Advertisment

ଲାଗିଲା କଟକଣା: ଏଣିକି ଏହି କଲେଜ କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବେନି ବାହାର ଲୋକ

ଏଣିକି ବାହାର ଲୋକଙ୍କୁ କଲେଜ କ୍ୟାମ୍ପସ ଭିତରେ ପ୍ରବେଶ ଉପରେ କଟକଣା ଲାଗିଛି। ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ କଲେଜ କର୍ତ୍ତୃପକ୍ଷ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।

ଅଦ୍ୟତନ ହୋଇଛି
Odisha News

Outsiders Entry Prohibited In BJB Autonomous College

Advertisment

ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ବାହାର ଲୋକଙ୍କୁ କଲେଜ କ୍ୟାମ୍ପସ ଭିତରେ ପ୍ରବେଶ ଉପରେ କଟକଣା ଲାଗିଛି। ପ୍ରତି ଫାଟକରେ ପୋଷ୍ଟର ଲଗାଇ ବାହାର ବ୍ୟକ୍ତିଙ୍କ ପ୍ରବେଶକୁ ବାରଣ କରାଯାଇଛି। ବିନା କୌଣସି ଅଫିସିଆଲ କାର୍ଯ୍ୟରେ କଲେଜ କ୍ୟାମ୍ପସ ପରିସରକୁ କେହି ପ୍ରବେଶ କରିପାରିବେ ନାହିଁ। 

Advertisment

ହଷ୍ଟେଲ୍‌କୁ ଲାଗି ରହିଥିବା ଗେଟ୍‌ ସମ୍ପୂର୍ଣ୍ଣ ବନ୍ଦ ରହିଛି। ହଷ୍ଟେଲ୍‌ ଅନ୍ତେବାସୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହାସହ ସିସିଟିଭି ଲଗାଇବା ପାଇଁ ଏକ୍ସପର୍ଟ ଟିମ୍‌ ଗଠନ ହୋଇଛି। କ୍ୟାମ୍ପସ ପାଚେରିରେ କଣ୍ଟା ତାର ଲଗାଇବା ପାଇଁ ବିଭାଗକୁ କଲେଜ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ଗତ ଶନିବାର ଦିନ ବିଜେବି କଲେଜ ଗଣ୍ଡଗୋଳ ପରେ ଏଭଳି  ପଦକ୍ଷେପ ଗ୍ରହଣ କରାଯାଇଥିବା କଲେଜ ଅଧକ୍ଷ କହିଛନ୍ତି।

ଅନ୍ୟପକ୍ଷେ, ବିଜେବି କଲେଜ କ୍ୟାମ୍ପସରେ ଆତଙ୍କରାଜ ଘଟଣାରେ ୪ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ୍‌ ଗିରଫ କରିଛି। ୪ ଅଭିଯୁକ୍ତ ଅଣଛାତ୍ର ହୋଇଥିବା ବେଳେ ସମସ୍ତେ ମହିଷାଖାଲ ବସ୍ତି ଅଞ୍ଚଳର ବୋଲି ସୂଚନା ମିଳିଛି। ଅଭିଯୁକ୍ତମାନେ ସବୁଦିନ କ୍ୟାମ୍ପସ ଭିତରେ କ୍ରିକେଟ୍ ଖେଳନ୍ତି। ସେମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ କ୍ରିକେଟ ଷ୍ଟମ୍ପ, ଛୁରୀ,ଗୋଟିଏ ବାଇକ ଜବତ କରିଛି ପୋଲିସ୍।

Advertisment
BJB College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ