Advertisment

୧୨ରୁ ଯୁକ୍ତ ଦୁଇ ପାଇଁ ଆବେଦନ ଆରମ୍ଭ

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିବା ପରେ ସେମାନଙ୍କ ପାଇଁ ଯୁକ୍ତ ଦୁଇରେ ଆବଶ୍ୟକ ସିଟ୍ ନଥିବା ଅଭିଯୋଗ ହୋଇଥିଲା। ଏହା ପରେ ସରକାର ଯୁକ୍ତ ଦୁଇ ସିଟ୍ ବଢ଼ାଯିବ ବୋଲି କହିଥିଲେ।

୧୨ରୁ ଯୁକ୍ତ ଦୁଇ ପାଇଁ ଆବେଦନ ଆରମ୍ଭ

plus two Admission

Advertisment

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ପାଇଁ ଆବେଦନ ଆରମ୍ଭ ହେବ। ସାମ୍‌ସ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିବେ। ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। କଳାରେ ସିଟ୍ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା। ୩୮ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ବିଜ୍ଞାନରେ ସିଟ ବୃଦ୍ଧି ପାଇଁ ୨୫ ହଜାର ଆବେଦନ ଆସିଥିଲା। ସେଥିରୁ ୧୩ ହଜାରକୁ ଅନୁମତି ଦିଆଯାଇଛି। ସେହିପରି ବାଣିଜ୍ୟରେ ୪ ହଜାର ଆବେଦନରୁ ୩ ହଜାର ୯୦୦ ସିଟକୁ ଅନୁମତି ଦିଆଯାଇଛି। ତେବେ କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି ହେବନାହିଁ ବୋଲି ମନ୍ତ୍ରୀ କରିଛନ୍ତି। 

Advertisment

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିବା ପରେ ସେମାନଙ୍କ ପାଇଁ ଯୁକ୍ତ ଦୁଇରେ ଆବଶ୍ୟକ ସିଟ୍ ନଥିବା ଅଭିଯୋଗ ହୋଇଥିଲା। ଏହା ପରେ ସରକାର ଯୁକ୍ତ ଦୁଇ ସିଟ୍ ବଢ଼ାଯିବ ବୋଲି କହିଥିଲେ।

Odisha News Samir Ranjan Dash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ