍ଚର ୯୦ ପ୍ରତିଶତ ଅଥବା ଜଣପିଛା ସର୍ବାଧିକ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଧାବୃତ୍ତି ଦିଆଯିବ ।

Advertisment

ଇମ୍ଫାର ମ୍ୟାନେଜିଂ ଡିରେର ତଥା ଟ୍ରଷ୍ଟି ଶୁଭ୍ରକାନ୍ତ ପଣ୍ଡା ମୋଧାବୀ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଥିଲେ।  ଏହି ଉତ୍ସବରେ ଇମ୍ଫା ଏବଂ ବଂଶୀଧର ଓ ଇଲା ଫାଉଣ୍ଡେସନ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୨୦୦୫ ମସିହାରୁ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଇମ୍ଫା ପକ୍ଷରୁ ବିଶିଷ୍ଟ ଐତିହାସିକ ଘନଶ୍ୟାମ ଦାଶ ସ୍ମାରକୀ ନାମରେ ପ୍ରତିବର୍ଷ ଏହି ଛାତ୍ରବୃତ୍ତି ଦିଆଯାଉଛି।

Student Scholarship Impha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ