Advertisment

ଗ୍ରେସ୍ ମାର୍କ ଦାବିରେ OTET ପରୀକ୍ଷାର୍ଥୀଙ୍କ ଧାରଣା; ବୋର୍ଡ ଅଫିସ ଆଗରେ ନାରାବାଜି

କଟକ ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ OTET ପରୀକ୍ଷାର୍ଥୀ। ଚଳିତ ବର୍ଷ OTET ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ବିକ୍ଷୋଭ ଓ ନାରାବାଜି କରିଛନ୍ତି।

ଅଦ୍ୟତନ ହୋଇଛି
OTET

OTET

Advertisment

ଧାରଣାରେ OTET ପରୀକ୍ଷାର୍ଥୀ। ଗ୍ରେସ୍ ମାର୍କ ଦାବି କରି OTET ପରୀକ୍ଷାର୍ଥୀଙ୍କ ପ୍ରତିବାଦ । କଟକ ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ OTET ପରୀକ୍ଷାର୍ଥୀ। ଚଳିତ ବର୍ଷ OTET ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ବିକ୍ଷୋଭ ଓ ନାରାବାଜି କରିଛନ୍ତି। ଗ୍ରେସ୍ ମାର୍କ ଦାବି କରି ବିଭିନ୍ନ ଜିଲ୍ଲାରୁ ଆସିଥିବା ପରୀକ୍ଷାର୍ଥୀମାନେ ବୋର୍ଡ ଅଫିସ ନିକଟରେ ପହଞ୍ଚିଁ ପ୍ରତିବାଦ ଜଣାଇଛନ୍ତି।

Advertisment

ବର୍ଷା, ଘଡଘଡି ଯୋଗୁଁ ଚଳିତ ବର୍ଷ ଅଗଷ୍ଟ ୧୭ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷା ସମୟରେ ଲାଇନ୍ କଟି ଯାଇଥିଲା। ତେଣୁ ପରୀକ୍ଷା ହଲରେ ଅନ୍ଧାର ଯୋଗୁଁ ପରୀକ୍ଷା ଦେବାରେ ସମସ୍ୟା ହୋଇଥିଲା । ଏନେଇ କର୍ତ୍ତୃପକ୍ଷ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରିନଥିଲେ । ଏହାପରେ ମଧ୍ୟ ପରୀକ୍ଷା ଦେବାକୁ ଅଧିକ ସମୟ ଦିଆଯାଇନଥିବା ପରୀକ୍ଷାର୍ଥିମାନେ ଅଭିଯୋଗ କରିଥିଲେ ।

ତେଣୁ ଗ୍ରେସ୍ ମାର୍କ ଦେବାକୁ ଦାବି କରିଛନ୍ତି ଓଟିଇଟି ପରୀକ୍ଷାର୍ଥୀ।ଏହାସହ NCTE ଗାଇଡଲାଇନ୍ ଅନୁସାରେ ବର୍ଷକୁ ୨ ଥର ଓଟିଇଟି ପରୀକ୍ଷା ହେବା କଥା କିନ୍ତୁ ବର୍ତ୍ତମାନ ୨ ବର୍ଷରେ ଥରେ ପରୀକ୍ଷା ହେଉଛି ବୋଲି କହିଛନ୍ତି OTET ଆଶାୟୀ। ଅନ୍ୟପଟେ ଏ ବାବଦରେ ବୋର୍ଡ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Teacher OTET
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ