Advertisment

ଲିକ୍, ପ୍ରିଣ୍ଟିଂ ମିସଟେକ୍ ପରେ ଏବେ ସିଲାବସ୍ ବାହାରୁ ପ୍ରଶ୍ନ, ବାରମ୍ବାର ପରୀକ୍ଷାରେ ତ୍ରୁଟିକୁ ନେଇ କ୍ଷୁବ୍ଧ ଚାକିରି ଆଶାୟୀ

ବିଭ୍ରାଟ, ବ୍ୟତିକ୍ରମ, ବାତିଲ୍ । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପାଇଁ ଏସବୁ ଯେମିତି ଗୋଟିଏ ଗୋଟିଏ ପ୍ରତିଶବ୍ଦ ସେଥିପାଇଁ OSSC କରୁଥିବା ପରୀକ୍ଷା ଉପରୁ ଉଠିଯାଉଛି ଚାକିରି ଆଶାୟୀଙ୍କ ଭରସା।

ଅଦ୍ୟତନ ହୋଇଛି
undefined

OSSC Exam

Advertisment

ଲିକ୍, ପ୍ରିଣ୍ଟିଂ ମିଷ୍ଟେକ୍ ପରେ ଏବେ ସିଲାବସ୍ ବାହାରୁ ପ୍ରଶ୍ନ । ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ୍‌ କମିଶନ୍‌ର ଏଭଳି ତ୍ରୁଟିକୁ ନେଇ ପରୀକ୍ଷାର୍ଥୀଙ୍କ ବି ଭରସା ତୁଟିଲାଣି। ଏଣେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବାରୁ ଗତକାଲି କମିଶନ୍, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପରୀକ୍ଷାକୁ ବାତିଲ କରିଛନ୍ତି। ଶିକ୍ଷାବିତ୍‌ଙ୍କ ମତ, ଏହା ବ୍ୟବସ୍ଥାଗତ ତ୍ରୁଟି ନ ସୁଧୁରିଲେ ଚାରିକି ଆଶାୟୀଙ୍କ ଭବିଷ୍ୟତ ଅନ୍ଧାର।

Advertisment

ବିଭ୍ରାଟ, ବ୍ୟତିକ୍ରମ, ବାତିଲ୍ । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପାଇଁ ଏସବୁ ଯେମିତି ଗୋଟିଏ ଗୋଟିଏ ପ୍ରତିଶବ୍ଦ ସେଥିପାଇଁ OSSC କରୁଥିବା ପରୀକ୍ଷା ଉପରୁ ଉଠିଯାଉଛି ଚାକିରି ଆଶାୟୀଙ୍କ ଭରସା। କେତେବେଳେ ପ୍ରଶ୍ନପତ୍ର ଲିକ୍ ତ କେତେବେଳେ ସିଲାବସ୍ ବାହାରୁ ପ୍ରଶ୍ନକୁ ନେଇ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ ବଢୁଥିବାବେଳେ ଏଭଳି ତ୍ରୁଟିକୁ ନିଜେ ସ୍ୱୀକାର କରି ପରୀକ୍ଷା ବି ବାତିଲ୍ କରୁଛନ୍ତି କମିଶନ। ଗତକାଲି ସେହିକ୍ରମରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ମୁଖ୍ୟ ଲିଖିତ ପରୀକ୍ଷା ବାତିଲ୍ ହୋଇଛି । ଚଳିତବର୍ଷ ସେପ୍ଟେମ୍ୱର ୨୨ରେ ହିନ୍ଦୀ ଓ ୨୩ରେ ସଂସ୍କୃତ ଶିକ୍ଷକ ପରୀକ୍ଷା ଦେଇଥିଲେ ଆଶାୟୀ ।

ହେଲେ ପରୀକ୍ଷା ପରେ ମାଳ ମାଳ ଅଭିଯୋଗ ଆସିଥିଲା କମିଶନଙ୍କ ନିକଟକୁ । ଯେଉଁଥିରେ ପ୍ରମାଣ ସହ ଦର୍ଶାଯାଇଥିଲା ଅଧିକାଂଶ ପ୍ରଶ୍ନ କେଭିଳି ଆସିଥିଲା ସିଲାବସ୍ ବାହାରୁ । କମିଶନ ବି ତଦନ୍ତ କଲେ। ସତ୍ୟତା ଜଣାପଡ଼ିବା ପରେ ପରୀକ୍ଷା ବାତିଲ କରି ଆସନ୍ତା ଡିସେମ୍ୱରରେ ପୁନଃ ପରୀକ୍ଷା ପାଇଁ ଘୋଷଣା କରାଯାଇଛି । ତେଣେ ପରୀକ୍ଷା ବାରମ୍ୱାର ବାତିଲକୁ ନେଇ ଚାକିରି ଆଶାୟୀଙ୍କ ଅସନ୍ତୋଷ ଚରମ ସୀମାରେ।

Advertisment

ମାତ୍ର କେଇ ଦିନ ତଳେ ଜୁନିୟର ଇଞ୍ଜିନିୟର ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପାଇଁ ବି ସମ୍ପୂର୍ଣ୍ଣ ବାତିଲ୍ ହୋଇଥିଲା ପରୀକ୍ଷା । ପରୀକ୍ଷାର୍ଥୀ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ ଆଣି ଆନ୍ଦୋଳନ ତେଜିବାରୁ କମିଶନ୍ ପରୀକ୍ଷା ବାତିଲ୍ କରି ପୁନଃ ପରୀକ୍ଷା ପାଇଁ ବାଧ୍ୟ ହୋଇଥିଲେ। ସେହିପରି ଏପ୍ରିଲ ୨୩ରେ ହୋଇଥିବା ନଗର ଉନ୍ନୟନ ବିଭାଗ ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ରରେ ବି ହୋଇଥିଲା ଗୁରୁତର ପ୍ରିଣ୍ଟିଂ ଏରର । ସେଠି ବି ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ପରେ ବାତିଲ୍ ହୋଇଥିଲା ଏକଜାମ୍ । ତେଣୁ ଏଠି ପ୍ରଶ୍ନ, ବାରମ୍ୱାର ଏଭଳି ତ୍ରୁଟି ସାମନାକୁ ଆସୁଛି କାହିଁକି ? ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? ପିଲାଙ୍କ ଭବିଷ୍ୟତ ସହ ଏଭଳି ଖେଳ ପଛରେ ବଡ଼ ଷଡଯନ୍ତ୍ର ନାହିଁ ତ ? ଏତେସବୁ କେଳେଙ୍କାରୀ ଭିତରେ OSSC ଆଗକୁ କିଭଳି ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା କରୁଛନ୍ତି ତା ଉପରେ ନଜର। 

Odisha OSSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ