Advertisment

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ

ଏଥର ଦୁଇଟି ଢାଞ୍ଚାରେ ମାର୍କିଂ କରାଯାଇଛି।

ଅଦ୍ୟତନ ହୋଇଛି
+2 Arts Result

+2 Arts Result

Advertisment

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥର ପାସ୍ ହାର ୮୨.୧୦ ପ୍ରତିଶତ।  ୧,୭୧,୨୮୮ ଜଣ ପିଲା ପାସ୍ କରିଛନ୍ତି। ୨୮ ଉଚ୍ଚମାଧ୍ୟମିକ ସ୍କୁଲ ଶତ ପ୍ରତିଶତ ପାସ୍ କରିଛନ୍ତି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ। 

Advertisment

୯୦%ରୁ ଅଧିକ ରଖିଛନ୍ତି ୧୭୭ ଛାତ୍ରଛାତ୍ରୀ। କୌଣସି ଉଚ୍ଚ ମାଧ୍ୟମିକ ସ୍କୁଲର ଶୂନ୍ୟ ରେଜଲ୍ଟ ହୋଇନି। ପାସ୍ ହାରରେ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ଥିବା ବେଳେ ନବରଙ୍ଗପୁର ସର୍ବନିମ୍ନ ରହିଛି। ଏଥର ଦୁଇଟି ଢାଞ୍ଚାରେ ମାର୍କିଂ କରାଯାଇଛି। ତେବେ ଅପରାହ୍ନ ୫ଟାରେ ୱେବସାଇଟରୁ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ। ଯଦି ଫଳକୁ ନେଇ ଅସନ୍ତୁଷ୍ଟ ଥାଆନ୍ତି ତେବେ ସେମାନେ ରିଚେକିଂ ପାଇଁ ଆବେଦନ କରିପାରିବେ।

Advertisment

ଚଳିତବର୍ଷ ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ ବୋଲି ଆଶା ରଖିଛନ୍ତି।  ଗତ ଜୁଲାଇ ୨୭ରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିଲା। ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ ହୋଇଥିଲା।  

Odisha Education +2 Result Arts
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ