education
ସରକାରୀ ସ୍କୁଲ ତୁଳନାରେ ଘରୋଇ ସ୍କୁଲରେ ଶିକ୍ଷା ଖର୍ଚ୍ଚ ବାର୍ଷିକ ୯ଗୁଣା ଡେଇଁ ଯାଉଛି । ରାଜ୍ୟର ୫୦%ରୁ ଅଧିକ ଛାତ୍ରଛାତ୍ରୀ ଘରୋଇ କୋଚିଂ ଉପରେ ନିର୍ଭରଶୀଳ। କେନ୍ଦ୍ରର ଶିକ୍ଷା ସମ୍ପର୍କିତ କମ୍ପ୍ରେହେନ୍ସିଭ ମଡ୍ୟୁଲାର ସର୍ଭେ CMS ରିପୋର୍ଟରେ ପ୍ରକାଶିତ ଏଭଳି ତଥ୍ୟକୁ ନେଇ ଉଦବେଗ। ଉଭୟ ସରକାରୀ ଓ ଘରୋଇ ସ୍କୁଲକୁ ନେଇ ହୋଇଥିଲା ସର୍ଭେ, ଯେଉଁଥିରେ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତରରେ ୫୭.୧ % ଛାତ୍ରଛାତ୍ରୀ ଘରୋଇ କୋଚିଂ ସେଣ୍ଟର ବିନା ପାଠ ବୁଝିପାରୁ ନାହାନ୍ତି। ଗ୍ରାମାଞ୍ଚଳରେ ୫୪.୬% ତ ସହରାଞ୍ଚଳରେ ୬୬.୬ % ପିଲା ହେଉଛନ୍ତି ଟ୍ୟୁସନ।
ସହରାଞ୍ଚଳରେ ଜଣେ ଛାତ୍ର ପିଛା ଘରୋଇ କୋଚିଂ ଖର୍ଚ୍ଚ ବାର୍ଷିକ ୧୦, ୮୯୯ ଟଙ୍କା ଥିବାବେଳେ ଗ୍ରାମାଞ୍ଚଳରେ ଏ ଖର୍ଚ୍ଚ ୩, ୫୪୭ ଟଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଯାହାକୁ ଏକ ପ୍ରକାର ଠିକ୍ ବୋଲି ସ୍ବୀକାର କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍। ସେହିପରି ସରକାରୀ ଉଚ୍ଚ ମାଧ୍ୟମିକ ସ୍ତରରେ ସରକାରୀ ସ୍କୁଲରେ ପଢ଼ା ଖର୍ଚ୍ଚ ୮ ହଜାର ୧୧୭ଟଙ୍କା ଥିବାବେଳେ ଘରୋଇ ସ୍କୁଲରେ ଏହା ୪୦ ହଜାର ଉପରେ ରହୁଛି।
କାହିଁକି ଦିନକୁ ଦିନ ମହଙ୍ଗା ହେଉଛି ସ୍କୁଲ ଶିକ୍ଷା ? କାହିଁକି ବିନା ଟ୍ୟୁସନ୍ କି କୋଚିଂରେ ସମ୍ପୂର୍ଣ୍ଣ ହେଉନି ପାଠପଢା ? ଏହାର କାରଣ ଖୋଜା ମଧ୍ୟରେ ଅଭିଭାବକ ମହାସଂଘ- ସିଧସଳଖ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟର ମଧ୍ୟରେ ମଧୁଚନ୍ଦ୍ରିକାକୁ ଦାୟୀ କରିଛି। ତେଣୁ ଏଥିରେ ରୋକ୍ ଲଗାଇବାକୁ ସ୍ବତନ୍ତ୍ର ନୀତି ଆଣିବାକୁ ବି ଦାବି ରଖିଛି। ତେଣେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି- ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରାଯିବା ସହ ଦକ୍ଷ ଶିକ୍ଷକ ନିଯୁକ୍ତି କରାଯାଉଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ୬,୭୯୪ ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/education_1756394305.jpg)